Breaking News

ଦୌଡରାଣୀ ଦୂତୀ ଚାନ୍ଦଙ୍କ (Dutee Chand) ପ୍ରେମରେ ଫାଟ !! ପ୍ରେମିକାଙ୍କ ସହ ମନାନ୍ତର ପରେ ନେଲେ ଏପରି ନିଷ୍ପତି … – ଦେଖନ୍ତୁ ଭିଡିଓ

ଦୌଡ଼ ରାଣୀ ଦୂତି ଚାନ୍ଦ ଙ୍କ ପ୍ରେମ ସମ୍ପର୍କ ରେ ଫାଟ। ପ୍ରମିଜ୍ ଡେ ରେ ସାତ ଜନ୍ମର ସାଥି ହୋଇ ରହିବାକୁ ଯେଉଁ ପ୍ରତିଶ୍ରୁତି ମିଳିଥିଲା ତାହା ଏବେ ଚ୍ଛିନ୍ନ ହୋଇଛି। ପ୍ରେମିକା ମୋନାଲିସା ଙ୍କ ସହ ମନାନ୍ତର ପରେ ଏବେ ନିଜ ମନର କଥାକୁ ସେ ସୋସିଆଲ ମିଡିଆରେ ବଖାଣିଛନ୍ତି। ନିଜ ୱାଟସଆପ୍ ଷ୍ଟାଟସ୍ ରେ ଏଭଳି କିଛି ସେ ନିଜ ପ୍ରେମ ସଂପର୍କ ବିଷୟରେ ଲେଖିଛନ୍ତି ଯେଉଁଥି ପାଇଁ ସେ ଏବେ ଚର୍ଚ୍ଚାରେ। ୱାଟସଆପ୍ ଷ୍ଟାଟସ୍ ଜରିଆରେ ସେ ନିଜ ପ୍ରେମର ବିବାଦକୁ ସେୟାର କରିବା ସହିତ ପ୍ରେମିକା ଙ୍କ ସହ ମତାନ୍ତର ର ଚାଟ୍ କୁ ମଧ୍ୟ ସେୟାର କରିଛନ୍ତି।

ଦୂତି ଲେଖିଛନ୍ତି, “ଯିଏ ଦିନେ ମତେ ପାଇ ଦୁନିଆର ସବୁ ସୁଖ ପାଇଥିବା କଥା କହୁଥିଲା, ଆଜି କାଳେ ମତେ ଭଲ ପାଇ ବଡ଼ ଭୁଲ ଟେ କରିଛି ବୋଲି କହୁଛି। କାହାକୁ କଣ କହିବା ସବୁ ତ ସମୟର ଖେଳ। “ଏହା ସହିତ ଦୂତି ଭଙ୍ଗା ହୃଦୟର ଷ୍ଟିକର ସହ ପ୍ରେମିକା ଙ୍କ ସହ ଚାଟିଂ ର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି।

ଦୂତି ଙ୍କ ପ୍ରେମିକା ମୋନାଲିସା ମଧ୍ୟ ଚାଟିଂ ରେ କହିଛନ୍ତି ଉପହାର ସ୍ବରୂପ ସେ ଦୂତି ଙ୍କ ମୋବାଇଲ ଠାରୁ ଆରମ୍ଭ କରି ସୁନା ଗହଣା ପର୍ଯ୍ୟନ୍ତ ଯାହାବି ଉପହାର ସ୍ବରୂପ ଗ୍ରହଣ କରିଥିଲେ ତାହା ତାଙ୍କୁ ଫେରାଇ ଦେବେ। ଏହା ସହିତ କିଛି ବର୍ଷ ହେବ ଦୂତି ନିଜର ପ୍ରେମ ସମ୍ପର୍କ କୁ ନେଇ ଚର୍ଚ୍ଚାରେ ରହିଆସୁଥିଲେ। ଯଦିଓ ସେ ଆଗରୁ ନିଜ ପ୍ରେମ ସମ୍ପର୍କ ବିଷୟରେ କହିବାକୁ ଲାଜ କରିଥିଲେ, ହେଲେ ନିକଟରେ ସେ ନିଜ ପ୍ରେମ ସମ୍ପର୍କ ବିଷୟରେ ସବୁ ଖୋଲି କହିଥିଲେ। ନିକଟରେ ତାଙ୍କ ପ୍ରେମ କାହାଣୀ କୁ ନେଇ ମଧ୍ୟ ଏକ ପତ୍ରିକା ରେ ଖବର ପ୍ରକାଶ ପାଇଥିଲା।


ଦୂତି ଙ୍କ ପରିବାର ଲୋକ ଙ୍କ ବିରୋଧ ପରେ ମଧ୍ୟ ଦୂତି ମୋନାଲିସା ଙ୍କ ସହ ସମ୍ପର୍କରେ ଥିଲେ। ଆଉ ସର୍ବ ସମ୍ମୁଖରେ ନିଜ ପ୍ରେମକୁ ସ୍ବୀକାର କରୁଥିଲେ। ହେଲେ ଏବେ କୌଣସି ବ୍ୟକ୍ତିଗତ କାରଣକୁ ନେଇ ଦୁହିଁଙ୍କ ପ୍ରେମରେ ଫାଟ ସୃଷ୍ଟି ହୋଇଛି। ଯାହା ପରେ ଦୂତି ନିଜ ମନର ଦୁଃଖ କୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *