ସଂସାର ରେ ଖୁସି ରେ ରହିବାକୁ କିଏ ବା ନ ଚାହେଁ? ହେଲେ ଜୀବନ ଅଛି ମାନେ ସମସ୍ୟା ମଧ୍ୟ ଅଛି।ଗୃହ ରେ ବାସ୍ତୁ ତ୍ରୁଟି କାରଣ ରୁ ମଧ୍ୟ ଗୃହ ରେ ଅନେକ ସମସ୍ୟା ଦେଖା ଦେଇଥାଏ। ଏବଂ ସମସ୍ୟା ଯୋଗୁଁ ଗୃହ ରେ ଅଶାନ୍ତି ଦେଖାଦେଇଥାଏ। ସେଥିପାଇଁ କୁହାଯାଇଛି ସଂସାର ରେ ଗୃହସ୍ଥ ହେବାକୁ ହେଲେ ପ୍ରଥମେ ଗୋଟେ ଦୋଷ ଶୂନ୍ୟ ଗୃହର ଏକାନ୍ତ ଆବଶ୍ୟକ।ବାସ୍ତୁ ଜ୍ଞାନ ଗୃହ ନିର୍ମାଣ ର ଏକାନ୍ତ ଅବଲମ୍ବନ। ସଠିକ୍ ବାସ୍ତୁ ବିଚାର ରେ ଘର କଲେ ଘରେ ସୁଖଶାନ୍ତି ଦେଖାଦିଏ।ଅନେକ କାଳ ରୁ ଶାସ୍ତ୍ର ରେ ଏ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି।
ଆମ ବାସ୍ତୁ ଶାସ୍ତ୍ରରେ ଏଭଳି କିଛି ନିୟମ ରହିଛି ଯାହାକୁ ମାନିବା ଦ୍ଵାରା ଗୃହରେ ସଦା ସର୍ବଦା ସୁଖ ସମୃଦ୍ଧି ଲାଗି ରହିଥାଏ। ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏଭଳି କିଛି ମାସ ରହିଛି ଯେଉଁ ମାସରେ ଘର ତିଆରି ଆରମ୍ଭ କରିବା ଆଦୌ ଶୁଭ ନୁହେଁ। କାରଣ ଏହାଦ୍ବାରା ସବୁବେଳେ ଗୃହରେ ଅଶାନ୍ତି ଦେଖାଦିଏ। ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ମାସ ବିଷୟରେ କହିବୁ ଯେଉଁ ମାସରେ ଗୃହ ନିର୍ମାଣ ଆରମ୍ଭ କରିବା ଦ୍ୱାରା ଘରେ ସଦା ସର୍ବଦା ସୁଖ ସମୃଦ୍ଧି ଲାଗି ରହିବ।
ତେବେ ଯଦି ଆପଣଙ୍କର ନୂତନ ଘର ତିଆରି କରିବାକୁ ଭାବୁଛନ୍ତି ତେବେ ବୈଶାଖ ମାସରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତୁ। କାରଣ ଏହା ଦ୍ବାରା ଘରେ ସବୁବେଳ ପାଇଁ ସୁଖ ସମୃଦ୍ଧି ଲାଗି ରହିଥାଏ। କେବେ ବି ଆପଣଙ୍କର ଧନର ଅଭାବ ଦେଖାଦିଏନାହିଁ। ଏହା ବ୍ୟତୀତ ଯଦି ଆପଣ ଆଷାଢ଼, ଶ୍ରାବଣ, ଭାଦ୍ରବ କିମ୍ବା ମାର୍ଗଶିର ମାସରେ ଘର କରିବେ ତେବେ ଆପଣ ଅନେକ କାର୍ଯ୍ୟରେ ସଫଳତା ପାଇବେ।
ସେହିଭଳି ସବୁବେଳେ ଘର କରିବା ସମୟରେ ମୁଖ୍ୟ ଦ୍ଵାରର ମୁହଁକୁ ପୂର୍ବ କିମ୍ବା ଉତ୍ତର ଦିଗକୁ ରଖିବା ଉଚିତ୍। ଏପରି କରିବା ଫଳରେ ଗୃହରେ ସୁଖ ସମୃଦ୍ଧି ବଜାୟ ରୁହେ। କେବେ ବି ମଧ୍ୟ ଜ୍ୟେଷ୍ଠ ମାସରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଉଚିତ୍ ନୁହେଁ। କାରଣ ଏହାଦ୍ବାରା ଗୃହ କର୍ତ୍ତାଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି।
ସେହିଭଳି କେବେ ବି ମଧ୍ୟ ଆଶ୍ୱିନ ମାସର ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କାରଣ ଏହା ଦ୍ବାରା ଘରେ ରୋଗ ପ୍ରବେଶ କରିଥାଏ। ସେହିଭଳି ଯଦି କାର୍ତ୍ତିକ କିମ୍ବା ପୌଷ ମାସରେ ଘର ନିର୍ମାଣ ଆରମ୍ଭ କରିଛନ୍ତି ତେବେ ଆପଣଙ୍କ ଘରେ ଚୋରି ହେବାର ସମ୍ଭାବନା ରହେ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।