Breaking News

ପ୍ରେମ ପାଖରେ ହାର ମାନିଲା ଯୁଦ୍ଧ। ନିଜ ପ୍ରେମକୁ ପାଇବା ପାଇଁ ୟୁକ୍ରେନ ରୁ ଭାରତ ଆସି ପହଁଚିଲେ ଯୁବତୀ – ଦେଖନ୍ତୁ ଭିଡିଓ

ଆପଣମାନେ ସିନେମାରେ ଏଭଳି ଅନେକ କାହାଣୀ ଦେଖିଥିବେ ଯେଉଁଠି ନିଜ ପ୍ରେମ କୁ ପାଇବା ପାଇଁ ପ୍ରେମୀ ଟିଏ ସାତ ସମୁଦ୍ର ତେର ନେଇ ପାର କରିଦିଏ। ହେଲେ ଅନେକଙ୍କ ମନରେ ପ୍ରଶ୍ନ ବାସ୍ତବିକ ଜୀବନରେ କଣ ସତରେ ଏମିତି ହୁଏ? ତେବେ ଆଜି ପାଇଁ ଆପଣଙ୍କୁ ଏଭଳି ଏକ ବାସ୍ତବିକ କାହାଣୀ ବିଷୟରେ କହିବୁ ଯାହା ଶୁଣିଲା ପରେ ଆପଣ ଜାଣିପାରିବେ ବାସ୍ତବିକ ଜୀବନରେ ମଧ୍ୟ ଏଭଳି ଘଟଣା ଘଟେ।

ପ୍ରାୟ ଏକ ମାସ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ। ଏହାରି ମଧ୍ୟରେ ୟୁକ୍ରେନ ର ଅଧିକାଂଶ ସହରକୁ ଋଷ ଧ୍ଵଂସ ବିଧ୍ୱଂଶ କରିଦେଇଛି। କିନ୍ତୁ ଏଭଳି ଏକ ଭୟାନକ ପରିସ୍ଥିତିରେ ମଧ୍ୟ ୟୁକ୍ରେନ ରେ ଥିବା ପ୍ରେମିକା ଟିଏ ତାର ଭାରତୀୟ ପ୍ରେମିକ ପାଖକୁ ଫେରି ଆସିଛି।

ସୂଚନା ଅନୁଯାୟୀ, ୟୁକ୍ରେନ ର ରାଜଧାନୀ କ୍ୱିବର ୩୦ ବର୍ଷୀୟ ଯୁବତୀ ଆନ୍ନା ଗତ ୨୦୧୯ ମସିହାରେ ଭାରତ ବୁଲିବାକୁ ଆସିଥିବା ସମୟରେ ଦିଲ୍ଲୀ ହାଇକୋର୍ଟର ୩୩ ବର୍ଷୀୟ ଓକିଲ ଅନୁଭବଙ୍କ ସହ ତାଙ୍କର ଭେଟ ହୋଇଥିଲା। ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା ଓ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ। ଏହିଭଳି ଭାବରେ ଦୁହିଁଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।


ତେବେ ବର୍ତ୍ତମାନ ୟୁକ୍ରେନ ରେ ଋଷର ଆକ୍ରମଣ ଲାଗି ରହିଥିବା ବେଳେ ରାଜଧାନୀ କ୍ୱିବ ର ଏକ ବଙ୍କର ଭିତରେ ଆଶ୍ରୟ ନେଇଥିଲେ ଆନ୍ନା। ଅନୁଭବଙ୍କୁ ସେ ଫୋନ୍ ଯୋଗେ ସମସ୍ତ ଘଟଣା ଜଣାଉଥିଲେ। ଆନ୍ନାଙ୍କ ଠାରୁ ସମସ୍ତ ଘଟଣା ଶୁଣିବା ପରେ ଅନୁଭଵ ତାଙ୍କୁ ସେଠାରେ ହିଁ ସୁରକ୍ଷିତ ଭାବରେ ରହିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଅନୁଭବଙ୍କ କଥା ଆଦୌ ଶୁଣିବାକୁ ରାଜି ନଥିଲେ ଆନ୍ନା।

ଶେଷରେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଖାତିର ନକରି ସେ ନିଜ ପ୍ରେମିକ ପାଖକୁ ଚାଲି ଆସିଛନ୍ତି। ଦିଲ୍ଲୀ ଏୟାରପୋର୍ଟରେ ଆନ୍ନାଙ୍କୁ ଭବ୍ୟ ସ୍ବାଗତ ଜଣାଇବା ସହିତ ଏକ ରିଙ୍ଗ ଦେଇ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି ଅନୁଭଵ। ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି।ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *