Breaking News

ଓଲିଉଡ ଛାଡିବା ପରେ ଗାଁ ରେ ଏପରି ଚଳୁଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ(Elina ) ,ଏମିତି ଅବସ୍ଥାରେ …..

ଆମ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଖୁବ୍ କମ୍ ସମୟରେ ନିଜର ପରିଶ୍ରମ ଓ ଦକ୍ଷତା ବଳରେ ଅନେକ ସଫଳତା ହାସଲ କରିଛନ୍ତି। ତେବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସେହିଭଳି ଜଣେ ଅତି ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଏଲିନା ସାମନ୍ତରାୟ। ତାଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ଓଡ଼ିଆ ସିନେମା ଜଗତର ସେ ଜଣେ ସଫଳ ଅଭିନେତ୍ରୀ। ଖୁବ୍ କମ୍ ସମୟ ମଧ୍ୟରେ ସେ ଓଡ଼ିଆ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ବର୍ତ୍ତମାନ ସେ ଓଡ଼ିଆ ସିନେ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ କହିଲେ ମଧ୍ଯ ଚଳେ।


ତେବେ ଏଲିନା ପ୍ରଥମେ ତରଙ୍ଗ ଟିଭିରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ଶୋ କିଏ ହେବ ମୋ ହିରୋଇନ ରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ। ସେଥିରେ ତାଙ୍କର ଜବରଦସ୍ତ ଅଭିନୟ ଓ ନୃତ୍ୟ ଓଡ଼ିଶା ବାସୀଙ୍କ ମନକୁ ଖୁବ୍ ଛୁଇଁଥିଲା। ଶେଷରେ ଅନ୍ୟ ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ଏଲିନା ଏହି ଶୋ ର ବିଜେତା ହୋଇଥିଲେ। ଶୋ ଜିତିବା ପରେ ସେ ଅଭିନେତା ଅରିନ୍ଦମ ରାୟ ଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଥିଲେ।


ତେବେ ଏଲିନା ପ୍ରଥମ କରି ଇସ୍କ ତୁ ହି ତୁ ଚଳଚ୍ଚିତ୍ର ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ। ଏହି ଚଳଚ୍ଚିତ୍ରଟି ତାଙ୍କୁ ଅନେକ ସଫଳତା ଆଣି ଦେଇଥିଲା। ଏହା ପରେ ସେ ଓଡ଼ିଆ ଦର୍ଶକ ମାନଙ୍କୁ ଗୋଟେ ପରେ ଗୋଟେ ସୁପରହିଟ ଫିଲ୍ମ ଦେଇଚାଲିଲେ। ବର୍ତ୍ତମାନ ସମୟରେ ତାଙ୍କ ହାତରେ ଅନେକ ଗୁଡ଼ିଏ ଫିଲ୍ମ ରହିଛି ଯାହା ଆଗାମୀ ଦିନରେ ରିଲିଜ୍ ହେବାକୁ ଯାଉଛି।

ତେବେ ଯେପରିକି ଅନେକ ଲୋକ ଜାଣିଥିବେ ଏଲିନା ଙ୍କର ପ୍ରକୃତ ଘର ହେଉଛି ଭଦ୍ରକ ଜିଲ୍ଲାରେ। ଏଲିନା ଯେତେବେଳେ ବି ସୁଟିଂ ରୁ ସମୟ ପାଆନ୍ତି ସେତେବେଳେ ସେ ନିଜ ଗାଁ କୁ ଯାଇ ସମୟ ବିତେଇବାକୁ ଭଲ ପାଆନ୍ତି। ତେବେ ନିକଟରେ ଏଲିନା କିଛି ଦିନ ପାଇଁ ନିଜ ଗାଁ କୁ ବୁଲି ଯାଇଛନ୍ତି। ଆଉ ସେଠାରେ ନିଜ ପରିବାର ସହ ଖୁବ୍ ସୁନ୍ଦର ସମୟ କାଟୁଥିବା ଦେଖିବାକୁ ମିଳିଛି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *