Breaking News

ଆସିଲା ନୂଆ ନିୟମ – ଏଣିକି ବିନା ଲାଇସେନ୍ସ ରେ ଘରେ ରଖି ପାରିବେନି ଗାଈ , ଜାଣନ୍ତୁ ସମ୍ପୂର୍ଣ ତଥ୍ୟ ….

ବଦଳିଲା ସହର ମାନଙ୍କରେ ଗାଇ ମଇଁଷି ରଖିବାର ନିୟମ। ଏଣିକି ବିନା ଲାଇସେନ୍ସରେ ଗାଇ ରଖିପାରିବେ ନାହିଁ ସହରାଞ୍ଚଳ ବାସୀ। ତେବେ ନିକଟରେ ସହରାଞ୍ଚଳରେ ଗାଇ ରଖିବା ପାଇଁ କିଛି ଏଭଳି ନିର୍ଦ୍ଧିଷ୍ଟ ନିୟମ ଲାଗୁ କରିଛନ୍ତି ରାଜସ୍ଥାନ ସରକାର। ଆଜି ଠାରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ଗୋପାଳନ ନିୟମ। ଏଣିକି ଗାଇ କିମ୍ୱା ମଇଁଷି ରଖିବାକୁ ଚାହୁଁଥିବା ବ୍ୟକ୍ତି ଙ୍କୁ ଏହି ସବୁ ନିୟମ କୁ ପାଳନ କରିବାକୁ ପଡ଼ିବ।

ତେବେ ଏହି ନୂତନ ନିୟମ ଅନୁଯାୟୀ, ଏଣିକି ବିନା ଲାଇସେନ୍ସରେ ଗୋଟିଏ ଘରେ ଗୋଟିଏରୁ ଅଧିକ ଗାଈ କିମ୍ବା ଗୋଟିଏ ବାଛୁରୀ ରଖିବାକୁ ଅନୁମତି ଦିଆଯିବ ନାହିଁ। ମ୍ୟୁନିସିପାଲିଟି କର୍ପୋରେସନ୍ ଏବଂ ପରିଷଦ ଅଧୀନରେ ସମସ୍ତ କ୍ଷେତ୍ରରେ ଏହି ନୂତନ ନିୟମ କାର୍ଯ୍ୟକାରୀ ହେବ । ନୂତନ ନିୟମ ଅନୁଯାୟୀ ଲାଇସେନ୍ସ ପାଇବାକୁ ଆବେଦନକାରୀଙ୍କୁ ଗୁହାଳ ବାବଦରେ ବିବରଣୀ ପ୍ରଦାନ କରିବାକୁ ପଡିବ।ଗୁହାଳର ମାନ, ସ୍ୱଚ୍ଛତା ଏବଂ ପାରିପାଶ୍ୱିର୍କ ସ୍ଥିତି ଭଳି କେତେକ ବିଶେଷ ଦିଗକୁ ଧ୍ୟାନ ଦେଇ ଲାଇସେନ୍ସ ଦିଆଯିବ।

ସେହିଭଳି ରାଜ୍ୟର ସମସ୍ତ ଗାଇ ମାନଙ୍କ କାନରେ ଏକ ଟ୍ୟାଗ ରହିବ ଯେଉଁଥିରେ ଏହି ଗାଈର ମାଲିକ ଙ୍କ ନାଁ ଓ ଫୋନ୍ ନମ୍ୱର ରହିବା ବାଧ୍ୟତାମୂଳକ ହେବ। ତେବେ ଯଦି କେଉଁ ମାଲିକର ଗାଇ ଗୁଡ଼ିକ ରାସ୍ତା ଉପରେ ବୁଲୁଥିବାର ଦେଖିବାକୁ ମିଳେ ତେବେ ସେ ମାଲିକ ଙ୍କୁ ୧୦ ହଜାର ଟଙ୍କାର ଫାଇନ ଦେବାକୁ ହେବ।


ସେହିଭଳି ରାଜସ୍ଥାନର ସହରାଞ୍ଚଳ ମାନଙ୍କରେ ୧୦୦ ବର୍ଗ ମିଟର କ୍ଷେତ୍ର ମଧ୍ୟରେ ଗାଈ ରଖିବା ବାଧ୍ୟତାମୂଳକ କରାଯାଇଛି। ଗାଈ ମାଲିକ ମାନଙ୍କ ଠାରୁ ୧୦୦୦ ଟଙ୍କା ବାର୍ଷିକ ଲାଇସେନ୍ସ ଫି ଭାବରେ ଆଦାୟ କରାଯିବ। କିନ୍ତୁ ଯେଉଁ ଧାର୍ମିକ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଗୁଡ଼ିକ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ଅଧା ଅର୍ଥ ଦେବାକୁ ପଡିବ। ଗାଈ ଏବଂ ବାଛୁରୀ ତୁଳନାରେ ମଇଁଷିଙ୍କ ସଂଖ୍ୟା ଅଧିକ ହେଲେ ଲାଇସେନ୍ସ ବାତିଲ ହେବ।


ଏତଦବ୍ୟତୀତ, ଏଣିକି ସର୍ବସାଧାରଣ ସ୍ଥାନରେ ବିନା ଅନୁମତିରେ ଗୋଖାଦ୍ୟ ବିକ୍ରୟ କରିବାକୁ ଅନୁମତି ଦିଆଯିବନାହିଁ। ଯଦି କୌଣସି ବ୍ୟକ୍ତି ଅନଧିକୃତ ବିକ୍ରୟ କରନ୍ତି ତେବେ ତାଙ୍କ ଉପରେ ୫୦୦ ଟଙ୍କାର ଜୋରିମାନା ଲାଗୁ କରାଯିବ।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *