ଆରମ୍ଭ ହୋଇଛି ରାଜବୀରଙ୍କ ଚିକିତ୍ସା। ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି ଟାଇପ୍-୨ ନାମକ ଏକ ଦୁରାରୋଗ୍ୟ ରେ ପୀଡ଼ିତ ହୋଇ ଜୀବନ ସହ ଲଢେ଼ଇ କରୁଥିବା ୨ ବର୍ଷର ନିଷ୍ପାପ ଛୁଆ ରାଜବୀର ର ଜୀବନ ବଞ୍ଚାଇବାକୁ ଉଦ୍ୟମ ଜାରି ରଖିଛନ୍ତି ଡାକ୍ତର। ହେଲେ ହୋଇପାରିଲା ନାହିଁ ୧୬ କୋଟି ଟଙ୍କାର ଯୋଗାଡ। ଯାହା ଫଳରେ ଏବେ ଜୋଲଜେଲସମା ଇଞ୍ଜେକସନ ବଦଳରେ ଦିଆଯିବ ରିଶିଡିଫ୍ଲାମ ଇଞ୍ଜେକସନ।
ଏପଟେ ରାଜବୀରଙ୍କ ସ୍ୱାସ୍ଥ୍ୟବସ୍ଥା ରେ ମଧ୍ୟ ଧୀରେ ଧୀରେ ଉନ୍ନତି ଆସୁଥିବା ଦେଖିବାକୁ ମିଳିଛି । ବେଙ୍ଗାଳୁରୁ ର ଘରୋଇ ହସ୍ପିଟାଲରେ ଆରମ୍ଭ ହୋଇଛି ରାଜବୀରଙ୍କ ଚିକିତ୍ସା। ଏହି ନିଷ୍ପାପ ଛୁଆ ଟିକୁ ସୁସ୍ଥ ରଖିବା ପାଇଁ ରିଶିଡିଫ୍ଲାମ ଚିକିତ୍ସା ଆରମ୍ଭ କରିଛନ୍ତି ଡାକ୍ତର। କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଗଞ୍ଜୁଗୁଡ଼ା ପଞ୍ଚାୟତ ଆମ୍ବପଡ଼ା ଗ୍ରାମର କୁଳମଣି ରଣା ଓ ତମଲିକା ଦାସଙ୍କ ଏକମାତ୍ର ପୁଅ ରାଜବୀର୍।
ତାଙ୍କୁ ଏବେ ସାରା ରାଜ୍ୟ ଓ ଦେଶ ବି ଜାଣିଛି। ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି ଟାଇପ୍-୨ ନାମକ ଏକ ଦୁରାରୋଗ୍ୟ ରେ ପୀଡ଼ିତ ଅଛି ରାଜବୀର। ଯାହାର ଚିକିତ୍ସା ପାଇଁ ଆବଶ୍ୟକ ରହିଛି ୧୬ କୋଟି ଟଙ୍କା। ଯାହାକୁ ନେଇ ତାଙ୍କ ମା ରାଜ୍ୟ ସମେତ ଦେଶ ବାସୀଙ୍କ ଙ୍କ ନିକଟରେ ଅନେକ ଥର ଗୁହାରି ମଧ୍ୟ କରିଥିଲେ।
ତେବେ ଟଙ୍କା ଯୋଗାଡ ମଧ୍ୟ ଚାଲିଥିଲା। ମାତ୍ର ପରେ ଏହି ଟଙ୍କା କୁ ନେଇ ଅନେକ ଦ୍ଵନ୍ଦ ଦେଖିବାକୁ ମିଳିଥିଲା। ସବୁ ବାଧାବିଘ୍ନ ପରେ ମଧ୍ୟ ଏଯାବତ୍ ରାଜବୀରଙ୍କ ପାଇଁ ୭ କୋଟି ୮ ଲକ୍ଷ ୯ ହଜାର ୮୬ ଟଙ୍କା ଯୋଗାଡ ହୋଇସାରିଛି। ତେବେ ୧୬ କୋଟି ଟଙ୍କା ଯୋଗାଡ ନ ହୋଇପାରିବାରୁ ନିକଟ ଅତୀତରେ ରିଶିଡିଫ୍ଲାମ ଚିକିତ୍ସା ଆରମ୍ଭ କରାଯାଇଛି। ଯେଉଁଥିପାଇଁ ଚର୍ଚ୍ଚ ହୋଇଛି ୨୪ ଲକ୍ଷ ୨୬ ହଜାର ୬୬୮ ଟଙ୍କା।
ଚିକିତ୍ସା ଚାଲିଥିବା ବେଳେ ଆଗାମୀ ଦିନରେ ଟଙ୍କା ଯୋଗାଡ ହୋଇପାରିଲେ ଜୋଲଜେଲସମା ଇଞ୍ଜେକସନ ଦିଆଯିବ ବୋଲି ସୂଚନା ମିଳିଛି। ଏହାରି ଭିତରେ କିଛି ଅସାଧୁ ବ୍ୟକ୍ତି ଟଙ୍କା ହଡ଼ପ କରିବାକୁ ଚେଷ୍ଟା କରି ବିଫଳ ହୋଇଥିବା ବେଳେ ଏବେ ବି ଦୋଷ ଲଦା ଲଦି ଜାରି ରହିଛି। ତେବେ ସବିପରେ ରାଜବୀର କେବେ ସଂପୂର୍ଣ୍ଣ ସୁସ୍ଥ ହେଉଛନ୍ତି ତାହା ଦେଖିବା ବାକି ରହିଛି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।