Breaking News

ଆଇଲା ନବୀନ ପୁଷ୍ପା ,ରାଜନୀତିରେ ଦେଖାଦେଲା ପୁଷ୍ପା କ୍ରେଜ।ସୋସିଆଲ ମିଡିଆରେ ଭାଇରାଲ… ଦେଖନ୍ତୁ Video

ଦୁନିଆରେ ଅନେକ ପ୍ରକାର ଲୋକ ବାସ କରନ୍ତି। ସମସ୍ତଙ୍କର ପସନ୍ଦ ଓ ମତ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। କିଛି ଲୋକ ବଡ଼ ବଡ଼ ସେଲିବ୍ରିଟି ମାନଙ୍କୁ ନିଜର ପ୍ରେରଣା ମାନୁଥିବା ବେଳେ ଅନ୍ୟକିଛି ଲୋକ କ୍ରିକେଟ୍ ତାରକା ମାନଙ୍କୁ ଖୁବ୍ ଭଲ ପାଇଥାନ୍ତି । ଅନେକ ସମୟରେ ସେଲେବ୍ରିଟି ମାନଙ୍କ ପ୍ରଶଂସକ ମାନେ ଏଭଳି କିଛି କାର୍ଯ୍ୟ କରିଥାନ୍ତି। ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଥାଏ।

କେତେବେଳେ କିଏ ନିଜ ହିରୋର ଗୋଟେ ଝଲକ ପାଇବା ପାଇଁ ଶହ ଶହ କିଲୋମିଟର ଯାତ୍ରା କରି ତାଙ୍କ ଘର ପାଖରେ ପହଞ୍ଚି ଯାଏ ତ ଆଉ କିଏ ତାଙ୍କ ନାଁ ର ଟାଟୁ କରି ବୁଲେ। ହେଲେ ଆପଣ ମାନେ କେବେ କାହାକୁ କେଉଁ ରାଜନେତାଙ୍କ ଫ୍ୟାନ ହେବା ଦେଖିଛନ୍ତି? ହୁଏ ତ ଦେଖି ଥାଇ ପାରନ୍ତି। ହେଲେ ଆଜି ଆମେ ଯେଉଁ ଫ୍ୟାନଙ୍କ ବିଷୟରେ କହିବୁ ନାଁ ଆପଣ ଆଗରୁ ଏମିତି ଫ୍ୟାନ ଦେଖିଛନ୍ତି ନାଁ ଦେଖିବେ। ସେ ପୁଣି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ୟାନ।


ନବୀନ ପଟ୍ଟନାୟକଙ୍କ ଏହି ଫ୍ୟାନ ଜଣକ ବିଜେଡିର ଜଣେ ବଡ଼ ସମର୍ଥକ। ସେ ନିଜର ଡାହାଣ ପାର୍ଶ୍ଵ ଛାତିରେ ବିଜୁ ବାବୁ ବାବୁଙ୍କ ଏକ ଟାଟୁ କରିଥିବା ବେଳେ ବାମ ପାର୍ଶ୍ୱରେ ନବୀନ ପଟ୍ଟନାୟକଙ୍କ ଏକ ଟାଟୁ ସହିତ ମଝିରେ ଏକ ଶଙ୍ଖର ଟାଟୁ କରିଛନ୍ତି। କେବଳ ଏତିକି ନୁହେଁ ନିଜର ବେକ ଓ ଦୁଇ ପାର୍ଶ୍ଵ କାନ୍ଧରେ ସେ ବିଜେଡି ଦଳର ଅନେକ ଟାଟୁ କରିଛନ୍ତି।

ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ବିଭିନ୍ନ ଗୀତର ସ୍ଵରରେ ନବୀନ ପଟ୍ଟନାୟକ ଓ ବିଜେଡିର ଜୟଗାନ କରୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, ସେ ସାଉଥ୍ ର ସୁପରହିଟ ଫିଲ୍ମ ପୁଷ୍ପା ର ଏକ ଲୋକପ୍ରିୟ ଡାଇଲଗ “ମୈ ଝୁକେଗା ନେହିଁ ” ଷ୍ଟାଇଲରେ ଆଇଲା ନବୀନ ପୁଷ୍ପା ବୋଲି କହୁଛନ୍ତି। ଏହି ବ୍ୟକ୍ତି ଜଣକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଦେଖନ୍ତୁ ରାସ୍ତା କଡରେ ପରିବା ବିକ୍ରି କଲେ ହାସ୍ୟ ଅଭିନେତା ପପୁ ପମ ପମ (Papu Pam pam) …

  ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଓ …

Leave a Reply

Your email address will not be published. Required fields are marked *