ବିଜେଡିର ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜକୁ ଅନେକ ବର୍ଷ ହେବ ଓଡ଼ିଶାର ଶାସକ ଭାବରେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ରାଜନୈତିକ ଜୀବନ ବିଷୟରେ ତ ସମସ୍ତେ ଭଲ ଭାବରେ ଜାଣନ୍ତି। ବିଜୁ ବାବୁ ଙ୍କ ଅନ୍ତେ ନବୀନ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବରେ ଶାସନଭାର ଗ୍ରହଣ କରିଥିଲେ। ତେବେ କଣ ଆପଣମାନେ ଜାଣନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ ସମ୍ପତ୍ତିର ମାଲିକ? ତେବେ ଆଜି ଆମେ କହିବାକୁ ଯାଉଛୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତି ର ସଂପୂର୍ଣ୍ଣ ବିବରଣୀ।
ତେବେ ଗତ ଦୁଇ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଜନପ୍ରତିନିଧି ମାନଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀ ମାନଙ୍କ ପର୍ଯ୍ୟନ୍ତ ସଭିଙ୍କୁ ନିଜର ସମ୍ପତ୍ତିର ବିବରଣୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାର ଏକ ପ୍ରମୁଖ କାରଣ ଥିଲା ଦୁର୍ନୀତିମୁକ୍ତ ଶାସନ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ସରକାରୀ କର୍ମଚାରୀ ମାନଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧି ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ସମ୍ପତ୍ତିର ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ମୋଟ ସମ୍ପତ୍ତିର ବିବରଣୀ ପ୍ରଦାନ କରିଥିଲେ।।
ତେବେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ସମ୍ପତି ତାଲିକା ଅନୁଯାୟୀ, ଭୁବନେଶ୍ବର ସ୍ଥିତ ଏସବିଆଇ ଶାଖାରେ ଥିବା ବ୍ୟାଙ୍କ୍ ଆକାଉଣ୍ଟ୍ ରେ ତାଙ୍କର ୧୦.୫୬ ଲକ୍ଷ ଟଙ୍କା ଜମା ରହିଛି। ସେହିଭଳି ନୂଆ ଦିଲ୍ଲୀ ଜନପଥ ସ୍ଥିତ ଏସବିଆଇ ରେ ତାଙ୍କର ଦୁଇଟି ଆକାଉଣ୍ଟ ରହିଛି। ତା ମଧ୍ୟରୁ ଗୋଟିଏ ସେଭିଂ ଆକାଉଣ୍ଟରେ ୧୬.୭୬ ଲକ୍ଷ ଟଙ୍କା ଏବଂ ଅନ୍ୟ ଟିରେ ୧.୦୩ କୋଟି ଟଙ୍କା ଏଫଡି କରାଯାଇଛି । ଆଉ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନ ପଟ୍ଟନାୟକ ଙ୍କର ୪ଟି ଏସବିଆଇ ଆକାଉଣ୍ଟ ରହିଛି।
ସେହିଭଳି ୨୦୧୭ ମସିହାରେ ହୋଇଥିବା ମୂଲ୍ୟାୟନ ଅନୁସାରେ ନବୀନ ନିବାସର ମୂଲ୍ୟ ୯.୫୨ କୋଟି ଟଙ୍କା ଥିଲା ,ଆଉ ସେଥିରେ ନବୀନ ଙ୍କର ଦୁଇ ତୃତୀୟାଂଶ ସେୟାର ମଧ୍ୟ ରହିଛି।ଏତଦବ୍ୟତୀତ ହରିୟାଣା ର ଫରିଦାବାଦ୍ ସ୍ଥିତ ଟିକ୍ରି ଖେଡା ଗ୍ରାମରେ ନବୀନ ପଟ୍ଟନାୟକଙ୍କର ୨୨.୭ ଏକରର ଫାର୍ମ ରହିଛି।
ଏହାଛଡା ଦିଲ୍ଲୀ ସ୍ଥିତ ପୈତୃକ ବାସ ଭବନ ରେ ମଧ୍ୟ ନବୀନ ପଟ୍ଟନାୟକ ଅଧା ଅଂଶୀଦାର ଅଛନ୍ତି। ତେବେ ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପାଖାପାଖି ୬୮.୯୮ କୋଟି ଟଙ୍କା ହେବ .ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।