ଏଣିକି ଶାଶୁ ଶ୍ବଶୁର ଙ୍କ ଭରଣପୋଷଣ କରିବେ ବୋହୂ। ପୁଅ ଅନ୍ତେ ଏବେ ଶାଶୁ ଶ୍ବଶୁର ଙ୍କ ସମସ୍ତ ଦାୟିତ୍ଵ ନେବେ ବୋହୂ। ନିକଟରେ ଏଭଳି କିଛି ରାୟ ଶୁଣାଇଛନ୍ତି ପଞ୍ଜାବ ହରିୟଣା ହାଇକୋର୍ଟ।। ଦିନକୁ ଦିନ ସମାଜରେ ବଢୁଥିବା ବୃଦ୍ଧ ଦମ୍ପତିଙ୍କ ପ୍ରତି ଅତ୍ୟାଚାର ମାମଲା କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି।
ଆମ ଦେଶରେ ଆଇନ ରହିଛି ଜଣେ ବାପା ମା ଙ୍କର ସମସ୍ତ ଖର୍ଚ୍ଚ ପୁଅ ବହନ କରିବେ। ସେହିଭଳି ଯଦି କୌଣସି ପତି ପତ୍ନୀ ଙ୍କ ଭିତରେ ଛାଡ଼ପତ୍ର ହେଉଛି ତେବେ ସ୍ବାମୀ ଜଣକ ସ୍ତ୍ରୀ ଙ୍କୁ ଭରଣ ପୋଷଣ ପାଇଁ ଆବଶ୍ୟକୀୟ ଅର୍ଥରାଶି ପ୍ରଦାନ କରିବେ। ହେଲେ ଏଭଳି କିଛି ଆଇନ ନଥିଲା ଯେଉଁଠି ଜଣେ ମହିଳା ବା ସ୍ତ୍ରୀ ଭରଣପୋଷଣ ଦାୟିତ୍ଵ ନେବେ। ହେଲେ ନିକଟରେ ଜଣେ ସିଆଇଏସଏଫ ର ମହିଳା କନେଷ୍ଟବଳଙ୍କ ଏକ ମାମଲାର ଶୁଣାଣି ବେଳେ ଏକ ନୂଆ ରାୟ ଦେଇଛନ୍ତି ପଞ୍ଜାବ ହରିୟଣା ହାଇକୋର୍ଟର ବିଚାରପତି ରଜବିରି ସାରାବତ।
ହାଇକୋର୍ଟ ଙ୍କ ରାୟ ମୁତାବକ, ଯଦି ଅର୍ଦ୍ଧ ସାମରିକ ବାହିନୀ ରେ ଚାକିରି କରିଥିବା କୌଣସି ଯୁବକଙ୍କ ଦେହାନ୍ତ ହୁଏ ଓ ଅନୁକମ୍ପାମୂଳକ ସେହି ଚାକିରିଟି ତାଙ୍କ ପତ୍ନୀ ଙ୍କୁ ମିଳେ। ଆଉ ଏହାପରେ ଯଦି ପତ୍ନୀ ଜଣକ ଆଉ କାହାକୁ ଦ୍ଵିତୀୟ ବିବାହ କରୁଛନ୍ତି ତେବେ ଏହି କ୍ଷେତ୍ରରେ ନିଜ ଶାଶୁ ଶ୍ୱଶୁରଙ୍କ ଭରଣ ପୋଷଣ ଦାୟିତ୍ବ ତୁଲାଇବାକୁ ସେ ବାଧ୍ୟ। ଦ୍ବିତୀୟ ସ୍ବାମୀଙ୍କ ଠାରୁ ଜନ୍ମ ନେଇଥିବା ପିଲାଙ୍କ ଆଳରେ ସେ ଶାଶୁ ଶ୍ୱଶୁରଙ୍କ ଭରଣ ପୋଷଣ ଦାୟିତ୍ବରୁ ଓହରି ପାରିବେ ନାହିଁ।
ସେହିଭଳି ଯଦି ମୃତ ଯୁବକ ଜଣକର କୌଣସି ଭାଇ ଥାଆନ୍ତି ଓ ତାଙ୍କର ସମ୍ପତି ଥାଏ ତେବେ ସେଭଳି ସ୍ଥଳରେ ସେ ମୃତ ଭାଇଙ୍କ ପତ୍ନୀ ଓ ନିଜ ବାପା ମା ଙ୍କ ଦାୟିତ୍ଵ ନେବାକୁ ପଡିବ। ହାଇକୋର୍ଟ ଙ୍କ ଏହି ନିର୍ଦ୍ଦେଶକୁ ସ୍ବାଗତ କରିଛନ୍ତି ଅନେକ ବୃଦ୍ଧା ଦମ୍ପତି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।