Breaking News

କହୁ କହୁ ଅକୁହା କଥା କୁ ସମସ୍ତଙ୍କ ଆଗରେ କହିଦେଲେ ଓଡିଆ ସିଙ୍ଗର ଅର୍ପିତା (Arpita) ,ମୋତେ Music ଡିରେକ୍ଟର ପ୍ରୋପଜ୍ କଲେ ଆଉ…ମୁଁ…

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି ଗାୟିକା ଅଛନ୍ତି ଯେଉଁମାନେ ନିଜ ସ୍ୱରର ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି। ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ଗାୟିକା ହେଉଛନ୍ତି ଅର୍ପିତା। ଅର୍ପିତା ଅନେକ ଗୁଡ଼ିଏ ଜବରଦସ୍ତ ଗୀତ ଗାଇ ଓଡ଼ିଆ ସଙ୍ଗୀତ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଓଡ଼ିଶାର ନୂଆ ସ୍ୱର ମଞ୍ଚରେ ବିଚାରକ ଭାବରେ ନଜର ଆସିବା ଲାର ଠାରୁ ଓଡ଼ିଶାରେ ତାଙ୍କର ଲୋକପ୍ରିୟତା ଆହୁରି ବଢି ଯାଇଛି।

ତେବେ ନିକଟରେ ଆୟୋଜିତ ଏକ ସାକ୍ଷାତକାରରେ ଯୋଗ ଦେଇ ଅର୍ପିତା ଏକ ବଡ କଥା କହିଛନ୍ତି। ସେ ନିଜ ଜୀବନର କିଛି ଅକୁହା କଥାକୁ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି।ଅର୍ପିତା ଙ୍କ କହିବାନୁଯାୟୀ, ୨୦୦୯ ମସିହାରେ ଯେତେବେଳେ ସେ ନବମ ଶ୍ରେଣୀରେ ପାଠ ପଢିଥିଲେ ସେତେବେଳେ ସେ ଏକ ରିଆଲିଟି ଶୋ ରେ ପ୍ରତିଯୋଗୀ ଭାବରେ ଭାଗ ନେଇଥିଲେ।

ତେବେ ଯେହେତୁ ତାଙ୍କର ଘର ବ୍ରହ୍ମପୁର ଓ ପରିବାରର ସମସ୍ତ ସଦସ୍ୟ ସେଠାରେ ରହୁଥିଲେ ତେଣୁ ଅର୍ପିତା ଙ୍କୁ ପ୍ରତିଦିନ ଯିବା ଆସିବା ପାଇଁ ଲେଟ୍ ହେଉଥିଲା। ସବୁ ସତ୍ବେ ଅନେକ ବାଧାବିଘ୍ନ କୁ ସାମ୍ନା କରି ଶେଷରେ ଅର୍ପିତା ଏହି ସଫଳତା ପାଇଛନ୍ତି।

ଅର୍ପିତା ଆହୁରି ମଧ୍ୟ କୁହନ୍ତି, ଯେତେବେଳେ ସେ ନୂଆ କରି ଗୀତ ବୋଲିବା ଆରମ୍ଭ କରିଥିଲେ ସେତେବେଳେ ଓଲିଉଡ଼ ର ଅନେକ ଜଣାଶୁଣା ମୁଜିକ୍ ଡାଇରେକ୍ଟର ତାଙ୍କୁ ଡେଟିଂ ପାଇଁ ଆପ୍ରୋଚ୍ କରିଥିଲେ। ହେଲେ ଅର୍ପିତା ସିଧା ସିଧା ତାଙ୍କୁ ମନା କରିଦେଇଥିଲେ। ଯଦି ସେ ସେତେବେଳେ ତାଙ୍କ କଥାରେ ରାଜି ହୋଇଯାଇଥାନ୍ତେ ତେବେ ଆଜି ସେ ଅନେକ ମ୍ୟୂଜିକ ଡାଇରେକ୍ଟର ଙ୍କ ସହ ଗୀତ ଗାଇ ସାରନ୍ତେଣି ବୋଲି ହସି ହସି ଥଟ୍ଟା ମଜାରେ କହିଛନ୍ତି ଅର୍ପିତା।


ଆଜିର ଯୁବପିଢିଙ୍କୁ କିଛି ବାର୍ତ୍ତା ଦେବାକୁ ଯାଇ ଅର୍ପିତା କୁହନ୍ତି, ଝିଅ ଟିଏ ଚାହିଁଲେ ସବୁ କିଛି କରିପାରିବ। ହେଲେ କେବେ ବି ସର୍ଟ ରାସ୍ତା ବାଛନ୍ତୁ ନାହିଁ ବରଂ ନିଜେ କଷ୍ଟ କରି ଆଗକୁ ବଢନ୍ତୁ । କାରଣ ଯଦି ଆପଣଙ୍କର ମନୋବଳ ଦୃଢ଼ ଅଛି ତେବେ ଆପଣ କୌଣସି ବି କ୍ଷେତ୍ରରେ ସଫଳ ହୋଇପାରିବେ। ଇଣ୍ଡଷ୍ଟ୍ରି ରେ ସର୍ଟ ରାସ୍ତା କାଛିଲେ ଗୋଟିଏ ଦୁଇଟି ଗୀତ ହିଟ୍ ହୋଇଯିବ ସତ ହେଲେ ଏହାପରେ ଆଉ କେହି ବି ପଚାରିବେ ନାହିଁ। ତେଣୁକରି ସର୍ବଦା ଦୃଢ଼ ମନା ରହିବା ସହିତ ଭାବି ଚିନ୍ତି କାମ କରିବା ଉଚିତ୍

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *