କିଛି ମାସ ହେବ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହେଉଥିବା ରିଆଲିଟି ଶୋ ଓଡ଼ିଶାର ନୂଆ ସ୍ୱର ବିଷୟରେ ତ ଆପଣମାନେ ନିଶ୍ଚୟ ଭାବରେ ଜାଣିଥିବେ। ବର୍ତ୍ତମାନ ଓଡ଼ିଶାର ଏହା ଏକ ଲୋକପ୍ରିୟ ରିଆଲିଟି ଶୋ। ଏହି ଶୋ ର ଜଣେ କୁନି ପ୍ରତିଯୋଗୀ ଶାନ୍ତନୁ ଙ୍କୁ ମଧ୍ୟ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ନିଜର କଣ୍ଠର ଯାଦୁ ସହିତ ମଜାଳିଆ କଥାରେ ସେ ଜର୍ଜ ମାନଙ୍କ ସମେତ ସମସ୍ତ ଓଡ଼ିଆ ବାସୀଙ୍କ ହୃଦୟ ଜିତିଛନ୍ତି। ଖୁବ୍ କମ୍ ଦିନରେ ଏହି ଶୋ ମାଧ୍ୟମରେ ସେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି।
କେବଳ ଗୀତ ନୁହେଁ, ଶାନ୍ତନୁ ଅଭିନୟ ଓ ନାଚ ରେ ମଧ୍ୟ ବେଶ୍ ପାରଙ୍ଗମ। ଏହା ପୂର୍ବରୁ ଶାନ୍ତନୁ ଓଡ଼ିଶାର ବେଷ୍ଟ ଡ୍ରାମେବାଜ୍ ରେ ନିଜର ଅଭିନୟର ଯାଦୁ ଦେଖାଇ ସାରିଛନ୍ତି। ସୋସିଆଲ ମିଡିଆରେ ଶାନ୍ତନୁ ଙ୍କ ଏତେ ଲୋକପ୍ରିୟତା ଦେଖି ତାଙ୍କୁ ଓଡ଼ିଶାର ଭାଇରାଲ ବଏ ବୋଲି ମଧ୍ୟ କୁହାଯାଉଛି।
ଏତେ କମ୍ ବୟସରେ ଶାନ୍ତନୁ ଅନେକ ଗୁଡ଼ିଏ ଗୀତ ଗାଇବା ସହିତ ଅଭିନୟ ମଧ୍ୟ କରୁଛନ୍ତି। ବର୍ତ୍ତମାନ ସମୟରେ ତାଙ୍କର ଅନେକ ଗୁଡ଼ିଏ ଗୀତ ୟୁଟ୍ୟୁବ୍ ରେ ରିଲିଜ୍ ହୋଇସାରିଥିବା ବେଳେ ଆହୁରି ଅନେକ ଗୀତ ରିଲିଜ୍ ଅପେକ୍ଷାରେ ରହିଛି।
ତେବେ ନିକଟରେ ସୋସିଆଲ ମିଡିଆରେ ଶାନ୍ତନୁ ଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଶାନ୍ତନୁ ଷ୍ଟେଜ ଉପରେ ଗୀତ ଗାଉଥିବା ସମୟରେ ଅଧାରେ ଅଟକି ଯାଉଛନ୍ତି।
ଗତ କିଛି ଦିନ ତଳେ ଏକ ମହୋତ୍ସବରେ ଗୀତ ଗାଇବା ପାଇଁ ଶାନ୍ତନୁ ଙ୍କୁ ଡକାଯାଇଥିଲା। ତେବେ ଷ୍ଟେଜ ଉପରେ ଦର୍ଶକ ମାନଙ୍କ ଆଗରେ ଶାନ୍ତନୁ ପପୁ ପମ୍ ପମ୍ ଙ୍କର ଏକ ଗୀତ ବୋଲୁଥିବା ସମୟରେ ହଠାତ୍ ସେ ଗୀତର ଲିରିକ୍ ଭୁଲି ଯାଇଥିଲେ ଓ ଅଧା ଗୀତରୁ ଅଟକି ଯାଇଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।