ଏକଦା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ରାଜ୍ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ କିଏ ବା ନଜାଣେ!! ନିଜର ସୌନ୍ଦର୍ଯ୍ୟକୁ ନେଇ ସେ ଯେତିକି ପରିଚିତ ସେତିକି ପରିଚିତ ନିଜର ଜବରଦସ୍ତ ଅଭିନୟ କୁ ନେଇ। ଜଣେ ଅଣଓଡିଆ ହୋଇ ମଧ୍ୟ ସେ ଓଡ଼ିଶାର ପ୍ରତିଟି ଦର୍ଶକ ମାନଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ତେବେ ମାତୃଭାଷା ବଙ୍ଗଳା ରୁ ରଚନା ନିଜର ଅଭିନୟର ଜୀବନ ଆରମ୍ଭ କରିଥିଲେ ମଧ୍ୟ ତାଙ୍କୁ ଅଧିକାଂଶ ସଫଳତା ଓଲିଉଡ ରୁ ହିଁ ମିଳିଛି। ତାଙ୍କ ଅଭିନୟ ଜୀବନ ବିଷୟରେ ତ ସମସ୍ତେ ଜାଣିଥିବେ ହେଲେ ଖୁବ୍ କମ୍ ଲୋକ ଜାଣିଛନ୍ତି ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ।
ରଚନା ବାନାର୍ଜୀ ୧୯୭୮ ମସିହାରେ କଲିକତା ଠାରେ ଜନ୍ମ ଗ୍ରହଣ କରିଥିଲେ। ପ୍ରଥମେ ସେ ବଙ୍ଗଳା ସିନେମାରେ ଅଭିନୟ କରିବା ଆରମ୍ଭ କରିଥିଲେ। ଏହା ପରେ ସେ କନଡ, ତେଲୁଗୁ, ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ରେ ମଧ୍ୟ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ହେଉଛି ସାଗର ଗଙ୍ଗା। ଯାହାକି ୧୯୯୪ ମସିହାରେ ରିଲିଜ୍ ହୋଇଥିଲା। ଏହି ଚଳଚ୍ଚିତ୍ରଟିର ସଫଳତା ପରେ ସେ ଆହୁରି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
ଏକ ରିପୋର୍ଟ ଅନୁଯାୟୀ, ରଚନା ୨୦୦୩ ମସିହାରେ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିଥିଲେ। ହେଲେ କୌଣସି କାରଣକୁ ନେଇ ଦୁହିଁଙ୍କ ମଧ୍ୟରେ ମତାନ୍ତର ଘଟିବାରୁ ରଚନା ସବୁଦିନ ପାଇଁ ଓଡ଼ିଶା ଛାଡି କଲିକତା ଚାଲି ଯାଇଥିଲେ। ତେବେ ସେଠାରେ ୨୦୦୭ ମସିହାରେ ରଚନା ପ୍ରୋବାଲ ବାସୁ ଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ବର୍ତ୍ତମାନ ତାଙ୍କର ଜଣେ ପୁଅ ମଧ୍ୟ ଅଛନ୍ତି।
ତେବେ ନିକଟରେ ରଚନା ଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ କାନ୍ଦୁଥିବାର ନଜର ଆସୁଛନ୍ତି। ଏହି ଭିଡିଓକୁ ଦେଖି ରଚନାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥିବା ଲୋକଙ୍କ ମଧ୍ୟରେ ଗୁଜବ ଉଠୁଛି। ତେବେ କହିରଖୁଛୁ, ଏହା ପଛରେ କୌଣସି ସତ୍ୟତା ନାହିଁ। ନିକଟରେ ବଙ୍ଗଳା ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ଦେହାନ୍ତ ହୋଇଥିଲା। ନିଜର ଜଣେ ଭଲ ବନ୍ଧୁଙ୍କୁ ହରାଇବା ଦୁଃଖରେ ରଚନା ଭାଙ୍ଗି ପଡ଼ିଥିଲେ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।