କୁହାଯାଏ ସ୍ବାମୀ – ସ୍ତ୍ରୀ ଙ୍କ ସମ୍ପର୍କ ଠୁ ବଳି ଦୁନିଆରେ ଆଉ କୌଣସି ପବିତ୍ର ସମ୍ପର୍କ ନାହିଁ । ସ୍ବାମୀ ସ୍ତ୍ରୀ ଉଭୟ ପରସ୍ପରର ସୁଖ ଦୁଃଖକୁ ସାଥିହୋଇ ହସିହସି ସହିଯିବାର ପ୍ରତିଶ୍ରୁତି ଦେଇଥାନ୍ତି। କେବଳ ଏ ଜନ୍ମ ନୁହଁ ବରଂ ଆଗାମୀ ସାତ ଜନ୍ମ ପର୍ଯ୍ୟନ୍ତ ଜୀବନ ସାଥୀ ହେବାର ସ୍ବପ୍ନ ଦେଖିଥାନ୍ତି। ହେଲେ ଆଜିକାଲିର ଯୁଗରେ ସେ ସବୁରେ ପରିବର୍ତ୍ତନ ଦେଖିବାକୁ ମିଳୁଛି।
ଦିନକୁ ଦିନ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି ଯାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ସ୍ବାମୀ ସ୍ତ୍ରୀ ସମ୍ପର୍କ ଉପରେ । ନିକଟରେ ସେହିଭଳି ପୁଣି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ସ୍ତବ୍ଧ ହୋଇଯିବେ। ଡ୍ରାଇଭର ସହ ଅନୈତିକ ପ୍ରେମ ସମ୍ପର୍କ କୁ ନେଇ ନିଜ ସ୍ବାମୀଙ୍କୁ ରାସ୍ତାରୁ ହଟାଇବାକୁ ସୁପାରି ଦେଲା ସ୍ତ୍ରୀ। ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରର ରେଳବାଇ କଲୋନୀ ଠାରେ। ଯାହା ଏବେ ରାଜ୍ୟ ବ୍ୟାପୀ ଆଲୋଡନ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱର ରେଳଷ୍ଟେସନରେ ସିନିୟର ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାର୍ଯ୍ୟରତ ବିନାୟକ ବେହେରା ୨୦୧୮ ମସିହାରେ ପୁରୀ ବଦଳି ହୋଇଯାଇଥିଲେ। ହେଲେ ତାଙ୍କ ପରିବାର ଭୁବନେଶ୍ୱରରେ ରହୁଥିଲେ। ଏହାରି ଭିତରେ ତାଙ୍କ ଗାଡ଼ି ଡ଼୍ରାଇଭର ଅଶୋକ ଓ ବିନାୟକଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଡ଼୍ରାଇଭରଙ୍କ ପତ୍ନୀ ହେବାକୁ ନିଷ୍ପତି ନେଇ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥିବା ନିଜ ଇଞ୍ଜିନିୟର ସ୍ବାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ପଛାଇ ନଥିଲେ ବିନାୟକଙ୍କ ପତ୍ନୀ।ଶେଷରେ ପତ୍ନୀ ଓ ଡ୍ରାଇଭର ମିଶି ଏକ ଯୋଜନା ପ୍ରସ୍ତୁତ କରିଥିଲେ।
ଯୋଜନା ମୁତାବକ , ଭୁବନେଶ୍ଵରର ଜିତୁ ନାମକ ଜଣେ ସୂପାରିକିଲରଙ୍କୁ ଏକ ଲକ୍ଷ ଟଙ୍କା ଦେଇ ଉଭୟ ବିନାୟକଙ୍କୁ ଜୀବନରୁ ମାରିଦେବାକୁ ସୁପାରି ଦେଇଥିଲେ। ହେଲେ କୌଣସି ପ୍ରକାରେ ନିଜର ଜୀବନ ବଞ୍ଚାଇ ବିନାୟକ ମଞ୍ଚେଶ୍ୱର ଥାନାରେ ଆସି ଏ ସମ୍ପର୍କରେ ଏତଲା ଦେଇଥିଲେ।
ଏହି ଘଟଣା ପରେ ବିନାୟକ ଙ୍କ ପତ୍ନୀ ଓ ଡ୍ରାଇଭର ଫେରାର ହୋଇଯାଇଥିଲେ। ଯାହାକି ସନ୍ଦେହକୁ ବେଶୀ ଘନିଭୂତ କରିଥିଲା। ଶେଷରେ ଡ଼୍ରାଇଭର ଓ ପତ୍ନୀ ସୁନ୍ଦରପଦା ର ଏକ ଆପାର୍ଟମେଣ୍ଟରେ ରହୁଥିବା ଖବର ପାଇ ସେଠାରେ ପୋଲିସ ଚଢ଼ଉ କରି ଡ଼୍ରାଇଭର ଙ୍କୁ ଗିରଫ କରିଥିବା ବେଳେ ପତ୍ନୀ କିନ୍ତୁ ଫେରାର ହୋଇଯାଇଥିଲେ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ ।