ଗତ କିଛି ଦିନ ତଳେ ନିଜ ବଡ଼ ଭାଇ ପରିବାରର ୫ ଜଣ ସଦସ୍ୟ ଙ୍କୁ ଏକା ସାଙ୍ଗରେ ହ-ତ୍ୟା କରି ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କଟକ ମାହାଙ୍ଗା ଅଞ୍ଚଳର ଅ-ଭିଯୁ-କ୍ତ ଶିବ ସାହୁ ବର୍ତ୍ତମାନ ଜେଲ ରେ। ଏଭଳି ଲୋମ ଟାଙ୍କୁରା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି।
ଏଭଳି କାର୍ଯ୍ୟକୁ ଲୋକମାନେ ନିନ୍ଦା କରିବା ସହିତ ଶିବ ଭାତୃତ୍ବ ନାଁ ରେ କଳଙ୍କ ବୋଲି କହୁଛନ୍ତି ଲୋକେ। ହେଲେ ଏଭଳି ସ୍ଥଳରେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କହୁଛନ୍ତି ଶିବ ସାହୁ ଏହି ହ-ତ୍ୟା-କା-ଣ୍ଡର ଅ-ପରା-ଧୀ ନୁହେଁ, କାରଣ ସେ ଏଭଳି କରିବା ଏକ ପ୍ରକାର ଅସମ୍ଭବ।
ତେବେ ଶିବଙ୍କ ଓକିଲଙ୍କ କହିବାନୁଯାୟୀ, ଶିବ ନିଜ ଭାଗର ସମ୍ପତି ପାଇଁ ନିଜ ବଡ଼ ଭାଇଙ୍କ ସହ ଝଗଡା କରୁଥିଲେ। ସମ୍ପୂର୍ଣ୍ଣ ସମ୍ପତିରୁ ତାଙ୍କର ଭାଗ ଯେତିକି, ତାଙ୍କୁ ସେତିକ ଦେବା ପାଇଁ ସେ ଜିଦ କରୁଥିଲେ। ତାଙ୍କ ଗ୍ରାମର ସରପଞ୍ଚ ଓ ସେ ଅଞ୍ଚଳର ଜିଲ୍ଲା ପରିଷଦ ଚାହିଁଥିଲେ ସେମାନେ ଏହାର ସମାଧାନ କରି ପାରିଥାନ୍ତେ। ମାତ୍ର ଗ୍ରାମର ସରପଂଚ, ସେ ଅଞ୍ଚଳର ଜିଲ୍ଲା ପରିଷଦଙ୍କ ଅବହେଳା କାରଣରୁ ଜମିବାଡି କାର୍ଯ୍ୟ ସମାଧାନ ହୋଇ ପାରିନଥିଲା। ଯାହା ଏହି ହ-ତ୍ୟା–କା-ଣ୍ଡର ଏକ ମୁଖ୍ୟ କାରଣ।
ତେଣୁକରି ତାଙ୍କ କହିବାନୁଯାୟୀ, ଯଦି ଏହି ଘଟଣାରେ ଜଡ଼ିତ ଶିବ ସାହୁ ଜଣେ ଅ-ପ-ରା-ଧୀ, ତେବେ ତା ସହିତ ଜମିବାଡି ସମାଧାନ କାର୍ଯ୍ୟରେ ଥିବା ସମସ୍ତ ଅଧିକାରୀମାନେ ମଧ୍ୟ ଦାୟୀ। କାରଣ ସେମାନଙ୍କ ଅବହେଳା କାରଣରୁ ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତେଣୁକରି ତାଙ୍କୁ ମଧ୍ୟ ଏଥିପାଇଁ ଦଣ୍ଡ ମିଳୁ। ସେମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି ଶିବଙ୍କ ଓକିଲ।
ତେବେ ସୂଚନା ଯୋଗ୍ୟ, ପାରିବାରିକ ବିବାଦରୁ ବଡଭାଇ ପରିବାରର ୫ ଜଣଙ୍କ ହ-ତ୍ୟା କରିଥିଲେ ଅଭିଯୁକ୍ତ ଶିବ ସାହୁ।
ହତ୍ୟାକାଣ୍ଡ ଘଟାଇବା ପରେ ଶିବ ଏସବୁ କଥା ଗ୍ରାମ ସରପଞ୍ଚ ଏବଂ ଜିଲ୍ଲାପରିଷଦଙ୍କ ଆଗରେ ମାନିଥିଲେ। ଏହାପରେ ନିଜେ ଏକ ଭିଡ଼ିଓ ସୁଟିଂ କରି ତାକୁ ଗାଁ ର କିଛି ଯୁବକଙ୍କ ପାଖକୁ ପଠାଇ ପରେ ଏହି ଭିଡ଼ିଓ ଟିକୁ ନିଜ ଫେସବୁକ ଆକାଉଣ୍ଟରେ ଅପଲୋଡ଼ କରିଥିଲେ। ସବୁ ପରେ ନିଜେ ଯାଇ ପୋଲିସ ଆଗରେ ଆତ୍ମସମର୍ପଣ କରିଥିଲେ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।