ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ଜଡ଼ିତ ଅଛନ୍ତି। ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ବ୍ୟକ୍ତି କିଛି ନା କିଛି ଫଟୋ ବା ଭିଡିଓ ସେୟାର କରିଥାନ୍ତି। ଆଉ ତା ଭିତରୁ କିଛି ଭିଡିଓ ବା ଫଟୋ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସେ ଆଉ ତାହା ରାତାରାତି ଭାଇରାଲ ହୋଇଯାଏ। ଆଉ ଏହି ଭାଇରାଲ ପୋଷ୍ଟ କିଛି ଲୋକ ମାନଙ୍କୁ ରାତାରାତି ଲୋକପ୍ରିୟ କରିଦିଏ।
ତେବେ ଆପଣ ମାନେ ଓଡ଼ିଶାର ଲୋକପ୍ରିୟ ଯୋଡ଼ି ରୂପା ଓ ପିଣ୍ଟୁ କୁ ତ ନିଶ୍ଚୟ ଭାବରେ ଜାଣିଥିବେ। ସୋସିଆଲ ମିଡିଆରେ ଦୁହେଁ ଅତି ପରିଚିତ ଚେହେରା। ପ୍ରଥମେ ଏହି ସ୍ବାମୀ ସ୍ତ୍ରୀ ଟିକଟକ୍ ଆପ ଜରିଆରେ ଭିଡିଓ କରିବା ଆରମ୍ଭ କରିଥିଲେ। ଧିରେ ଧିରେ ତାଙ୍କର ଭିଡିଓ ସବୁ ଲୋକ ମାନଙ୍କୁ ଭଲ ଲାଗିଲା। ଏହିଭଳି ଭାବରେ ଦୁହେଁ ଓଡ଼ିଶାରେ ଲୋକପ୍ରିୟ ହେବାକୁ ଲାଗିଲେ।
ପରବର୍ତ୍ତୀ ସମୟରେ ଦୁହେଁ ମିଶି ଏକ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲିଥିଲେ। ଯାହାର ନାଆଁ ହେଉଛି ରୂପା ,ପିଣ୍ଟୁ ଓ ଖୁସି ଏକ୍ସପ୍ରେସ। ତେବେ ଏହି ଚ୍ୟାନେଲରେ ଦୁହେଁ ନିଜର ଦୈନନ୍ଦିନ ଜୀବନର କାର୍ଯ୍ୟ ସବୁ ରେକର୍ଡ କରି ପୋଷ୍ଟ କରିଲେ। ଓଡ଼ିଶାର ଲୋକମାନେ ମଧ୍ୟ ଏହାକୁ ଦେଖିବାକୁ ଭଲ ପାଇଲେ। ଏହିଭଳି ଭାବରେ ଧୀରେ ଧୀରେ ଦୁହିଁଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା।
ତେବେ ଦୁହିଁଙ୍କ ଲୋକପ୍ରିୟତା ଦେଖି ଦୁହିଁଙ୍କୁ ଏକାଠି ଆଲବମ୍ କରିବାର ସୁଯୋଗ ମଧ୍ୟ ଦିଆଗଲା। ଦୁହେଁ ଏକାଠି ଅନେକ ଓଡ଼ିଆ ଆଲବମ୍ ରେ ନଜର ଆସିଛନ୍ତି। ଆଉ ସେହି ସବୁ ଆଲବମ୍ ଗୁଡିକ ସୁପରହିଟ ମଧ୍ୟ ହୋଇଛି।
ତେବେ ନିକଟରେ ପିଣ୍ଟୁ ନିଜ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି ଯାହା ଦେଖିଲେ ଆପଣ ହସି ହସି ବେଦମ୍ ହୋଇଯିବେ। କାରଣ ଏହି ନୂଆ ବ୍ଲଗ୍ ରେ ପିଣ୍ଟୁ ହିନ୍ଦୀ କହୁଛନ୍ତି। ତାହା ପୁଣି ଖଣ୍ଡି ହିନ୍ଦୀ। ତାଙ୍କ କଥା ଶୁଣିଲେ ଯେ କେହି ବି ନିଜର ହସକୁ ରୋକିପାରିବେ ନାହିଁ। ଲୋକ ମାନଙ୍କ ମନୋରଞ୍ଜନ ପାଇଁ ପିଣ୍ଟୁ ଏଭଳି ଅଧା ହିନ୍ଦୀ ଓ ଅଧା ଓଡ଼ିଆରେ କଥା ହେଉଛନ୍ତି। ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।