Breaking News

ଝିଲିକ (Jhilik) ଙ୍କ ମା ହେବା ଖୁସି ରେ ଓଡିଶା ଆସିଲେ କୋଏଲ ବାନାର୍ଜୀ (KoYel Banerjee) ,ମଜା ମସ୍ତି କରୁଥିବାର ଭିଡିଓ…..

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ବଙ୍ଗୀୟ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ଓ ସୌନ୍ଦର୍ଯ୍ୟ ବଳରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କୋଏଲ ବାନାର୍ଜୀ। ଯିଏକି ନିଜର ମାତୃଭାଷା ବଙ୍ଗଳା ରୁ ନିଜର ଅଭିନୟ ଆରମ୍ଭ କରିଥିଲେ ମଧ୍ୟ ଓଡ଼ିଶାରେ ହିଁ ତାଙ୍କୁ ଅନେକ ସଫଳତା ମିଳିଛି।

ସେ ଅନେକ ଗୁଡ଼ିଏ ଓଡ଼ିଆ ସିନେମା ସହିତ ଓଡ଼ିଆ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ଯଦିଓ ଏହି ଅଭିନେତ୍ରୀ ଙ୍କୁ ଆଉ ଓଡ଼ିଶାରେ ଅଭିନୟ କରୁଥିବାର ଦେଖିବାକୁ ମିଳୁନାହିଁ ହେଲେ ଆଜି ବି ଲୋକ ମାନେ ତାଙ୍କୁ ମନେ ରଖିଛନ୍ତି।ତେବେ ବର୍ତ୍ତମାନ ସମୟରେ ଯାହା ସୂଚନା ମିଳିଛି ଦୀର୍ଘ ଦୁଇ ବର୍ଷ ପରେ ଆଉ ନିଜର ଦ୍ଵିତୀୟ ବିବାହ ପରେ ପ୍ରଥମ ଥର ପାଇଁ ଓଡ଼ିଶା ବୁଲିବାକୁ ଆସିଛନ୍ତି କୋଏଲ ବାନାର୍ଜୀ।

ଯେପରିକି ସମସ୍ତେ ଜାଣିଥିବେ ଖୁବ୍ ଶୀଘ୍ର ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟ ମା ହେବାକୁ ଯାଉଛନ୍ତି। ନିକଟରେ ତାଙ୍କର ସାଦଖିଆ ମଧ୍ୟ ଅତି ଧୁମ୍ ଧାମରେ ପାଳନ କରାଯାଇଛି। ତେବେ ଝିଲିକ ଙ୍କୁ ଦେଖା କରିବାକୁ କୋଏଲ ଓଡ଼ିଶା ଆସି ଝିଲିକଙ୍କ ଘରକୁ ବୁଲିବାକୁ ଯାଇଛନ୍ତି। ଆଉ ସେଠାରେ ଝିଲିକଙ୍କ ସହ ମଜାମସ୍ତି କରୁଥିବାର ନଜର ଆସିଛନ୍ତି |

ତେବେ କହି ରଖୁଛୁ, ୨୦୧୩ ମସିହାରେ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିବା କୋଏଲ ବାନାର୍ଜୀ ପରବର୍ତ୍ତୀ ସମୟରେ ବବି ମିଶ୍ରଙ୍କୁ ବିବାହ କରିଥିଲେ। ବିବାହ ପରେ କିଛି ବର୍ଷ ପର୍ଯ୍ୟନ୍ତ ଦୁଇଜଣ ବେଶ୍ ଖୁସି ରେ ରହିଥିଲେ।ହେଲେ ଶେଷରେ କିଛି ବ୍ୟକ୍ତିଗତ କାରଣକୁ ନେଇ ଦୁହେଁ ଅଲଗା ହୋଇଯାଇଥିଲେ। ବବି ମିଶ୍ରଙ୍କ ଠାରୁ ଅଲଗା ହୋଇ କୋଏଲ କଲିକତା ଫେରି ଯାଇଥିଲେ। ତେବେ ଗତ ବର୍ଷ ସେ ବବି ମିଶ୍ରଙ୍କୁ ଛାଡ଼ପତ୍ର ଦେଇଥିଲେ।

ତେବେ ବବି ମିଶ୍ରଙ୍କ ଠାରୁ ଅଲଗା ହେବାପରେ ନିକଟରେ କୋଏଲ ବାନାର୍ଜୀ ଦ୍ଵିତୀୟ ବିବାହ କରିଥିଲେ। ଆଉ ଏବେ ଦ୍ଵିତୀୟ ବିବାହ ପରେ ସେ ପ୍ରଥମ ଥର ପାଇଁ ଓଡ଼ିଶାକୁ ଆସିଛନ୍ତି। ଝିଲିକ୍ ଙ୍କ ସହ କିଛି ଫଟୋ ସେ ନିଜ ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ବର୍ତମାନ ଭାଇରାଲ ହେବାରେ ଲାଗିଛି।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *