Breaking News

ଅନୁଭବଙ୍କ ଘର ଛାଡିବା ପରେ ବୃଦ୍ଧା ଆଶ୍ରମ ରେ ଜନ୍ମ ଦିନ ପାଳନ କଲେ ହିରୋଇନ ବର୍ଷା , ଦେଖିଲେ ଆଖିରୁ ଲୁହ ଆସିଯିବା – ଦେଖନ୍ତୁ ଭିଡିଓ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ନିଜର ଅଭିନୟକୁ ନେଇ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ନିଜର ବ୍ୟକ୍ତିଗତ ଜୀବନକୁ ନେଇ। ଓଡ଼ିଆ ସିନେ ଜଗତର ସେହିଭଳି ଜଣେ ଚର୍ଚ୍ଚିତ ଓ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ। ବର୍ଷା ଙ୍କୁ କିଏ ବା ନଜାଣେ! ନିଜର ସୁନ୍ଦର ଅଭିନୟ ପାଇଁ ସେ ଓଡ଼ିଶାର ଘରେ ଘରେ ପରିଚିତ। ବର୍ଷା ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଯିଏ ନିଜ ପରିଶ୍ରମ ଓ ଦକ୍ଷତା ବଳରେ ସିନେ ଜଗତରେ ଅନେକ ସଫଳତା ହାସଲ କରିଛନ୍ତି।


ତେବେ ନିଜର ଅଭିନୟ ପାଇଁ ବର୍ଷା ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ନିଜର ବୈବାହିକ ଜୀବନକୁ ନେଇ। ଯେପରିକି ସମସ୍ତେ ଜାଣିଥିବେ ସ୍ବାମୀ ଅନୁଭଵ ମହାନ୍ତି ଙ୍କ ସହିତ ବର୍ଷା ଙ୍କର ଛାଡ଼ପତ୍ର ମାମଲା ଗତ ବର୍ଷ ଓଡ଼ିଶାର ବହୁ ଚର୍ଚ୍ଚିତ ଖବର ପାଲଟିଥିଲା। ବର୍ତ୍ତମାନ କୋର୍ଟ ରେ ଏହି ମାମଲା ଜାରି ରହିଛି। ତେବେ କୋର୍ଟ ଙ୍କ ନିଷ୍ପତି କ୍ରମେ ବର୍ତ୍ତମାନ ବର୍ଷା ନିଜର ଶାଶୁଘରେ ରହୁଥିଲେ ମଧ୍ୟ ଅନୁଭବଙ୍କ ଠାରୁ ଅଲଗା ରହୁଛନ୍ତି।

 


ତେବେ ଅନୁଭବଙ୍କ ଠାରୁ ଅଲଗା ହେବା ପରେ ବର୍ଷା ବର୍ତ୍ତମାନ ସମାଜ ସେବାରେ ବ୍ୟସ୍ତ ରହୁଛନ୍ତି। ଗତ ଦୁଇ ବର୍ଷ ହେବ ଅଭିନୟ ସହିତ ବର୍ଷା ସମାଜସେବା ଜାରି ରଖିଛନ୍ତି। କରୋନା କଳାରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହ ମିଶି ବର୍ଷା ଅନେକ ଗରିବ ପେଟରେ ଆହାର ଦେଇଛନ୍ତି। କେବଳ ଏତିକି ନୁହେଁ, ଗରିବ ଲୋକଙ୍କୁ ସେ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି। ଏହି ସବୁ ଫଟୋ କୁ ବର୍ଷା ନିଜ ସୋସିଆଲ ମିଡିଆରେ ସେୟାର କରନ୍ତି।

ତେବେ ନିକଟରେ ବର୍ଷା ନିଜ ସୋସିଆଲ ମିଡିଆରେ ସେହିଭଳି କିଛି ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଏକ ବୃଦ୍ଧାଶ୍ରମକୁ ଯାଇ ସେଠାରେ ଥିବା ବୃଦ୍ଧ ଓ ବୃଦ୍ଧା ଲୋକ ମାନଙ୍କୁ ଖାଦ୍ୟ ପେୟ ଦେବା ସହିତ ବସ୍ତ୍ର ଦାନ କରିଥିବା ଦେଖିବାକୁ ମିଳୁଛି। ନିଜ ବାପା ମା ଙ୍କ ଭଳି ତାଙ୍କୁ ସେ ସ୍ନେହ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

ତେବେ ଏହି ଫଟୋ କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ବର୍ଷା ପ୍ରିୟଦର୍ଶିନୀ ଙ୍କ ଏହି ମହାନ୍ କାର୍ଯ୍ୟ ପାଇଁ ତାଙ୍କୁ ସାଧାରଣ ଲୋକ ମାନେ ଖୁବ୍ ପ୍ରଶଂସା କରୁଛନ୍ତି।ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *