ବଲିଉଡ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ପରିଣିତି ଚୋପ୍ରା ଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ବର୍ତ୍ତମାନ ସମୟରେ ବଲିଉଡ୍ ଇଣ୍ଡଷ୍ଟ୍ରି ର ଆଗଧାଡିର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ସେ ଜଣେ। ସବୁବେଳେ ନିଜର ଜବରଦସ୍ତ ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ଅନ୍ଦାଜ ପାଇଁ ପରିଣିତି ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ ନିକଟରେ ପରିଣିତିଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍ ଧରିଛି। କାରଣ ଯାହା ଶୁଣିବାକୁ ମିଳିଛି ପରିଣିତି କୁଆଡେ ଅଭିନୟ ଛାଡ଼ି ଏବେ ଚାଷ କାମରେ ମନ ଦେଇଛନ୍ତି।
କାରଣ ନିକଟରେ ପରିଣିତି ଚୋପ୍ରା ନିଜ ଟୁଇଟର ଆକାଉଣ୍ଟ୍ ରେ କିଛି ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଚାଷ କ୍ଷେତରେ ଥିବା ଦେଖିବାକୁ ମିଳୁଛି। ଏହା ସହିତ ସେ ନିଜ ଫାର୍ମ ରେ ଫଳିଥିବା ବାଇଗଣ ଓ ଭେଣ୍ଡି ର ଫଟୋ ମଧ୍ୟ ସେୟାର କରିଛନ୍ତି। ତେବେ ଏହି ଫଟୋ ଗୁଡିକ ଦେଖିବା ପରେ ପରିଣିତି ଏବେ ଅଭିନୟ ଛାଡି ଚାଷ କାମରେ ପାଦ ଦେଉଥିବା ଲୋକ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ହେଲେ କହି ରଖୁଛୁ , ଏହା ପଛରେ କୌଣସି ସତ୍ୟତା ନାହିଁ। ସୁଟିଂ ସେଟ୍ ରୁ କିଛି ଦିନ ବ୍ରେକ ପାଇଥିବା ବେଳେ ପରିଣିତି ନିଜ ବାପା ଙ୍କ ଫାର୍ମ କୁ ଯାଇ ବୁଲିଛନ୍ତି। ଆଉ ଏହି ସମୟରେ ଫାର୍ମ ରେ ଉତ୍ପାଦନ ହୋଇଥିବା କିଛି ପରିବା ର ଫଟୋ ଉଠାଇ ସେ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାକୁ ନେଇ ଏବେ ଲୋକ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି।
ତେବେ ସୂଚନା ଯୋଗ୍ୟ ଯେ, ବଲିଉଡ଼ ର ଚୁଲବୁଲି ଅଭିନେତ୍ରୀ ପରିଣିତି ଚୋପ୍ରା ଚଳଚ୍ଚିତ୍ର ‘ଇଶକଜାଦେ’ ରେ ଡେବ୍ୟୁ କରି ଜଣେ ଭଲ ନାୟିକା ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ଅଭିନୟ କରିବା ପୂର୍ବରୁ ସେ ବିଦେଶରେ ଇନଭେଷ୍ଟମେଣ୍ଟ ମ୍ୟାନେଜର ଭାବେ କାମ କରୁଥିଲେ। ହେଲେ ଆର୍ଥିକ ମାନ୍ଦାବସ୍ଥା ପାଇଁ ଭାରତ ଫେରିଆସି ୟଶରାଜ ଫିଲ୍ମସ୍ରେ ମାର୍କେଟିଂ ଓ ପିଆର୍ କନସଲଟାଣ୍ଟ ଭାବେ କାମ କରୁଥିଲେ।
ଏହାପରେ ସେ ଅଭିନୟ କ୍ଷେତ୍ରକୁ ପାଦ ବଢାଇଥିଲେ। ଆଉ ସେଥିରେ ସଫଳ ବି ହୋଇଥିଲେ। କିଛି ହିଟ୍ ଫିଲ୍ମ ଭେଟି ଦେଇଥିବା ପରିଣିତି ଏବେ ସାଇନା ନେହଓ୍ବାଲଙ୍କ ବାୟୋପିକ ର ସୁଟିଂ ପାଇଁ ବ୍ୟସ୍ତ ଥିବା ବେଳେ ‘ଦ ଗାର୍ଲ ଅନ୍ ଦ ଟ୍ରେନ୍’ ଓ ‘ଭୁଜ ଦ ପ୍ରାଇଡ୍ ଇଣ୍ଡିଆ’ରେ ମଧ୍ୟ ନଜର ଆସିବାକୁ ଯାଇଛନ୍ତି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।