ଆଜିକୁ ପ୍ରାୟ ୬୦୦ ବର୍ଷ ପୂର୍ବେ ମହାପୁରୁଷ ପଞ୍ଚସଖା ମାନେ ଆଗତ ଭବିଷ୍ୟତରେ କଣ ହେବ ତାହା ନିଜର ଦିବ୍ୟଦୃଷ୍ଟିରେ ଦେଖି ପାରୁଥିଲେ, ଯାହାକୁ ସେ ତାଳପତ୍ର ପୋଥି ରେ ଲେଖି ଯାଇଛନ୍ତି। ଯାହାର ଆଜିର ଦିନରେ ମାଳିକା ନାମରେ ଖ୍ୟାତ। ମାଳିକା ଅଧ୍ୟୟନ କରୁଥିବା ପଣ୍ଡିତ ମାନେ କୁହନ୍ତି ମାଳିକା ରେ ଯାହା ବି ଲେଖା ହୋଇଛି ତାହା ଆଜିର ଦିନରେ ଅକ୍ଷରେ ଅକ୍ଷରେ ସତ ହୋଇଛି। ଆଗକୁ ମଧ୍ୟ ଏହା ସତ ହେବ। ମାଳିକା ବାଣୀ ଅତି ପବିତ୍ର, ପ୍ରତ୍ୟକ୍ଷ ଓ ପ୍ରମାଣମୟ।
ତେବେ ମାଳିକା ରେ ମହାପୁରୁଷ ମାନେ ଲେଖିଛନ୍ତି, ୫୨ ଟି କଳିଯୁଗର ଅନ୍ତ ପରେ ଅନନ୍ତ କଳିଯୁଗ ଆସିବ। ଯାହାର ଅନ୍ତ କେବେ ଘଟିବ ତାହା କେହି ଜାଣନ୍ତି ନାହିଁ। କଳି ଯୁଗରେ ୪ ଟି ଯୁଗ ରହିଥାଏ। ସେଗୁଡିକ ହେଲା, ସତ୍ୟ କଳି, ତ୍ରେତୟା କଳି, ଘୋର କଳି ଓ ଅନନ୍ତ କଳି। ତେବେ କଳି ଯୁଗର ଅଧାରୁ ଅଧିକ ଅଂଶ ସେହିଦିନ ସରିଯିବ ଯେବେ ୧୦ ଲକ୍ଷ ଲୋକ ମରିବେ।
ମାଳିକା ରେ ଏହା ମଧ୍ୟ ଲେଖା ହୋଇଛି ଯେ, କଳିଯୁଗରେ ୭ ଦିନ ଅନ୍ଧାର ରହିବ। ଏହି ସମୟରେ ଶୃଗାଳ କୁକୁର ମାନେ ଘରେ ପଶି ଯିବେ। ଏହି ସମୟରେ ଯୋଗିନୀ ମାନେ ବାହାରି ପାପର ବିନାଶ କରିବେ। ଯେଉଁ ଲୋକ ମାନେ ପାପ କାର୍ଯ୍ୟ କରୁଥିବେ ସେହି ଲୋକ ମାନଙ୍କୁ ସେ ଆଗ ନେବେ।
ମାଳିକା ରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି, ଏହି ସମୟରେ ଶ୍ରୀମନ୍ଦିରରୁ ପ୍ରଭୁ ଜଗନ୍ନାଥ କେଉଁଆଡେ ଚାଲିଯିବେ। ତେବେ ଏହି ସମୟରେ ଧରପୃଷ୍ଠରୁ ପାପର ବିନାଶ ହେବ। କେବଳ ଯେଉଁ ଲୋକ ମାନେ ପ୍ରଭୁଙ୍କ ପାଦ ପଦ୍ମରେ ମନ ଦେଉଥିବେ ଓ ଭକ୍ତି କରୁଥିବେ ସେହି ମାନେ ହିଁ ବଞ୍ଚିବେ। ତାଙ୍କର କୌଣସି ବି ଅସୁବିଧା ହେବ ନାହିଁ। କଳି ଯୁଗରେ ପୃଥିବୀ ଧ୍ଵଂସ ହେବ ନାହିଁ ବରଂ ଯେଉଁ ମାନେ ପାପ କାର୍ଯ୍ୟ କରୁଥିବେ ସେହି ମାନଙ୍କର ବିନାଶ ହେବ।