ଭାରତର ସର୍ବ ବୃହତ୍ ଟେଲିକମ କମ୍ପାନୀ ରିଲିଆନ୍ସ ଜିଓ ଏବେ ନିଜର 4ଜି ନେଟୱର୍କ କୁ ମଜବୁତ୍ କରିବା ପାଇଁ ଆଗାମୀ ୬ ମାସ ମଧ୍ୟରେ ସାରା ଦେଶରେ ୪୫୦୦୦ ଟି ଟାୱାର ବସାଇବାକୁ ଯାଉଛି। ଏଭଳି କ୍ଷେତ୍ରରେ ଯଦି ଆପଣଙ୍କ ପାଖରେ କୌଣସି ଖାଲି ଜାଗା ଥାଏ ତେବେ ଆପଣ ଆପଣଙ୍କ ଜାଗାରେ ଟାୱାର ବସାଇବାକୁ ଆବେଦନ କରି ମାସକୁ ଘରେ ବସି ୨୫ ରୁ ୩୦ ହଜାର ଟଙ୍କା ରୋଜଗାର କରିପାରିବେ।
ରିଲିଆନ୍ସ କମ୍ପାନୀ ଖୁବ୍ ଶୀଘ୍ର ଏହି ଟାୱାର ବସାଇବା କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି। ଏଥିପାଇଁ କମ୍ପାନୀ ୧.୬ ଲକ୍ଷ କୋଟି ଟଙ୍କା ବ୍ୟୟ କରିସାରିଛି। ବର୍ତ୍ତମାନ ଗ୍ରାହକ ମାନେ ଜିଓ ନେଟୱର୍କ କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସଠିକ୍ ଭାବରେ ନେଟୱର୍କ ଆସୁନଥିବାରୁ ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ତେଣୁ କରି ଏ ସବୁକୁ ଦୃଷ୍ଟିରେ ରଖି ଗ୍ରାହକ ମାନଙ୍କ ଅସନ୍ତୋଷ ଦୂର କରିବା ପାଇଁ ଏଭଳି ନିଷ୍ପତି ନେଇଛି ରିଲିଆନ୍ସ କମ୍ପାନୀ ।
ତେବେ ଜିଓ କମ୍ପାନୀ କିଛି ଘରୋଇ କମ୍ପାନୀ ଙ୍କୁ ଏହି ଟାୱାର ଲଗାଇବାର କଣ୍ଟ୍ରାକ୍ଟ ଦେଇଛନ୍ତି | ଇଡ୍ସ ଟାୱାର , ଆମେରିକା ଟାୱାର , ଭାରତୀ ଇନ୍ଫରଟେଲ , ଏଟିସି , ବ୍ୟୋମ , ଜିଟିଏଲ ପରି ଅନେକ କମ୍ପାନୀ ଏହି କାର୍ଯ୍ୟ କୁ ଅଲଗା ଅଲଗା ଅଞ୍ଚଳରେ କରୁଛନ୍ତି। ତେବେ ଯଦି ଆପଣ ମାନେ ନିଜ ଅଞ୍ଚଳରେ ଓ ନିଜ ଜାଗାରେ ଟାୱାର ଲଗାଇବା ପାଇଁ ଚାହୁଁଛନ୍ତି ତେବେ ଏଥିପାଇଁ ଏହି କମ୍ପାନୀ ଗୁଡିକର ୱେବସାଇଟରେ ଆପଣ ଆବେଦନ କରିପାରିବେ।
ୱେବସାଇଟ ସାହାଯ୍ୟରେ କମ୍ପାନୀ ସହ ଯୋଗାଯୋଗ କରି ନିଜ ନାମ ସହିତ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ଆପଣ ଏଥିପାଇଁ ଆବେଦନ କରିପାରିବେ। ସଠିକ୍ ଯାଞ୍ଚ ପରେ ଯଦି ଆପଣ କମ୍ପାନୀ ଦ୍ଵାରା ମନୋନୀତ ହେଲେ ତେବେ। ଟାୱାର କମ୍ପାନୀର ଲୋକେ ଆପଣ ଙ୍କ ସହ ଯୋଗାଯୋଗ କରିବେ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।