Breaking News

ପ୍ରଥମେ ମହିଳାଙ୍କୁ ପିଟିଥିଲେ ସ୍ଵିଗି ବଏ , ଏବେ ସ୍ଵିଗି ବଏଙ୍କୁ ଉତ୍ତମ ମଧ୍ୟମ ପିଟିଲେ ମହିଳା – ଦେଖନ୍ତୁ ଭିଡିଓ

ଆଜିକାଲିର ଇଣ୍ଟରନେଟ ଯୁଗରେ ପ୍ରାୟତଃ ସବୁଲୋକ ସୋସିଆଲ ମିଡିଆ ସହ ଜଡ଼ିତ। ସମାଜରେ ଯେଉଁଠି କିଛି ଭିନ୍ନ ଧରଣର ଘଟଣା ଘଟୁଛି ତାହା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗୁଛି। ତେବେ ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଦେଖିଲେ ଅବାକ୍ ହୋଇଯିବେ।

ଯେପରିକି ସମସ୍ତେ ଜାଣିଥିବେ ଗତ କିଛି ଦିନ ତଳେ ରାଜଧାନୀ ଭୁବନେଶ୍ଵର ର ନିକୋ ପାର୍କ ଠାରେ ଜଣେ ଯୁବତୀ ଙ୍କୁ ସ୍ଵିଗି ଡେଲିଭରି ବୟ ମାଡ ମାରିବାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଥିଲା। କିନ୍ତୁ ଏବେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକି ଠିକ୍ ଏହି ଭିଡିଓ ର ଓଲଟା। ଅର୍ଥାତ୍ ଏହି ଭିଡିଓ ରେ ଜଣେ ଯୁବତୀ ସ୍ଵିଗି ଡେଲିଭରି ବୟ ଙ୍କୁ ଚପଲ ଓ ଚାପୁଡ଼ା ମାରି ଚାଲିଛନ୍ତି।

ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି, ଜଣେ ଯୁବତୀ ବିଚ୍ ରୋଡ ଉପରେ ଜଣେ ସ୍ୱିଗି ବୟ ଙ୍କୁ ଚପଲରେ ଗାଲକୁ ଗାଲକୁ ବାଡଉଛନ୍ତି। କେବଳ ଚପଲ ନୁହେଁ, ଏହା ସହିତ ଚାପୁଡ଼ା ଓ ତାଙ୍କ ଉପରକୁ ନାତ ଉପରେ ନାତ ବି ମାରି ଚାଲିଛନ୍ତି। ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜବଲପୁର ଠାରେ।

ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ଯୁବତୀ ଜଣକ ମୋବାଇଲ୍ ରେ କଥା ହୋଇ କାର ଚଳାଉଥିଲେ ଠିକ୍ ସେହି ସମୟରେ ମୋଟର ସାଇକେଲ ଚଳାଇ ସ୍ଵିଗୀ ବୟ ଜଣକ ଭୁଲ ପାର୍ଶ୍ଵରୁ ଆସୁଥିଲେ। ଯାହା ଫଳରେ କି କାର ଓ ବାଇକ୍ ଦୁଇଟି ମୁହାଁ ମୁହିଁ ଧକ୍କା ହୋଇଥିଲା। ଯାହା ପରେ ଯୁବତୀ ଜଣକ କାର ଭିତରୁ ଓହ୍ଲାଇ ଯୁବକ ଜଣକୁ ସିଧା ଚପଲ କାଢି ପିଟିଥିଲେ।

ଏଭଳି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଲୋକ ମାନେ ମହିଳା ଜଣକୁ ଯେତେ ବୁଝାଇ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କାହାରି ବି କଥା ଶୁଣିନଥିଲେ। ବରଂ ଚପଲରେ ସେହିଭଳି ଭାବରେ ମାରି ଚାଲିଥିଲେ। କୁହାଯାଉଛି ଯୁବକ ଜଣକ ସହ ଧକ୍କା ହେବାରେ ଯୁବତୀ ଜଣକ ଭୁଲ ରହିଛି ହେଲେ ନିଜ ଭୁଲ କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି ଯୁବତୀ ଜଣକ।
ତେବେ ଏହି ଘଟଣା ପରେ ଯୁବକ ଜଣକ ଥାନାକୁ ଯାଇ ଯୁବତୀଙ୍କ ନାଁ ରେ ଅଭିଯୋଗ କରିଥିଲେ। ଯାହା ପରେ ପୋଲିସ ଉକ୍ତ ଯୁବତୀ ଜଣକ ନାଁ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *