Breaking News

ସିରିଏଲ୍ ଛାଡ଼ିବା ପରେ ଏବେ କଣ କରୁଛନ୍ତି ଦୁଇ ଭଉଣୀ ରୁଦ୍ରୀ (Jasmine Rath) ଆଉ ଶ୍ରଦ୍ଧା (Priyanka Rath) – ଆସନ୍ତୁ ଜାଣିବା

ଓଡ଼ିଆ ସିନେମା ବ୍ୟତୀତ ଯଦି ଓଡ଼ିଶାର ଲୋକମାନେ ଅନ୍ୟ କିଛି ଦେଖିବାକୁ ପସନ୍ଦ କରନ୍ତି ତାହେଲେ ସେ ହେଉଛି ଓଡ଼ିଆ ଧାରାବାହିକ। ତେବେ ଏହି ଧାରାବାହିକ ଜଗତରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ବଳରେ ଖୁବ୍ କମ୍ ଦିନରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ତେବେ ଓଡ଼ିଶାର ସେହିଭଳି ଦୁଇ ଲୋକପ୍ରିୟ ଧାରାବାହିକ ଅଭିନେତ୍ରୀ ହେଉଛନ୍ତି ରୁଦ୍ରୀ ଆଉ ଶ୍ରଦ୍ଧା। ତେବେ ଧାରାବାହିକ ଛାଡିବା ପରେ ଏବେ କଣ କରିଛନ୍ତି ରୁଦ୍ରୀ ଆଉ ଶ୍ରଦ୍ଧା ଆସନ୍ତୁ ଜାଣିବା।

ତେବେ ଆପଣ ମାନେ ରୁଦ୍ରି ଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ। ଯିଏକି ମାୟା ଧାରାବାହିକରେ ମୁଖ୍ୟ ଅଭିନେତ୍ର। ଭୂମିକାରେ ଅଭିନୟ କରୁଥିଲେ। ତେବେ ରୁଦ୍ରୀ ଙ୍କ ପ୍ରକୃତ ନାଁ ହେଉଛି ଜାସ୍ମିନ୍ ରଥ। ଆପଣମାନେ ବିଗତ ଦିନ ମାନଙ୍କରେ ମାୟା ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ଦେଖିବାକୁ ପାଇଥିବେ।

ତେବେ ମାୟା ଧାରାବାହିକ ଛାଡ଼ିବା ପରେ ବର୍ତ୍ତମାନ ସମୟରେ ଜାସ୍ମିନ୍ ଆଉ କୌଣସି ଧାରାବାହିକରେ ଅଭିନୟ କରୁନାହାଁନ୍ତି। ହେଲେ ବିଗତ ଦିନ ମାନଙ୍କରେ ସେ ଅନେକ ଗୁଡ଼ିଏ ଆଲବମ୍ ରେ ନଜର ଆସିଛନ୍ତି। ଆଉ ସେଥିରୁ ଅଧିକାଂଶ ଆଲବମ୍ ସୁପରହିଟ ମଧ୍ୟ ହୋଇଛି।

ସେହିଭଳି ଆପଣମାନେ କୁଆଁରୀ ବୋହୂ ଧାରାବାହିକର ମୁଖ୍ୟ ଅଭିନେତ୍ରୀ ପ୍ରିୟଙ୍କା ଙ୍କୁ ତ ନିଶ୍ଚୟ ଭାବରେ ଜାଣିଥିବେ। ଯିଏକି ଏହି ଲୋକପ୍ରିୟ ଧାରାବାହିକରେ ଶ୍ରଦ୍ଧା ଚରିତ୍ରରେ ଅଭିନୟ କରୁଥିଲେ। ଧାରାବାହିକରେ ପ୍ରିୟଙ୍କା ଙ୍କ ଜବରଦସ୍ତ ଅଭିନୟ ଏହି ଧାରାବାହିକ ଟିକୁ ଖୁବ୍ ଲୋକପ୍ରିୟତା ଆଣିଦେଇଥିଲା। ଯଦିଓ ବହୁ ପୂର୍ବରୁ ଧାରାବାହିକଟି ସରିଯାଇଛି ହେଲେ ଏଥିରେ ତାଙ୍କର ଅଭିନୟ ଦର୍ଶକ ମାନେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି।

ତେବେ ଏହି ଧାରାବାହିକ ଟି ସରିବା ପରେ ବର୍ତ୍ତମାନ ଶ୍ରଦ୍ଧା ଆଉ କୌଣସି ଧାରାବାହିକରେ ନଜର ଆସୁନାହାନ୍ତି। ସେ ବର୍ତ୍ତମାନ ତାଙ୍କ ପରିବାର ଲୋକଙ୍କ ସହିତ ରଖି ଖୁବ୍ ସୁନ୍ଦର ସମୟ ଅତିବାହିତ କରୁଛନ୍ତି। ପରିବାର କହିବାକୁ ଗଲେ ତାଙ୍କର ବାପା , ମା ଓ ଜଣେ ଛୋଟ ଭଉଣୀ ଅଛନ୍ତି। ଯାହାଙ୍କ ସହ ଶ୍ରଦ୍ଧା ଖୁବ୍ ମାଜମସ୍ତି କରୁଥିବାର ନଜର ଆସୁଛନ୍ତି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *