ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ନିଜର ଅଭିନୟ ବଳରେ ଓଡ଼ିଆ ଦର୍ଶକ ମାନଙ୍କ ମନରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା। ପ୍ରିୟଙ୍କା ଙ୍କୁ ତ ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ ।
ତରଙ୍ଗ ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ କୁଆଁରୀ ବୋହୂ ରେ ସେ ଶ୍ରଦ୍ଧା ଚରିତ୍ରରେ ଅଭିନୟ କରୁଥିଲେ। ଯଦିଓ ବହୁ ପୂର୍ବରୁ ଧାରାବାହିକଟି ସରିଯାଇଛି ହେଲେ ଏଥିରେ ତାଙ୍କର ଅଭିନୟ ଦର୍ଶକ ମାନେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି। କୁଆଁରୀ ବୋହୂ ଧାରାବାହିକ ବ୍ୟତୀତ ପ୍ରିୟଙ୍କା ଆହୁରି ଅନେକ ଧାରାବାହିକ ଓ ଆଲବମ ରେ ନଜର ଆସିଛନ୍ତି। ତେବେ ନିଜର ଅଭିନୟ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ପ୍ରିୟଙ୍କା ଏବେ ପୁଣିଥରେ ଚର୍ଚ୍ଚାରେ।ହେଲେ ଏଥର ଚର୍ଚ୍ଚାକୁ ଆସିବାର କାରଣ କିଛି ନିଆରା।
ତେବେ ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ପ୍ରିୟଙ୍କା ଙ୍କର କିଛି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତାଙ୍କୁ ବାହାଘର ପାଟ ପିନ୍ଧି ସାଜସଜ୍ଜା ହୋଇ କନିଆଁ ବେଶରେ ଦେଖିବାକୁ ମିଳୁଛି। ତେବେ ଏହି ଫଟୋ ଭାଇରାଲ ହେବାପରେ ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। କୁଆଁରୀ ବୋହୂ ଧାରାବାହିକ ସରିବା ପରେ ପ୍ରିୟଙ୍କା ଲୁଚି ଛପି ବିବାହ କରିଦେଇଥିବା ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ତେବେ କହିରଖୁଛୁ, ଏହି ଖବର ପଛରେ କୌଣସି ସତ୍ୟତା ନାହିଁ। ପ୍ରିୟଙ୍କା ବିବାହ କରିଛନ୍ତି ସତ ହେଲେ ଏହା ରିୟଲ ଲାଇଫ ରେ ନୁହେଁ ବରଂ ରିଲ ଲାଇଫରେ। ଆଗକୁ ଏକ ନୂଆ ଧାରାବାହିକରେ ନଜର ଆସିବାକୁ ଯାଉଛନ୍ତି ପ୍ରିୟଙ୍କା। ଏହି ଧାରାବାହିକ ଟିର ନାଁ ହେଉଛି ” ତୁଳସୀ ଏହି ଅଗଣାର”। ଏହି ଧାରାବାହିକଟି ଖୁବ୍ ଶୀଘ୍ର ଷ୍ଟାର କିରଣରେ ପ୍ରସାରିତ ହେବାକୁ ଯାଉଛି। ଏହି ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସିବେ ପ୍ରିୟଙ୍କା।
ତେବେ ବର୍ତ୍ତମାନ ଏହି ଧାରାବାହିକର ସୁଟିଂ ଜାରି ରହିଛି। ଏହି ଧାରାବାହିକରେ ଏକ ସିନ୍ ଅଛି ଯେଉଁଥିରେ ପ୍ରିୟଙ୍କା ବାହା ହେଉଥିବା ଦେଖିବାକୁ ପାଇବେ ଦର୍ଶକ ମାନେ। ତେବେ ଏହି ସୁଟିଂ ସମୟର କିଛି ଭିଡିଓ ଓ ଫଟୋ କୁ ପ୍ରିୟଙ୍କା ନିଜ ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ବର୍ତମାନ ଭାଇରାଲ ହେବାରେ ଲାଗିଛି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।