ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ନିକଟରେ ସୋସିଆଲ ମିଡିଆରେ ଲାଇଭ ଆସି ରାନୀ ପଣ୍ଡା ଏଭଳି କିଛି କହିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।
ଆପଣମାନେ ଜାଣିଥିବେ କରୋନା ମହାମାରୀ କାଳରୁ ରାନୀ ପଣ୍ଡା ଅନେକ ଲୋକଙ୍କ ସାହାଯ୍ୟ କରିଛନ୍ତି।
ନିଜର ପାରିଶ୍ରମିକ ଅର୍ଥକୁ ଦାନ କରି ସେ ଭୋକିଲା ଲୋକ ମାନଙ୍କ ପେଟରେ ଦାନା ଦେଇଛନ୍ତି।ତେବେ ବର୍ତ୍ତମାନ ତାଙ୍କର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ କେହି ଜଣେ ନିଜର ବ୍ୟକ୍ତି ତାଙ୍କୁ ମାନସିକ ଚାପ ଦେଉଥିବା ରାନୀ ପଣ୍ଡା ଇନ୍ଷ୍ଟାଗ୍ରାମ ଲାଇଭ ରେ କହିଛନ୍ତି।
ତାଙ୍କ କହିବାନୁଯାୟୀ, ତାଙ୍କ ପରିସ୍ଥିତି ଖରାପ ବେଳେ ସେ ନିଜେ ଚଳିବା ପାଇଁ କିଛି ଲୋକ ଙ୍କ ଠାରୁ ୨୫ ଲକ୍ଷ ଟଙ୍କା ର କରଜ କରିଥିଲେ। ସେଥି ମଧ୍ୟରୁ ସେ ଅନେକ ଲୋକଙ୍କୁ ଟଙ୍କା ସୁଝି ସରିଥିବା ବେଳେ ଆଉ ଜଣଙ୍କର କିଛି ଟଙ୍କା ବାକି ରହିଛି। ସେହି ବ୍ୟକ୍ତି ଜଣକ ରାନୀ ପଣ୍ଡା ଙ୍କର ଜଣେ ପରିଚିତ ବ୍ୟକ୍ତି। ହେଲେ ବର୍ତ୍ତମାନ ବ୍ୟକ୍ତି ଜଣକ ରାନୀ ପଣ୍ଡାଙ୍କୁ ସେହି କଥାକୁ ନେଇ ମାନସିକ ଚାପ ପକାଉଛନ୍ତି।
ରାନୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି, ଓଡିଶା ବାସୀ ରାଣୀ ପଣ୍ଡା କୁ କେଉଁ ମୁହୂର୍ତ ରେ ମାରି ଦେଇ ପାରନ୍ତି ମୋର ଶତ୍ରୁ ବ୍ୟକ୍ତିଗତ କାରଣ ପାଇଁ ,ମୁଁ ଏ ସବୁ ନୋଟ ରେ ଲେଖି ଦେଇଛି । ଏବେ କିଛି କହିପାରିବିନି ସେ ଅନେକ କଥା …..ରାଜ ନୈତିକ ଲୋକ ମାନେ ମତେ ମାରିବାର ପ୍ଳାନ କରୁଛନ୍ତି …ମୁଁ ତାଙ୍କ ସବୁ ଠିକଣା ଯଦି କହିଦେବି ମତେ ସେମାନେ କୌ ମୁହୂର୍ତ ରେ ଫାଇରିଙ୍ଗ କରିଦେବେ …. ରାଣୀ ପଣ୍ଡା ମଲା ପରେ ଓଡିଶା ବାସୀ ସବୁ ଜାଣିପାରିବେ । ମୁଁ କିଛି ସାହାଯ୍ୟ ଆଣି ଆଜି ଫଶୀ ଯାଇଛି …
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।