ଗତ ଦୁଇ ଦିନ ତଳେ ରାଜଧାନୀ ଭୁବନେଶ୍ଵର ରେ ରାଜ୍ୟ ଚାଳକ ମହାସଂଘ ଭୁବନେଶ୍ବରରେ ହଜାର ହଜାର ଚାଳକଙ୍କୁ ଏକାଠି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସକାଳ ୯ଟା ବେଳୁ ସେମାନେ ଏକାଠି ହୋଇ ବିକ୍ଷୋଭ ଆରମ୍ଭ କରିବା ସହିତ ଗାନ୍ଧୀମାର୍ଗକୁ ଯାଇଥିବା ପ୍ରତ୍ୟେକ ରାସ୍ତାକୁ ଏମାନେ ପ୍ରଥମେ କବ୍ଜା କରିଥିଲେ। ବିଭିନ୍ନ ଛକରୁ ଦଳ ଦଳ ହୋଇ ଏମାନେ ଶୋଭାଯାତ୍ରାରେ ଗାନ୍ଧୀମାର୍ଗକୁ ଅଗ୍ରସର ହୋଇଥିଲେ।
ଏମାନଙ୍କ ପଟୁଆରରେ ପୂରା ରାସ୍ତା ଜାମ୍ ହୋଇ ଯାଇଥିଲା।କେଉଁଠି ରାସ୍ତା ଉପରେ ଧାରଣା ଦେଇ ଚକ ଅଖ ଜାମ୍ କରିଦେଲେ। ଏମାନେ ଯେଉଁ ରାସ୍ତାରେ ଯାଉଥିଲେ ସେହି ରାସ୍ତାରେ ଅନ୍ୟ ସାଧାରଣ ଲୋକଙ୍କ ଯିବା ସମ୍ଭବ ନଥିଲା। ତେବେ ଏଭଳି ପରିସ୍ଥିତିରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ ସାଧାରଣ ଜନତା। କେବଳ ସାଧାରଣ ଜନତା ନୁହଁନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ବଡ଼ ବଡ଼ କଳାକାର ମାନେ ମଧ୍ୟ ଏହି ଶୋଭାଯାତ୍ରା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ତେବେ ଏହି ସମୟରେ ସାଧାରଣ ଲୋକ ମାନଙ୍କ ମଧ୍ୟରେ ଓଡ଼ିଆ ହିରୋ ବାବୁଶାନ ମହାନ୍ତି ମଧ୍ୟ ଟ୍ରାଫିକ ରେ ଦୀର୍ଘ ସମୟ ଛିଡ଼ା ହୋଇ ହଇରାଣ ହେଉଥିବାର ନଜର ଆସିଥିଲେ। ମୁଣ୍ଡ ଫଟା ଖରାରେ ବୁଲେଟ୍ ଧରି ସେ ଚାହିଁ ରହିଥିଲେ ରାସ୍ତା ଖାଲି ହେବାକୁ। ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ତେବେ କହିରଖୁଛୁ, ଗତ ୧୯ ତାରିଖ ସକାଳ ପ୍ରାୟ ୯ ଟା ସମୟରେ ଡ୍ରାଇଭର ମହାସଂଘ ଦୀର୍ଘ ୩ ଘଣ୍ଟା ଧରି ରାଜଧାନୀ ଭୁବନେଶ୍ଵର ରେ ରାସ୍ତା ରୋକ କରିଥିଲେ। ନିଜର କିଛି ଦାବି ନେଇ ହଜାର ହଜାର ସଂଖ୍ୟାରେ ସେମାନେ ନବୀନ ନିବାସକୁ ଘେରିବାକୁ ଆସିଥିଲେ ।
ତାଙ୍କର ଦାବି ଥିଲା, ଯଦି ସେମାନଙ୍କର କୌଣସି ଦୁର୍ଘଟଣା ହେଉଛି ତ ସେମାନଙ୍କୁ ଇନ୍ସୁରାନ୍ସ ବାବଦରେ ୨୦ ଲକ୍ଷ ଟଙ୍କା, ଆଉ ଯେଉଁମାନେ ଏଞ୍ଜଡ଼ ହେଉଛନ୍ତି ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଉ।ସେହିଭଳି ବସ୍ ଭଡାକୁ ନେଇ ମଧ୍ୟ ସେ ଦାବି କରିଥିଲେ। ତେବେ ସରକାର ତାଙ୍କ ଦାବି ପୂରଣ କରିବାକୁ ସମୟ ନେଇଥିଲେ। ଯାହା ଫଳରେ ହଜାର ହଜାର ସଂଖ୍ୟକ ଡ଼୍ରାଇଭର ରାଜଧାନୀ ଭୁବନେଶ୍ଵର ରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।