ଓଡ଼ିଶା କଂଗ୍ରେସ ର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ସର୍ବଦା ନିଜର ମଜାଳିଆ ଓ ବିବାଦୀୟ ମନ୍ତବ୍ୟ କୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ତାଙ୍କୁ ଯେତେବେଳେ ଯେ କୌଣସି ପ୍ରସଙ୍ଗରେ ପ୍ରଶ୍ନ କରାଗଲେ ମଧ୍ୟ ସେ ତାର ଉତ୍ତର ଦେବା ପାଇଁ କେବେ ବି ପଛଘୁଞ୍ଚା ଦିଅନ୍ତିନାହିଁ। ତାଙ୍କର ଏହି ମଜାଳିଆ ସ୍ଵଭାବ ପାଇଁ ଆଜି ସେ ଓଡ଼ିଶାର ସମସ୍ତଙ୍କର ପ୍ରିୟ। ଆଜିକା ଦିନରେ ଓଡିଶା ରାଜନୀତିର ସେ ଜଣେ ଜଣାଶୁଣା ଚେହେରା।
ସୁର ରାଉତରାୟ ତାଙ୍କ ଜୀବନରେ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହୋଇଥିବା କୁହନ୍ତି। ଜୀବନରେ ଅନେକ କଷ୍ଟ କହି ସେ ଆଜି ଏହି ସ୍ଥାନରେ ପହଞ୍ଚିଥିବାରେ ସଫଳ ହୋଇଛନ୍ତି। ତେବେ ନିକଟରେ ସୁର ରାଉତରାୟ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଚର୍ଚ୍ଚାକୁ ଆସିବାର କାରଣ ତାଙ୍କର ମଜାଳିଆ ମନ୍ତବ୍ୟ ନୁହେଁ ବରଂ ତାଙ୍କର ପୁଅ ପାଇଁ।
ଏବେ କେବଳ ବାପା ସୁର ରାଉତରାୟଙ୍କୁ ବରଂ ସାରା ଓଡ଼ିଶାକୁ ଗର୍ବିତ କରିଛନ୍ତି ସୁରଙ୍କ ପୁଅ ସିଦ୍ଧାର୍ଥ। ଯିଏକି ଆମେରିକାରେ ୫୧୨ କିଲୋମିଟର ର ରେସ କୁ ୩୧ ଘଣ୍ଟାରେ ପୁରା କରି ଏବେ ଚର୍ଚ୍ଚାରେ। ୧୦ କିଲୋମିଟର ପହଁରିବା, ୪୧୮ କିଲୋମିଟର ସାଇକେଲ ଚଳାଇବା ଓ ଏହା ସହିତ ୮୪ କିଲୋମିଟର ଦୌଡ଼ ସଂପୂର୍ଣ୍ଣ କରି ସେ ଏହି ସଫଳତା ହାସଲ କରିପାରିଛନ୍ତି।
ନିକଟରେ ଓଡ଼ିଶା ଆସିଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏକ ବାଇଟ ରେ ସିଦ୍ଧାର୍ଥ କହିଛନ୍ତି, ଓଡ଼ିଶାକୁ ସାରା ଲୋକ ଜାଣନ୍ତୁ ସେଇଟା ମୋର ଇଚ୍ଛା। ଆମେରିକୀୟ ମାନେ ଯାହା ସବୁ କରନ୍ତି ସେ ସବୁ ମୁଁ କରି ଓଡ଼ିଶା ପାଇଁ ସୁନାମ ଆଣିବା ମୋ ଇଚ୍ଛା।
ସିଦ୍ଧାର୍ଥ ୨୦୧୬ ମସିହାରେ ପ୍ରଥମ ଆଇରନ ମ୍ୟାନ କରିଥିଲେ। ଏହାପରେ ୨୦୨୨ ରେ ପ୍ରଥମ ଅଲ୍ଟ୍ରା ମ୍ୟାନ କରିଛନ୍ତି ଯାହାକି ୫୧୨ କିଲୋମିଟରର ଦୌଡ଼। ଏଥି ସହିତ ସେ ପର୍ବତାରୋହଣ ମଧ୍ୟ କରନ୍ତି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।