ଆପଣ ମାନେ ଓଡ଼ିଶାର ଲୋକପ୍ରିୟ ଯୋଡ଼ି ରୂପା ଓ ପିଣ୍ଟୁ କୁ ତ ନିଶ୍ଚୟ ଭାବରେ ଜାଣିଥିବେ। ସୋସିଆଲ ମିଡିଆରେ ଦୁହେଁ ଅତି ପରିଚିତ ଚେହେରା। ପ୍ରଥମେ ଏହି ସ୍ବାମୀ ସ୍ତ୍ରୀ ଟିକଟକ୍ ଆପ ଜରିଆରେ ଭିଡିଓ କରିବା ଆରମ୍ଭ କରିଥିଲେ। ଧିରେ ଧିରେ ତାଙ୍କର ଭିଡିଓ ସବୁ ଲୋକ ମାନଙ୍କୁ ଭଲ ଲାଗିଲା। ଏହିଭଳି ଭାବରେ ଦୁହେଁ ଓଡ଼ିଶାରେ ଲୋକପ୍ରିୟ ହେବାକୁ ଲାଗିଲେ। ପରବର୍ତ୍ତୀ ସମୟରେ ଦୁହେଁ ମିଶି ଏକ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲିଥିଲେ। ଯାହାର ନାଆଁ ହେଉଛି ରୂପା ,ପିଣ୍ଟୁ ଓ ଖୁସି ଏକ୍ସପ୍ରେସ।
ତେବେ ଏହି ଚ୍ୟାନେଲରେ ଦୁହେଁ ନିଜର ଦୈନନ୍ଦିନ ଜୀବନର କାର୍ଯ୍ୟ ସବୁ ରେକର୍ଡ କରି ପୋଷ୍ଟ କରିଲେ। ଓଡ଼ିଶାର ଲୋକମାନେ ମଧ୍ୟ ଏହାକୁ ଦେଖିବାକୁ ଭଲ ପାଇଲେ। ଏହିଭଳି ଭାବରେ ଧୀରେ ଧୀରେ ଦୁହିଁଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା। ତେବେ ଦୁହିଁଙ୍କ ଲୋକପ୍ରିୟତା ଦେଖି ଦୁହିଁଙ୍କୁ ଏକାଠି ଆଲବମ୍ କରିବାର ସୁଯୋଗ ମଧ୍ୟ ଦିଆଗଲା। ଦୁହେଁ ଏକାଠି ଅନେକ ଓଡ଼ିଆ ଆଲବମ୍ ରେ ନଜର ଆସିଛନ୍ତି। ଆଉ ସେହି ସବୁ ଆଲବମ୍ ଗୁଡିକ ସୁପରହିଟ ମଧ୍ୟ ହୋଇଛି।
ତେବେ ନିକଟରେ ପିଣ୍ଟୁ ନିଜ ୟୁ ଟ୍ୟୁବ୍ ଚ୍ୟାନେଲ ରେ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳୁଛି ରୂପା ଓ ପିଣ୍ଟୁ ଦୁହେଁ ଓଡ଼ିଶାର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡାଙ୍କ ସହ ମିଶି ସୁଟିଂ କରୁଛନ୍ତି। ରାଇମୋହନ ପରିଡ଼ା ମଧ୍ୟ ଦୁହିଁଙ୍କ ଅଭିନୟ ଦେଖି ତାଙ୍କୁ ଖୁବ ପ୍ରଶଂସା କରିବା ସହ ଆଶୀର୍ବାଦ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।
ସୁଟିଂ ସେଟ୍ ରେ ବରିଷ୍ଠ ଅଭିନେତା ବିକାଶ ସାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ , ସୁଟିଂ ସରିବା ପରେ ସମସ୍ତେ ମିଶି ଏକାଠି ଖାଇବା ଖାଇଥିଲେ। ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକମାନେ ଏହାକୁ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।