ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଆ-ତ୍ମ-ହ-ତ୍ୟାର ହାର। ଯାହା ବିଶେଷ କରି ଯୁବପିଢି ମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି। ବିଭିନ୍ନ କାରଣକୁ ନିଜ ଯୁବପିଢି ମାନେ ନିଜର ଜୀବନ ନେବାକୁ ମଧ୍ୟ ପଛାଉ ନାହାଁନ୍ତି। ନିକଟରେ ପୁଣି ସେହିଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଯେଉଁଠି ଜଣେ ଯୁବତୀ ପ୍ରେମିକର ପ୍ର-ତା-ର-ଣା ସହି ନପାରି ବୈତରଣୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଦେଇଥିଲେ।
ତେବେ ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ଓରାସାହି ର ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ରୀ ସିମରନ ଜେନା ନିଜ ମାମୁ ଘର ରାଜକନିକାର ବରାଡ଼ିଆରେ ରହି ପାଠ ପଢ଼ୁଥିଲେ। ହେଲେ ଗତ ୧୫ ତାରିଖ ସକାଳେ କମ୍ପ୍ୟୁଟର କ୍ଲାସ ନିମନ୍ତେ ସିମରନ ମାମୁ ଘରୁ ବାହାରି ଆସିଥିଲେ। ଏହାପରେ କ୍ଲାସ୍ ନ ଯାଇ ସେ ବୈତରଣୀ ବ୍ରିଜ ଉପରକୁ ନିଜ ସାଇକେଲ ଯୋଗେ ଯାଇଥିଲେ। ସେଠାରେ ସାଇକେଲ ଓ ବ୍ୟାଗ ରଖି ହଠାତ୍ ନଦୀକୁ ଡେଇଁ ପଡ଼ିଥିଲେ।
ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଏହା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ରାଜକନିକା ଓ ଚାନ୍ଦବାଲିରୁ ୨ଟି ଅଗ୍ନିଶମ ଟିମ୍ ପହଞ୍ଚି ବହୁ ସମୟ ଖୋଜା ଖୋଜି କରିବା ପରେ ମଧ୍ୟ ସିମରନଙ୍କ ମୃତଦେହ ପାଇନଥିଲେ। ହେଲେ ୩୦ ଘଣ୍ଟା ପରେ ପୋଲ ନିକଟରୁ ତା-ଙ୍କ ମୃ-ତ ଦେ-ହ ଭା-ସୁ-ଥି-ବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ତେବେ ଏହି ଘଟଣା ପରେ ପରିବାର ଲୋକେ ସିମରନ ଙ୍କ ବ୍ୟାଗ୍ ରୁ ଏକ ହାତ ଲେଖା ଚିଠି ଓ ଫଟୋ ପାଇଥିଲେ। ଯେଉଁଥିରେ ପ୍ରେମିକ ଧୋକା ଦେବାପରେ ସେ ଏହି ବାଟ ବାଛିଥିବା ସେ ଲେଖି ଯାଇଛନ୍ତି। ସିମରନ ଙ୍କ ବାପା ଅନେକ ବର୍ଷ ପୂର୍ବରୁ ପ୍ରା-ଣ ହ-ରା-ଇ-ଥିବା ବେଳେ ସିମରନ ଙ୍କ ମା ଜଣେ ଶିକ୍ଷୟତ୍ରୀ।
ତେବେ ସିମରନ ଙ୍କ ବଡ଼ ଭଉଣୀ ଙ୍କ କହିବାନୁଯାୟୀ, ସିମରନଙ୍କ ପୂର୍ବତନ ପ୍ରେମିକ ରଞ୍ଜିତ ଏବେ ଆଉ ଗୋଟିଏ ଝିଅ ସହ ପ୍ରେମ ସମ୍ପର୍କ ରେ ଥିବା ବେଳେ ସିମରନଙ୍କୁ ସେ ମା-ନ-ସି-କ ନି-ର୍ଯ୍ୟା-ତ-ନା ଦେଉଥିଲେ। ଯେଉଁଥି ପାଇଁ ସିମରନ ଆ-ତ୍ମ-ହ-ତ୍ୟା କରିଛନ୍ତି। ତେବେ ବର୍ତ୍ତମାନ ଏହି ଘଟଣା ପରେ ରଞ୍ଜିତ ଫେରାର ଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।