Breaking News

ସୁଟିଂ ସେଟ୍ ରୁ ଚାଲି ଚାଲି ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଲେ ଅଭିନେତ୍ରୀ ଝିଲ୍ଲୀ (Nikita Mishra) , ତା ପରେ ଯାହା ହେଲା … ଦେଖନ୍ତୁ

ନିକଟରେ ସରିଛି ପୌର ନିର୍ବାଚନ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ କଳାକାର ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ମତଦାନ କେନ୍ଦ୍ରରେ ପହଞ୍ଚି ଲାଇନ୍ ରେ ଛିଡ଼ା ହୋଇ ନିଜ ମନ ଚାହାଁ ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି। ଏଥିରେ ସାମିଲ ଅଛନ୍ତି ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତ୍ରୀ ନିକିତା ମିଶ୍ର। ଯିଏକି ଓଡ଼ିଶାରେ ଝିଲ୍ଲି ନାମରେ ଖୁବ୍ ଜଣାଶୁଣା। ଦର୍ଶକ ମାନେ ତାଙ୍କୁ ଜି ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ଝିଲ୍ଲି ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଥିବାର ଦେଖିବାକୁ ପାଉଥିବେ।

ତେବେ ଝିଲ୍ଲି ମଧ୍ୟ ପୌର ନିର୍ବାଚନ ରେ ନିଜର ମତଦାନ କରିଛନ୍ତି। ସୁଟିଂ ବ୍ୟସ୍ତତା ଭିତରେ ମଧ୍ୟ କିଛି ସମୟ ବାହାର କରି ଝିଲି ନିଜ ମନ ଚାହାଁ ପ୍ରାର୍ଥୀ ଙ୍କୁ ଭୋଟ ଦେଇଛନ୍ତି। କଟକ ପୌର ନିର୍ବାଚନ ମଣ୍ଡଳୀରେ ସେ ନିଜର ମତଦାନ କରିଛନ୍ତି। ସୁଟିଂ ସେଟ୍ ରୁ ଚାଲି ଚାଲି ଯାଇ ଝିଲି ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ।ସେଠାରେ ସାଧାରଣ ଲୋକଙ୍କ ସହ ଲାଇନ୍ ରେ ଛିଡ଼ା ହୋଇ ଶେଷରେ ଭୋଟ ଦେଇ ଫେରିଥିଲେ। ଯେହେତୁ ଝିଲି ସୁଟିଂ ସେଟ୍ ରୁ ଯାଇଥିଲେ ତେଣୁ ତାଙ୍କୁ ତାଙ୍କ ସବୁଦିନର ଗେଟ୍ ଅପ୍ ରେ ଲୋକମାନେ ଦେଖିବାକୁ ପାଇଥିଲେ।

ତେବେ କେବଳ ଝିଲି ନୁହନ୍ତି, ଓଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ମତଦାନ କେନ୍ଦ୍ରରେ ପହଞ୍ଚି ସାଧାରଣ ଲୋକଙ୍କ ମଧ୍ୟରେ ନିଜର ଭୋଟ ଦେଇ ଫେରିଛନ୍ତି। ଏହା ସହିତ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ତମ୍ମନା ଙ୍କୁ ମଧ୍ୟ ଭୋଟ ଦେଉଥିବାର ଦେଖିବାକୁ ମିଳିଛି।


ଏମାନଙ୍କ ବ୍ୟତୀତ ଅଭିନୟ ଜଗତର ଅନେକ ବରିଷ୍ଠ କଳାକାର ମାନଙ୍କୁ ବୁଥ ସାମ୍ନାରେ ଦେଖିବାକୁ ମିଳିଥିଲା।। ସେହିଭଳି ଧାରାବାହିକ ଜଗତର ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ନିଜ ନିଜ ଅଞ୍ଚଳ ଅଧୀନରେ ଆସୁଥିବା ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଥିବା ଦେଖିବାକୁ ମିଳିଛି।


ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଦେଖନ୍ତୁ ରାସ୍ତା କଡରେ ପରିବା ବିକ୍ରି କଲେ ହାସ୍ୟ ଅଭିନେତା ପପୁ ପମ ପମ (Papu Pam pam) …

  ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଓ …

Leave a Reply

Your email address will not be published. Required fields are marked *