ଏପ୍ରିଲ୍ ୧ ରୁ ପୁରୁଣା ଗାଡି ପାଇଁ ଲାଗୁ ହେବ ନୂଆ ନିୟମ। ଯଦି ଆପଣଙ୍କ ପାଖରେ ୮ ବର୍ଷରୁ ଅଧିକ ପୁରୁଣା ଗାଡି ଥାଏ ତେବେ ଆପଣଙ୍କୁ କରିବାକୁ ହେବ ଏହି ଟେଷ୍ଟ। ସୁରକ୍ଷା ଓ ପରିବେଶକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଚଳିତ ବର୍ଷ ଏପ୍ରିଲ୍ ପହିଲାରୁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏଥିରେ ଆଠ ବର୍ଷର ପୁରୁଣା କମର୍ସିଆଲ ଗାଡ଼ିର ପ୍ରତି ବର୍ଷ ଫିଟନେସ ଟେଷ୍ଟ କରାଇବା ବାଧ୍ୟତାମୂଳକ ହୋଇପାରେ।
କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଫେବୃଆରୀ ୨ ତାରିଖ ରେ ଡ୍ରାଫ ନୋଟିଫିକେଶନ ଜାରି କରି ଏଥିପାଇଁ ପରାମର୍ଶ ଲୋଡ଼ିଛି। ଆଠ ବର୍ଷରୁ କମ ସମୟର ଟ୍ରକ୍ ବା ବସ୍ ଆଦିକୁ ପ୍ରତି ଦୁଇ ବର୍ଷରେ ଥରେ ଫିଟନେସ ଟେଷ୍ଟ କରାଇବାକୁ ସୂଚନା ଦିଆଯାଇଛି। ସେହିଭଳି ଆଠ ବର୍ଷ କିମ୍ବା ତା ଠାରୁ ବେଶୀ ପୁରୁଣା କମର୍ସିଆଲ ଗାଡ଼ିର ଫିଟନେସ ଟେଷ୍ଟ ପ୍ରତି ବର୍ଷକୁ ଥରେ କରାଇବା ବାଧ୍ୟତାମୂଳକ ହୋଇଛି।
ତେବେ ସବୁ ଫିଟନେସ ଟେଷ୍ଟ କେବଳ ଲିଷ୍ଟେଡ ଅଟୋମେଟେଡ ଷ୍ଟେସନ୍ ରେ କରାଇବା ଜରୁରୀ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଫିଟନେସ ସାର୍ଟିଫିକେଟ ରିନିୟୁ ନକଲେ ଗାଡ଼ିର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି। ଗାଡି ମାଲିକଙ୍କ ଉପରେ ଜୋରିମାନା ଲାଗିବା ସହିତ ସେହି ଗାଡି ଗୁଡ଼ିକ ଆଉ ରାସ୍ତାରେ ଗଡିବାକୁ ଅନୁମତି ମିଳିବ ନାହିଁ।
ଆଠ ବର୍ଷରୁ ଅଧିକ ପୁରୁଣା ଗାଡି ଅଧିକ ତେଲ ପିଇଥାଏ । ଯାହା ପରିବେଶ ପାଇଁ କ୍ଷତିକାରକ ହୋଇଥାଏ । ଏହା ସହିତ ଏମିତି ଗାଡି ଅଧିକାଂଶ ସମୟରେ ଦୁର୍ଘଟଣାର ଶୀକାର ହୋଇଥାଏ। ତେଣୁ ସବୁ ଗାଡି ଗୁଡ଼ିକ ଉପରେ ଲଗାମ ଲଗାଇଲେ ପରିବେଶ ସୁରକ୍ଷିତ ରହିବା ସହିତ ଯାତ୍ରୀ ମାନେ ସୁରକ୍ଷିତ ଯାତ୍ରା କରିପାରିବେ।
ସୂଚନା ଯୋଗ୍ୟ ଯେ, କିଛି ବର୍ଷ ପୂର୍ବରୁ ୧୫ ବର୍ଷ ପୁରୁଣା କମର୍ସିଆଲ ଗାଡି ଓ ୨୦ ବର୍ଷ ପୁରୁଣା ବ୍ୟକ୍ତିଗତ ଗାଡିକୁ ସ୍କ୍ରାବ କରିବା ପାଇଁ ପଲିସି ଆସିସାରିଛି। ଏହି ନୂଆ ନିୟମ ମଧ୍ୟ ପଲିସିର ଆଗାମୀ ପଦକ୍ଷେପ ବୋଲି କୁହାଯାଇପାରେ .ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।