Breaking News

ପଙ୍କ ଭର୍ତ୍ତି କୂଅ ଭିତରୁ ବିଲେଇ ଛୁଆ କୁ ଉଦ୍ଧାର କଲା ମାଙ୍କଡ !! ଦେଖିଲେ ଆପଣ ଆଶ୍ଚର୍ଯ ହେବେ – ଦେଖନ୍ତୁ

ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡ଼ିତ ଅଛନ୍ତି। ସମାଜରେ କେଉଁଠି ବି କିଛି ଭିନ୍ନ ଧରଣର ଘଟଣା ଘଟିଲେ ତାହା ରେକର୍ଡ କରି ଲୋକ ମାନେ ନିଜ ନିଜ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଯାହାକି କିଛି ସମୟ ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି। ତେବେ ତା ମଧ୍ୟରୁ କିଛି ଭିଡିଓ ଏଭଳି ଥାଏ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହା ଦେଖିଲେ ଆପଣ ଆଶ୍ଚର୍ୟ୍ଯ ହେବେ।

ଆଜି କାଲିର ଦୁନିଆରେ ଯେତେବେଳେ ମଣିଷ ମାନେ ମାନବିକତା ଭୁଲି ପଶୁ ଭଳି ବ୍ଯବହାର କରୁଛନ୍ତି ସେତେବେଳେ କଥା କହି ପାରୁନଥିବା ପଶୁ ଟିଏ ବୁଝୁଛି ଅନ୍ୟ ପଶୁର କଷ୍ଟ। ବିପଦ ରେ ପଡ଼ିଥିବା ଜୀବଟିକୁ ଛାଡ଼ି ଯାଉନାହିଁ ବରଂ ତାକୁ ଉଦ୍ଧାର କରିବାକୁ ପ୍ରାଣପଣେ ଚେଷ୍ଟା କରୁଛି। ତେବେ ଭାଇରାଲ ଭିଡିଓ ରେ ଦେଖିବାକୁ ମିଳିଛି ଏଭଳି କିଛି।

ଭିଡିଓରେ ଦେଖିବାକୁ ମିଳିଛି, ଗୋଟିଏ ବିଲେଇ ଛୁଆ ଟିଏ ପଙ୍କୁଆ କୂଅରେ ଖସି ପଡ଼ିଛି । ତା ଭିତରୁ ଉଠି ବାହାରିବାକୁ ନାଁ ଅଛି ତା ପାଖରେ ଅଛି ବଳ ନାଁ କିଛି ଉପାୟ। କେବଳ ବୋବାଇବା ଛଡ଼ା ତା ପାଖରେ ଆଉ କୌଣସି ଚାରା ନାହିଁ। ତେବେ ଠିକ୍ ସେତିକି ବେଳେ ବିଲେଇ ଛୁଆ ଟିକୁ ସାହାଯ୍ୟର ହାତ ବଢ଼େଇଛି ମାଙ୍କଡ ଟିଏ। ସେ ବାରମ୍ବାର ଖାଲ ଭିତରକୁ ଡେଇଁ ବିଲେଇ ଛୁଆ ଟିକୁ ବାହାର କରିବାକୁ ଚେଷ୍ଟା କରୁଛି। ହେଲେ ବୁଝି ପାରୁନି କିଭଳି ସେ ତାକୁ ବାହାର କରିବ।

ଚେଷ୍ଟା କରୁଛି ବିଲେଇ ଛୁଆ କୁ କୋଳେଇ ଉପରକୁ ନେବାକୁ ହେଲେ ପାରୁନି। କୂଅ ଉପରକୁ ବାରମ୍ବାର ଡେଇଁ ଡେଇଁ ଉଦ୍ଧାର କରିବାର ଉପାୟ ଖୋଜୁଛି ମାଙ୍କଡ଼ ହେଲେ ତଥାପି ସଫଳ ହେଉନି। ତେବେ ବିଲେଇ ଛୁଆ ଟିକୁ ଉଦ୍ଧାର କରିବାରେ ଅସଫଳ ହେବାପରେ ମାଙ୍କଡ ଟି ଶେଷରେ ନିଜ ମାଲିକାଣୀ ର ସାହାଯ୍ୟ ନେଇଛି।

ମାଲିକାଣୀ କହିବାକୁ ଗଲେ ଛୋଟିଆ ଝିଅ ଟିଏ। ଝିଅଟି ଖାଲ ଭିତରକୁ ଯାଇ ବିଲେଇ ଛୁଆ ଟିକୁ ଉଦ୍ଧାର କରୁଛି। ଆଉ ତା ପରେ ମାଙ୍କଡ ଟି କୁନି ବିଲେଇ ଛୁଆକୁ ମୁହଁରେ ଚାଟି ପକାଉଛି। ଏହି ଦୃଶ୍ୟ ବାସ୍ତବରେ ଆଜିର ଦୁନିଆରେ ସବୁ ଲୋକ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *