ଆଜିକାଲିର ଡିଜିଟାଲ ଦୁନିଆରେ ପ୍ରାୟତଃ ସବୁ ଲୋକ ସୋସିଆଲ ମିଡିଆ ସହ ଜଡ଼ିତ ଅଛନ୍ତି। ତେବେ ଏହି ସୋସିଆଲ ମିଡ଼ିଆରେ ପ୍ରତିଦିନ ଅନେକ ବ୍ୟକ୍ତି କିଛି ନା କିଛି ଫଟୋ ବା ଭିଡିଓ ସେୟାର କରିଥାନ୍ତି। ଆଉ ତା ଭିତରୁ କିଛି ଭିଡିଓ ବା ଫଟୋ ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସେ ଆଉ ତାହା ରାତାରାତି ଭାଇରାଲ ହୋଇଯାଏ। ଆଉ ଏହି ଭାଇରାଲ ପୋଷ୍ଟ କିଛି ଲୋକ ମାନଙ୍କୁ ରାତାରାତି ଲୋକପ୍ରିୟ କରିଦିଏ।
ଆପଣ ମାନେ ଓଡ଼ିଶାର ଲୋକପ୍ରିୟ ଯୋଡ଼ି ରୂପା ଓ ପିଣ୍ଟୁ ଙ୍କ ବିଷୟରେ ତ ନିଶ୍ଚୟ ଭାବରେ ଶୁଣିଥିବେ। ସୋସିଆଲ ମିଡ଼ିଆ କାରଣରୁ ଏହି ଯୋଡ଼ି ଏବେ ଓଡ଼ିଶାର ଘରେ ଘରେ ପରିଚିତ।ସର୍ବ ପ୍ରଥମେ ଟିକଟକ୍ ଆପ ଜରିଆରେ ଏହି ସ୍ବାମୀ ସ୍ତ୍ରୀ ଯୋଡ଼ି ଭିଡିଓ କରିବା ଆରମ୍ଭ କରିଥିଲେ। ହେଲେ ଧୀରେ ଧୀରେ ତାଙ୍କର ଭିଡିଓ ସବୁ ଲୋକ ମାନଙ୍କୁ ଭଲ ଲାଗିଲା। ଏହିଭଳି ଭାବରେ ଦୁହେଁ ଓଡ଼ିଶାରେ ଲୋକପ୍ରିୟ ହେବାକୁ ଲାଗିଲେ।
ପରବର୍ତ୍ତୀ ସମୟରେ ଦୁହେଁ ମିଶି ଏକ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲିଥିଲେ। ଯାହାର ନାଆଁ ହେଉଛି ରୂପା ,ପିଣ୍ଟୁ ଓ ଖୁସି ଏକ୍ସପ୍ରେସ। ଏହି ଚ୍ୟାନେଲ ରେ ଦୁହେଁ ନିଜର ଦୈନନ୍ଦିନ ଜୀବନର ଭିଡିଓ ସବୁ କରି ପୋଷ୍ଟ କରିଲେ। ଯାହାକୁ ଅନେକ ଲୋକ ଦେଖିବା ସହିତ ସେୟାର ମଧ୍ୟ କଲେ। ଏହିଭଳି ଭାବରେ ଓଡ଼ିଶାରେ ଦୁହିଁଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା।
ଏହି ଦୈନନ୍ଦିନ ଭିଡିଓ ରେ ରୂପା ଓ ପିଣ୍ଟୁ ଙ୍କ ପରିବାର ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ଆପଣମାନେ ବ୍ଲଗ୍ ରେ ଦେଖିଥିବେ ରୂପା ଓ ପିଣ୍ଟୁଙ୍କର ଏକ କୁନି ଝିଅ ଅଛି ଯାହାର ନାଁ ହେଉଛି ଖୁସି। ସେହିଭଳି ପିଣ୍ଟୁ ଙ୍କ ବାପା ମାଆ ଓ ଜେଜେ ମା ଙ୍କୁ ମଧ୍ୟ ବ୍ଲଗ ରେ ଦେଖିବାକୁ ମିଳୁଛି। ଏମାନଙ୍କ ବ୍ୟତୀତ ପିଣ୍ଟୁ ଙ୍କର ତିନି ଜଣ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କ ନାଁ ହେଉଛି ସୁଚି, ସୁନା ଓ ରୁନା।ସୁଚିଓ ସୁନାଙ୍କର ବିବାହ ସରିଥିବା ବେଳେ ରୁନା ବର୍ତ୍ତମାନ ବାହା ହୋଇନାହାନ୍ତି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।