Breaking News

ବଡ ଖବର : ଖୁବ୍ ଶୀଘ୍ର ନୂଆ ସିନେମା କରିବେ ସିଦ୍ଧାନ୍ତ ମହାପାତ୍ରଙ୍କ (Sidhant Mohapatra) ପୁଅ ସାଇ ସମର୍ଥ , ଏହି ଫିଲ୍ମ ରେ ଦେଖା …

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏଭଳି ଖୁବ୍ କମ୍ ଅଭିନେତା ଅଛନ୍ତି ଯେଉଁମାନେ ନିଜର ଦମଦାର ଅଭିନୟ ଦ୍ୱାରା ୯୦ ଦଶକ ରୁ ଆରମ୍ଭ କରି ଅଦ୍ୟାବଧି ଦର୍ଶକ ମାନଙ୍କ ମନରେ ରାଜ କରୁଛନ୍ତି। ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ଅଭିନେତା ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର। ସିଦ୍ଧାନ୍ତ ମହାପାତ୍ର ଙ୍କୁ କିଏ ବା ନଜାଣେ !! ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କର ସେ ଅତି ପ୍ରିୟ।


ନିଜର ନିଖୁଣ ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କୁ ଦିଆଯାଇଥିବା ପ୍ରତିଟି ଚରିତ୍ରକୁ ସେ ବାସ୍ତବିକ ଭାବରେ ପରଦା ଉପରେ ପରିବେଷଣ କରନ୍ତି। ନିଜର ଅଭିନୟର ଯାଦୁରେ ସେ ଲକ୍ଷ ଲକ୍ଷ ଦର୍ଶକ ମାନଙ୍କ ହୃଦୟ ଜିତିଛନ୍ତି। ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ ଚଳଚ୍ଚିତ୍ର ଜଗତର ଏଭଳି ଜଣେ କଳାକାର ଯିଏ ଓଡ଼ିଆ ସିନେମାକୁ ଏକ ସ୍ବତନ୍ତ୍ର ସ୍ଥାନକୁ ନେଇପାରିଛନ୍ତି।ତେବେ ଯେପରିକି ସମସ୍ତେ ଜାଣିଥିବେ, ସିଦ୍ଧାନ୍ତ ମହାପାତ୍ରଙ୍କର ଜଣେ ପୁଅ ଅଛନ୍ତି ଯାହାଙ୍କ ନାଁ ହେଉଛି ସାଇ ସମର୍ଥ। ତେବେ ଖୁବ୍ ଶୀଘ୍ର ସାଇ ସମର୍ଥଙ୍କୁ ଓଡ଼ିଶାର ଦର୍ଶକ ମାନେ ବଡ ପରଦାରେ ଦେଖିବାକୁ ପାଇବେ। ଖୁବ୍ ଶୀଘ୍ର ଓଲିଉଡ ରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି ସାଇ ସମର୍ଥ ମହାପାତ୍ର। ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇ ରାଲ ହେଉଛି ଯେଉଁଥିରେ ତାଙ୍କୁ ଜବରଦସ୍ତ ଲୁକ୍ ରେ ଦେଖିବାକୁ ମିଳୁଛି।


ତେବେ ସବୁବେଳେ କ୍ୟାମେରା ଓ ମିଡ଼ିଆ ଠାରୁ ଦୂରରେ ରହୁଥିବା ସାଇ ସମର୍ଥ ଙ୍କୁ ଦେଖିବା ପାଇଁ ଏବେ ଓଡ଼ିଶା ବାସୀ ଖୁବ୍ ଇଚ୍ଛୁକ ଅଛନ୍ତି। ଯଦିଓ ଏପର୍ଯ୍ୟନ୍ତ ପୁଅର ଡେବ୍ୟୁକୁ ନେଇ ସିଦ୍ଧାନ୍ତ ନିଜର କୌଣସି ବି ମନ୍ତବ୍ୟ ରଖି ନାହାନ୍ତି ହେଲେ ଏକ ଖବର ରୁ ଜଣାପଡିଛି ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣାଶୁଣା ନିର୍ଦ୍ଦେଶକ ତାଙ୍କ ନିଜର ଆଗାମୀ ଫିଲ୍ମ ରେ ମୁଖ୍ୟ ନାୟକ ଭାବରେ କାଷ୍ଟ କରିବା ପାଇଁ ନିଷ୍ପତି ନେଇଛନ୍ତି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *