Breaking News

କଚ୍ଚା ବାଦାମ ଗୀତରେ ପୋଲିସ ଅଧିକାରୀ ମାନଙ୍କ ଜବରଦସ୍ତ ନାଚ, ଦେଖିଲେ ଆପଣ ହସି ହସି ବେଦମ ହେବେ – ଦେଖନ୍ତୁ

ଆପଣମାନେ ସାଧାରଣତଃ ପୋଲିସ ମାନଙ୍କୁ ଦେଖିଥିବେ ଚୋର ଗୁଣ୍ଡା ମାନଙ୍କୁ ଧରି ଉଚିତ୍ ଶିକ୍ଷା ଦେଉଥିବାର। ଅନେକ ସମୟରେ ସେମାନେ ଗୀତ ବି ଗାଉଥିବା ଦେଖିବାକୁ ମିଳିଛି। ହେଲେ କଣ କେବେ ଆପଣ କେଉଁଠି ଦେଖିଛନ୍ତି ପୋଲିସ ଅଧିକାରୀ ମାନଙ୍କୁ ଖାକି ବର୍ଦ୍ଦି ପିନ୍ଧି ଡାନ୍ସ୍ କରିବାର? ତାହା ପୁଣି ଭାଇରାଲ୍ କଚ୍ଚା ବାଦାମ ଗୀତରେ।

ବେଶ୍ କିଛି ସପ୍ତାହ ଧରି କଚ୍ଚା ବାଦାମ ଗୀତ ଲୋକ ମାନଙ୍କ ସହ ସୋସିଆଲ ମିଡିଆରେ ଛାଇ ଯାଇଛି। ସମସ୍ତେ ଏହି ଗୀତରେ ବିପୁଳ ମାତ୍ରାରେ ରିଲ୍ସ୍ ଭିଡିଓ କରି ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରୁଛନ୍ତି। ଏହି କ୍ରମରେ ପୋଲିସ କର୍ମୀ ବା ଏଥିରୁ ବାଦ୍ ପଡ଼ିବେ କିଭଳି। ଏବେ ପୋଲିସ କର୍ମୀ ମାନେ ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇଛନ୍ତି।

ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ଭିଡିଓ ଯେଉଁଥିରେ ୫ ଜଣ ପୋଲିସ କର୍ମଚାରୀ ଏହି କଚ୍ଚା ବାଦାମ ଗୀତରେ ନାଚୁଥିବାର ନଜର ଆସୁଛନ୍ତି। ୫ ଜଣକ ମଧ୍ୟରେ ଜଣେ ମହିଳା ପୋଲିସ କର୍ମଚାରୀ ଓ ୪ ଜଣ ପୁରୁଷ ପୋଲିସ କର୍ମଚାରୀ ସାମିଲ ଅଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ବେଗରେ ଭାଇରାଲ ହେଉଛି।


ଭାଇରାଲ ଭିଡିଓ ରେ ଦେଖିବାକୁ ମିଳୁଛି, ୫ ଜଣ ପୋଲିସ ଅଧିକାରୀ ଏକା ସାଙ୍ଗରେ ଗୋଟିଏ ଲାଇନ ରେ ଛିଡ଼ା ହୋଇଛନ୍ତି। ଆଉ ଏମାନଙ୍କ ମଧ୍ୟରୁ ମହିଳା ପୋଲିସ ଅଧିକାରୀ ଜଣକ ସମସ୍ତଙ୍କ ମଝିରେ ଛିଡ଼ା ହୋଇଥିବା ନଜର ଆସୁଛନ୍ତି। ଆଉ ଗୀତ ଆରମ୍ଭ ହେବାପରେ ସମସ୍ତେ ଏହି ଟ୍ୟୁନରେ ଅଣ୍ଟା ହଲାଇବା ଆରମ୍ଭ କରିଦେଉଛନ୍ତି। ହେଲେ କେବଳ ମହିଳା ପୋଲିସ କର୍ମଚାରୀ ଜଣକ ଠିକ୍ ଷ୍ଟେପରେ ଡାନ୍ସ କରୁଥିବା ବେଳେ ଆଉ ବାକି ୪ ପୋଲିସ ଅଧିକାରୀ କେବଳ ଅଣ୍ଟା ହଲାଉଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଏହି ଭିଡିଓ ଟିକୁ ବର୍ତ୍ତମାନ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖିସାରିଲେଣି। ଏହା ସହିତ ୨୫ ହଜାରରୁ ଅଧିକ ଲୋକ ଏଥିରେ ଲାଇକ ମଧ୍ୟ କରିସାରିଲେଣି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଦେଖନ୍ତୁ ରାସ୍ତା କଡରେ ପରିବା ବିକ୍ରି କଲେ ହାସ୍ୟ ଅଭିନେତା ପପୁ ପମ ପମ (Papu Pam pam) …

  ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଓ …

Leave a Reply

Your email address will not be published. Required fields are marked *