ଭୁବନେଶ୍ୱର ନନ୍ଦନ ବିହାର ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ଆ-ତ୍ମ-ହ-ତ୍ୟା ଘଟଣାରେ ନୂଆ ମୋଡ଼। ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପରେ ଏହି ଆ-ତ୍ମ-ହ-ତ୍ୟା ର ଦୀର୍ଘ ଅଢେଇ ମାସ ପରେ ସୌମ୍ୟ ଙ୍କ ପ୍ରେମିକା ସୋନାଲି ନନ୍ଦ ଓ ତାଙ୍କ ମା ଙ୍କ ନାଁ ରେ ମାମଲା ରୁଜୁ କରିଛି ଭୁବନେଶ୍ୱର ଇନଫୋସିଟି ଥାନା ପୋଲିସ।
କହିରଖୁଛୁ, ଗତ ଜାନୁଆରୀ ମାସ ୩୦ ତାରିଖ ଦିନ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆ–ତ୍ମ-ହ-ତ୍ୟା କରିଥିଲେ। ଆଉ ଆ-ତ୍ମ-ହ-ତ୍ୟା ପୂର୍ବରୁ ସେ ଏକ ସୁଇସାଇଡ ନୋଟ୍ ଲେଖି ଯାଇଥିଲେ, ଯେଉଁଥିରେ ସେ ନିଜ ପ୍ରେମିକା ସୋନାଲି ନନ୍ଦଙ୍କ ଛଳନା ଓ ପ୍ର-ତା-ର-ଣାର କାହାଣୀ ଲେଖିଥିଲେ।
ଆଉ ନିଜ ମୃତ୍ୟୁ ପାଇଁ ସେ ସୋନାଲି ଙ୍କୁ ଦାୟୀ କରିଥିଲେ। ଏହାପରେ ଅନେକ ଭାଇରାଲ ଅଡିଓ କଲ୍ ମଧ୍ୟ ସାମ୍ନାକୁ ଆସିଥିଲା ଯେଉଁଥିରେ ସୋନାଲିଙ୍କ ସତ ସଭିଙ୍କ ସାମ୍ନାକୁ ଆସିଥିଲା। ହେଲେ ସବୁ ପରେ ମଧ୍ୟ ପୋଲିସ ସୋନାଲି ଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।
ଶେଷରେ ସୌମ୍ୟ ଙ୍କୁ ନ୍ୟାୟ ଦେବା ଆଶାରେ ତାଙ୍କ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ମାନ୍ୟବର ହାଇକୋର୍ଟ ଭୁବନେଶ୍ବର ଡିସିପିଙ୍କୁ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ବର୍ତ୍ତମାନ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ମାନି ସୋନାଲି ଓ ତାଙ୍କ ମାଆ ଙ୍କ ନାଁ ରେ ଆ-ତ୍ମ-ହ-ତ୍ୟା କୁ ନେଇ ପ୍ରବର୍ତ୍ତେଇବା ପାଇଁ ଆଇପିସି ଧାରା ୩୦୬ ଓ ସମାନ ଉଦ୍ଦେଶ୍ୟ ରଖି ଏକାଧିକ ବ୍ୟକ୍ତିଙ୍କ ଅପରାଧିକ କାର୍ଯ୍ୟ ନେଇ ଧାରା ୩୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇନଫୋସିଟି ଥାନା ପୋଲିସ।
ତେବେ ସୂଚନାଯୋଗ୍ୟ, ସୌମ୍ୟ ରଞ୍ଜନ ପାଣିଗ୍ରାହୀ ମୁମ୍ବାଇ ରେ ରହି ମଡେଲିଂଗ କରୁଥିଲେ। ହେଲେ କାରୋନା ମହାମାରୀ ପାଇଁ ସେ ନିଜ ଘର ଭୁବନେଶ୍ୱର ଫେରି ଆସି ନନ୍ଦନ ବିହାର ଅଞ୍ଚଳରେ ରହୁଥିଲେ। ହେଲେ ଏହି ସମୟରେ ସିଙ୍ଗର ସୋନାଲି ନନ୍ଦଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ତେବେ ସୌମ୍ୟ ଙ୍କ ଆ-ତ୍ମ-ହତ୍ୟା- ପରେ ପରିବାର ଲୋକେ ଏଥିପାଇଁ ସୋନାଲି ଙ୍କୁ ଦାୟୀ କରିଥିଲେ। ଆଉ ଏବେ ପରିବାର ଲୋକେ ନ୍ୟାୟ ପାଇବେ ବୋଲି ଆଶାବାଦୀ ଅଛନ୍ତି।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।