ଆପଣ ମାନେ ଓଡ଼ିଶାର ଲୋକପ୍ରିୟ ଯୋଡ଼ି ରୂପା ଓ ପିଣ୍ଟୁ କୁ ତ ନିଶ୍ଚୟ ଭାବରେ ଜାଣିଥିବେ। ସୋସିଆଲ ମିଡିଆରେ ଦୁହେଁ ଅତି ପରିଚିତ ଚେହେରା। ପ୍ରଥମେ ଏହି ସ୍ବାମୀ ସ୍ତ୍ରୀ ଟିକଟକ୍ ଆପ ଜରିଆରେ ଭିଡିଓ କରିବା ଆରମ୍ଭ କରିଥିଲେ। ଧିରେ ଧିରେ ତାଙ୍କର ଭିଡିଓ ସବୁ ଲୋକ ମାନଙ୍କୁ ଭଲ ଲାଗିଲା। ଏହିଭଳି ଭାବରେ ଦୁହେଁ ଓଡ଼ିଶାରେ ଲୋକପ୍ରିୟ ହେବାକୁ ଲାଗିଲେ।
ପରବର୍ତ୍ତୀ ସମୟରେ ଦୁହେଁ ମିଶି ଏକ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲିଥିଲେ। ଯାହାର ନାଆଁ ହେଉଛି ରୂପା ,ପିଣ୍ଟୁ ଓ ଖୁସି ଏକ୍ସପ୍ରେସ। ତେବେ ଏହି ଚ୍ୟାନେଲରେ ଦୁହେଁ ନିଜର ଦୈନନ୍ଦିନ ଜୀବନର କାର୍ଯ୍ୟ ସବୁ ରେକର୍ଡ କରି ପୋଷ୍ଟ କରିଲେ। ଓଡ଼ିଶାର ଲୋକମାନେ ମଧ୍ୟ ଏହାକୁ ଦେଖିବାକୁ ଭଲ ପାଇଲେ। ଏହିଭଳି ଭାବରେ ଧୀରେ ଧୀରେ ଦୁହିଁଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା।
ତେବେ ଦୁହିଁଙ୍କ ଲୋକପ୍ରିୟତା ଦେଖି ଦୁହିଁଙ୍କୁ ଏକାଠି ଆଲବମ୍ କରିବାର ସୁଯୋଗ ମଧ୍ୟ ଦିଆଗଲା। ଦୁହେଁ ଏକାଠି ଅନେକ ଓଡ଼ିଆ ଆଲବମ୍ ରେ ନଜର ଆସିଛନ୍ତି। ଆଉ ସେହି ସବୁ ଆଲବମ୍ ଗୁଡିକ ସୁପରହିଟ ମଧ୍ୟ ହୋଇଛି।ତେବେ ନିକଟରେ ରୂପାଙ୍କ ଜନ୍ମଦିନ ସରିଛି। ଏହି ପରିପ୍ରେକ୍ଷୀରେ ନିଜ ୟୁ ଟ୍ୟୁବ୍ ଚ୍ୟାନେଲ ରେ ପିଣ୍ଟୁ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସମସ୍ତେ ମିଶି କିଭଳି ଭାବରେ ରୂପାଙ୍କ ଜନ୍ମଦିନ ପାଳନ କଲେ ତାହା ଦେଖିବାକୁ ମିଳିଛି।
ତେବେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ରାତି ସମାନ ୧୨ଟା ସମୟରେ ପିଣ୍ଟୁ ରୁପାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଠିକ୍ ଏହି ସମୟରେ ରୂପା ଙ୍କ ଭାଇ ଓ ତାଙ୍କର କିଛି ସାଙ୍ଗ ମାନେ ଆସି ସେଠାରେ ପହଞ୍ଚିଛନ୍ତି। ସମସ୍ତେ ମିଶି କେକ୍ କାଟି ରୂପା ଙ୍କ ଜନ୍ମଦିନକୁ ଖୁବ୍ ଧୁମଧାମରେ ପାଳନ କରିଛନ୍ତି।ତେବେ ରୂପା ଙ୍କ ଜନ୍ମଦିନରେ ତାଙ୍କ ଭାଇ ତାଙ୍କୁ ଏକ ସୁନ୍ଦର ଚୁଡ଼ି ସେଟ୍ ଉପହାର ସ୍ବରୂପ ଦେଇଛନ୍ତି। ସେହିଭଳି ପିଣ୍ଟୁ ମଧ୍ୟ ରୂପା ଙ୍କୁ ଏକ ସୁନା ଚୁଡ଼ି ଓ ସିନ୍ଦୂର ଉପହାର ଦେଇଛନ୍ତି ଓ କହିଛନ୍ତି ଜଣେ ସ୍ତ୍ରୀ ପାଇଁ ୟା ଠାରୁ ମୂଲ୍ୟବାନ ଜିନିଷ ଆଉ କିଛି ବି ନୁହେଁ । ଏହି ଉପହାର ଦେଖି ରୂପା ବେଶ୍ ଖୁସି ଥିବା ନଜର ଆସିଛନ୍ତି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।