ବିଗତ କିଛିବର୍ଷ ଧରି ଦେଶ ତଥା ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଏପରି ହେଲାଣି ଯେ ସଡ଼କ ଦୁର୍ଘଟଣାର ଶିକାର ହୋଇ ଅନେକ ଲୋକ ରାସ୍ତା ଉପରେ ହିଁ ନିଜର ପ୍ରାଣ ହରାଉଛନ୍ତି। ଯଦିଓ ସଡ଼କ ଦୁର୍ଘଟଣାକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି ହେଲେ ଶତଚେଷ୍ଟା ସତ୍ତ୍ୱେ ମଧ୍ୟ ଏହାକୁ ରୋକିବାରେ ବିଫଳ ହେଉଛନ୍ତି।
କାରଣ କେବଳ ସରକାର ନୁହଁନ୍ତି, ଏଥିପ୍ରତି ସମସ୍ତେ ଚେଷ୍ଟିତ ହେବା ଆବଶ୍ୟକ।ସମସ୍ତେ ଗାଡି ଚଳାଇବା ବେଳେ କିଛିଟା ସୁରକ୍ଷା ଅବଲମ୍ବନ କରିବା ଦ୍ୱାରା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ କୁ ଏଡାଇ ହେବ।ତେବେ ସଡ଼କ ସୁରକ୍ଷାକୁ ଉପଲବ୍ଧ କରି ବିଶେଷ କରି ବାଇକ୍ ଚାଳକ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିକଟରେ ରିଲିଆନ୍ସ କମ୍ପାନୀ ଏଭଳି ଏକ ଜିନିଷ ଲଞ୍ଚ କରିଛି ଯାହା ବାଇକ୍ ଚାଳକ ମାନଙ୍କ ପାଇଁ ଏକ ଯୁଗାନ୍ତକାରୀ ସାବ୍ୟସ୍ତ ହେବ।
ନିକଟରେ ରିଲିଆନ୍ସ ଇଣ୍ଡଷ୍ଟ୍ରି ଏକ ସୁରକ୍ଷା କିଟ୍ ଲଞ୍ଚ କରିଛି । ଯାହା ଦ୍ୱାରା ଗାଡି ଚଳାଇବା ସମୟରେ ଚାଳକ ମାନେ ନିଜକୁ ସୁରକ୍ଷିତ ରଖି ପାରିବେ।ତେବେ ଏହି ସୁରକ୍ଷା କିଟ୍ ମଧ୍ୟରେ ହେଲମେଟ୍, କାନ୍ଧ ଓ କହୁଣୀ ଆଦିକୁ ସୁରକ୍ଷା ଦେବା ପରି ଜ୍ୟାକେଟ, ହାତ ପାଇଁ ଗ୍ଲୋବ୍ସ ଆଦି ରହିଛି।
ଏହି ଜିନିଷ ଗୁଡ଼ିକ ଏଭଳି ପଦାର୍ଥ ରେ ତିଆରି କରାଯାଇଛି ଯାହାକି ଦୁର୍ଘଟଣା ପରେ ମଧ୍ୟ ଶରୀରକୁ କିଛି ବି କ୍ଷତି ପହଞ୍ଚାଇବ ନାହିଁ। ଏହି ଜିନିଷ ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ବୀକ୍ରୟ ହେଉଛି। ତେବେ ଏହି କିଟ୍ ର ମାର୍କେଟ ମୂଲ୍ୟ ରହିଛି ୧୨ ହଜାର ଟଙ୍କା। ଗ୍ରାହକ ମାନେ ଚାହିଁଲେ ଏହାକୁ ଏକକାଳୀନ ଟଙ୍କା ଦେଇ କିମ୍ବା କିସ୍ତି ଆକାରରେ ମଧ୍ୟ ଏହାକୁ କ୍ରୟ କରିପାରିବେ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।