ଏକଦା ଓଡ଼ିଆ ସିନେମା ଜଗତରେ ଜଣେ ଆଗଧାଡିର ଅଭିନେତା ଭାବରେ ପରିଚିତ ଥିବା ଅଭିନେତା ଶ୍ରୀରାମ ପଣ୍ଡା ଙ୍କୁ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ଯିଏକି ୭୦ ରୁ ୮୦ ଦଶକ ଯାଏଁ ଦର୍ଶକ ମାନଙ୍କ ହୃଦୟରେ ଓ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ରାଜ୍ କରୁଥିଲେ। କିନ୍ତୁ ହଠାତ୍ ସଫଳତାର ଶୀର୍ଷରେ ଥିବା ଶ୍ରୀରାମ ପଣ୍ଡା ଅଭିନୟ ଜଗତ ଛାଡ଼ି ସନ୍ନ୍ୟାସ ନେଇ ଯାଇଥିଲେ।
ଆଜିବି ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଯେ କାହିଁକି ସିନେମା ଜଗତ ଛାଡ଼ି ଦେଇଥିଲେ ଶ୍ରୀରାମ ପଣ୍ଡା। କେବଳ ସିନେମା ନୁହେଁ ସଂସାରର ମୋହ ମାୟା ମଧ୍ୟ ତୁଟେଇ ଦେଇଥିଲେ ଶ୍ରୀରାମ। ସେଦିନର ସୁପରଷ୍ଟାର ଅଭିନେତା ଶ୍ରୀରାମ ପଣ୍ଡା ଆଜିର ସନ୍ନ୍ୟାସୀ ନିତ୍ୟ ଚୈତନ୍ୟ ନାମରେ ବେଶ୍ ପରିଚିତ। ତେବେ ଆସନ୍ତୁ ଜାଣିବା ଶ୍ରୀରାମ ପଣ୍ଡାଙ୍କ ବିଷୟରେ କିଛି କଥା।
ତେବେ ଶ୍ରୀରାମ ପଣ୍ଡା ୧୯୫୪ ମସିହାରେ ନବରଙ୍ଗପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ୧୯୭୨ ମସିହାରେ ଓଡିଆ ଚଳଚିତ୍ର ‘ଧରିତ୍ରୀ’ ରୁ ସେ ନିଜ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ଏହି ସିନେମାଟି ସେ ସମୟରେ ଅନେକ ଲୋକପ୍ରିୟତା ହାସଲ କରିଥିଲା। ଏହା ପରେ ଶ୍ରୀରାମ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢିବାରେ ଲାଗିଲେ। ୧୯୭୨ ମସିହାରୁ ୧୯୯୧ ମସିହା ଯାଏଁ ଶ୍ରୀରାମ ପାଖାପାଖି ୫୦ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
ତେବେ ‘ଯାଯାବର’ ଓ ‘ସିନ୍ଦୁରବିନ୍ଦୁ’ ନାମକ ଦୁଇ ଚଳଚ୍ଚିତ୍ରରେ ତ୍ରିପୁରା ମିଶ୍ରଙ୍କ ସହ ଅଭିନୟ କରିଥିଲେ।ଏହି ସମୟରେ ତ୍ରିପୁରା ମିଶ୍ରଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଆଉ ଏହାପରେ ଫିଲ୍ମ ‘ସୁବ୍ରର୍ଣ୍ଣସୀତା’ ରେ ଅଭିନୟ କରିବା ବେଳେ ଉଭୟ ଶ୍ରୀରାମ ପଣ୍ଡା ଓ ତ୍ରିପୁରା ମିଶ୍ର ବିବାହ କରିଥିଲେ। ଉଭୟଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ନେଇଥିଲା।
କିଛିବର୍ଷ ଯାଏଁ ସବୁକିଛି ଠିକ୍ ଠାକ୍ ଚାଲିଥିଲା। ହେଲେ ହଠାତ୍ କୁରୁକ୍ଷେତ୍ର ସିନେମା ପରେ ସବୁ କିଛି ବଦଳି ଯାଇଥିଲା। ଶ୍ରୀରାମଙ୍କର ନିର୍ଦ୍ଦେଶିତ ଏହି ସିନେମାଟି ବିଫଳ ହେବାପରେ ସେ ଆର୍ଥିକ ଓ ମାନସିକ ରୂପରେ ଖୁବ ଦୁର୍ବଳ ହୋଇ ଯାଇଥିଲେ। ଏହି ସମୟରେ ସ୍ଵାମୀ ନିରାଜନନ୍ଦ ସରସ୍ଵତୀଙ୍କ ସହ ତାଙ୍କର ଦେଖା ହୋଇଥିଲା। ଆଉ ତାଙ୍କ ଦ୍ଵାରା ପ୍ରଭାବିତ ହୋଇ ଶ୍ରୀରାମ ସନ୍ନ୍ୟାସ ଜୀବନକୁ ବାଛି ନେଇଥିଲେ। ସନ୍ନ୍ୟାସ ନେବା ପରେ ନିଜ ପରିବାର ପ୍ରତି ନିଜ କର୍ତ୍ତବ୍ୟ ନିଭାଇ ନଥିବା ଏକ ସାକ୍ଷାତକାରରେ ନିଜେ ସ୍ଵୀକାର କରିଥିଲେ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।