Breaking News

ବଡ ଖବର : ଏଇଠି ଲୁଚିଥିଲେ ଶର୍ମିଷ୍ଠା ରାଉତ !! ଗିରଫ ପରେ ସତ ଓଗାଳିଲେ ,କ୍ୟାମେରାମ୍ୟାନ ମାନସ ସ୍ଵାଇଁ କେସ ରେ ବଡ ଖୁଲସା -ଦେଖନ୍ତୁ ଭିଡିଓ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଏବେ କ୍ରାଇମବ୍ରାଞ୍ଚ କବଜାରେ। ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚ ର ମିଳିତ ଟିମ୍ ଆଜି ଶର୍ମିଷ୍ଠା ରାଉତ ଙ୍କୁ ଗିରଫ କରିଛି। କଲିକତାରୁ ବସ୍ ଯୋଗେ ଓଡ଼ିଶା ଫେରୁଥିବା ବେଳେ ଭଦ୍ରକ ଜିଲ୍ଲା ନାଳାଙ୍ଗ ରୁ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

ଭଦ୍ରକ ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ମାନସ ସ୍ୱାଇଁ ହ-ତ୍ୟା-କା-ଣ୍ଡ ପରେ ମାର୍ଚ୍ଚ ୯ ତାରିଖରେ ଶର୍ମିଷ୍ଠା ଓ ଝୁନା ଭୁବନେଶ୍ୱର ଛାଡ଼ି କେଉଁଆଡେ ଫେରାର ହୋଇଯାଇଥିଲେ। ଯାହାପରେ ତାଙ୍କର କୌଣସି ବି ସୁରାଖ ପାଇପାରିନଥିଲା ଚାନ୍ଦବାଲି ପୋଲିସ।
କୁହାଯାଉଛି, ଏମାନେ ପ୍ରଥମେ ଭୁବନେଶ୍ୱରରୁ ସିଧା କଲିକତା ପଳାଇଥିଲେ। ପରେ ସେଠାରୁ ଗୌହାଟୀ ପଳାଇଥିଲେ। କିଛି ଦିନ ଗୌହାଟୀରେ ରହିବା ପରେ ଦୁହେଁ ପୁଣି କଲିକତା ଫେରିଥିଲେ। ଗିରଫଦାରୀ ଭୟରେ ଉଭୟ ପ୍ରାୟତଃ କଲିକତା ଓ ଗୌହାଟୀ ରେଳ ଷ୍ଟେସନ୍ ରେ ଆଶ୍ରୟ ନେଉଥିଲେ।

ଏପଟେ ରମେଶ ସ୍ୱାଇଁ ହ-ତ୍ୟା ମାମଲା ସହ ଜଡ଼ିତ ଜଣଙ୍କ ପରେ ଜଣଙ୍କୁ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରୁଥିଲା। ଆଉ ସେପଟେ ଶର୍ମିଷ୍ଠାଙ୍କ ପାଖରେ ଥିବା ଟଙ୍କା ସରି ସରି ଆସୁଥିଲା। ଏଭଳି ସ୍ଥିତିରେ କଲିକତାରୁ ଏକ ବସ୍ ଯୋଗେ ଓଡ଼ିଶା ଫେରୁଥିବା ବେଳେ ଭଦ୍ରକର ନାଳଙ୍ଗ ନିକଟରୁ ଦୁହେଁ ଧରା ପଡ଼ିଥିଲେ। ଗିରଫ ପରେ ପ୍ରଥମେ ତିହିଡି ଥାନାରେ ଦୁହିଁଙ୍କୁ ପଚରା ଉଚରା କରାଯାଇଥିଲା।

ପରେ ସେଠାରୁ ଉଭୟଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇ ରିମାଣ୍ଡ ଆବେଦନ କରାଯାଇଥିଲା। ଶର୍ମିଷ୍ଠା ଧରା ପଡ଼ିବା ପରେ ମାନସଙ୍କ ମା ଅଭିଯୁକ୍ତ ମାନଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି।ସେପଟେ ଶର୍ମିଷ୍ଠା ଓ ଝୁନା ଙ୍କୁ ମିଶାଇ ଏହି ମାମଲା ସହ ଜଡ଼ିତ ମୋଟ ୮ ଜଣ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରିଛି। ତେବେ ଏହି ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ କଣ ତାହା ଏବେ ଖୁବ୍ ଶୀଘ୍ର ଜଣାପଡିବ ବୋଲି ପୋଲିସ ତରଫରୁ ସୁଚନା ମିଳିଛି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଦେଖନ୍ତୁ ରାସ୍ତା କଡରେ ପରିବା ବିକ୍ରି କଲେ ହାସ୍ୟ ଅଭିନେତା ପପୁ ପମ ପମ (Papu Pam pam) …

  ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଓ …

Leave a Reply

Your email address will not be published. Required fields are marked *