ସରକାରୀ ଚାକିରୀ କରୁଥିବା କର୍ମଚାରୀ ମାନଙ୍କ ପାଇଁ ଖୁସି ଖବର। ଆସନ୍ତା ମାସ ଅର୍ଥାତ୍ ଏପ୍ରିଲ ମାସ ୧ ତାରିଖ ଠାରୁ ସବୁ ସରକାରୀ ଚାକିରିଆ ମାନଙ୍କୁ ମିଳିବ ସpପ୍ତାହକୁ ଦୁଇ ଦିନ ଛୁଟି। ଅର୍ଥାତ୍ ଏବେ ସପ୍ତାହକୁ ୫ ଦିନ କାମ ଓ ଦୁଇ ଦିନ ଛୁଟି କାଟିବେ ସରକାରୀ କର୍ମଚାରୀ। ନିକଟରେ ଏଭଳି ବଡ଼ ଘୋଷଣା କରିଛନ୍ତି ମୂଖ୍ୟମନ୍ତ୍ରୀ। ଏଣିକି ସରକାରୀ କର୍ମଚାରୀ ମାନେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଅଫିସ ରେ କାମ କରି ଶନିବାର ଓ ରବିବାର ଛୁଟି ପାଇପାରିବେ।
ଗତ ମାର୍ଚ୍ଚ ୨୨ ତାରିଖ ଦିନ ମଣିପୁର ମୂଖ୍ୟମନ୍ତ୍ରୀ ଏନ ବିରେନ୍ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି। ତେବେ ଏ ସମ୍ପର୍କରେ ବିଲ୍ ପାସ୍ ହେବାପରେ ମଣିପୁର ରାଜ୍ୟପାଳ ମଧ୍ୟ ବିଲ୍ ଉପରେ ସ୍ୱାକ୍ଷର କରି ସାରିଛନ୍ତି।
ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ମାସ ଏପ୍ରିଲ ୧ ତାରିଖ ଠାରୁ ମଣିପୁର ରାଜ୍ୟରେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସମସ୍ତ କାର୍ଯ୍ୟାଳୟ ଓ ଏଜେନ୍ସୀ ମାନଙ୍କ ପାଇଁ ପାଞ୍ଚ ଦିନିଆ କାର୍ଯ୍ୟ ଦିବସ ରହିବ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ, ମଣିପୁର ସରକାରୀ କାର୍ଯ୍ୟାଳୟ ଓ ଏଜେନ୍ସି ପାଇଁ ସୋମବାର ଠାରୁ ଆରମ୍ଭ କରି ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟ ଦିବସ ରହିବ। ଯଦି ଏହି ଦିନ ମାନଙ୍କରେ ସରକାରୀ ଛୁଟି ପଡେ ତେବେ ଅଫିସ ମଧ୍ୟ ବନ୍ଦ୍ ରହିବ ବୋଲି ଜଣାପଡିଛି। ତେବେ ଗ୍ରୀଷ୍ମ ଋତୁ ପାଇଁ ମାର୍ଚ୍ଚ ମାସ ଠାରୁ ଆରମ୍ଭ କରି ଅକ୍ଟୋବର ମାସ ପର୍ଯ୍ୟନ୍ତ ସକାଳ ୯ ରୁ ଆରମ୍ଭ କରି ଅପରାହ୍ନ ୫:୩୦ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରହିବ।
ଏହା ସହ ଶୀତ ଦିନ ପାଇଁ ସକାଳ ୯ ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ମଣିପୁର ସରକାରଙ୍କ ଏହି ନିଷ୍ପତିକୁ ନେଇ ଏବେ ଦେଶ ବ୍ୟାପି ଚର୍ଚ୍ଚା ଜୋର ଧରିଛି।ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।