ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ କଳାକାର ବାବୁଶାନ୍ ଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ବର୍ତ୍ତମାନ ଓଡ଼ିଆ ସିନେମା ଜଗତର ସେ ଜଣେ ଆଗଧାଡିର ଅଭିନେତା। ନିଜର ଜବରଦସ୍ତ ଅଭିନୟ ପାଇଁ ଆଜି ସେ ଓଡ଼ିଶାର ଘରେ ଘରେ ପରିଚିତ। ୨୦୦୪ ମସିହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସେ ଓଡ଼ିଆ ଦର୍ଶକ ମାନଙ୍କୁ ଅନେକ ଉଚ୍ଚ କୋଟିର ସିନେମା ଭେଟି ଦେଇଛନ୍ତି।
ଯେପରିକି ସମସ୍ତେ ଜାଣିଥିବେ ବାବୁଶାନ୍ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଯୋଡ଼ି ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଙ୍କ ପୁଅ। ଅପରାଜିତା ଓ ଉତ୍ତମ ମହାନ୍ତି ତେବେ ବାବୁଶାନ୍ ମଧ୍ୟ ନିଜ ବାପା ମା ଙ୍କ ଭଳି ନିଜକୁ ସୁପ୍ରତିଷ୍ଠିତ କରିପାରିଛନ୍ତି।
ନିଜର ନିଆରା ଅଭିନୟ ଶୈଳୀ ପାଇଁ ଆଜି ସେ ଦର୍ଶକ ମାନଙ୍କ ହୃଦୟରେ ରାଜ୍ କରୁଛନ୍ତି।
ତେବେ ନିଜର ଅଭିନୟ ପାଇଁ ବାବୁଶାନ୍ ଯେତିକି ଚର୍ଚ୍ଚିତ ସେତିକି ଚର୍ଚ୍ଚିତ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ। ନିଜ ସୋସିଆଲ ମିଡିଆରେ ସେ ଅନେକ ସମୟରେ ନିଜ ବ୍ୟକ୍ତିଗତ ଜୀବନର ଅନେକ ଫଟୋ ଓ ଭିଡିଓ ସେୟାର କରିଥାନ୍ତି ଯାହାକୁ ତାଙ୍କର ପ୍ରଶଂସକ ମାନେ ଖୁବ୍ ପସନ୍ଦ କରନ୍ତି। ତେବେ ନିକଟରେ ବାବୁଶାନ୍ ନିଜ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି।
ତେବେ ଯେପରିକି ସମସ୍ତେ ଜାଣିଥିବେ ୨୦୧୪ ମସିହାରେ ବାବୁଶାନ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ନିଜର ପିଲା ବେଳର ସାଙ୍ଗ ତୃପ୍ତି ଙ୍କୁ ବିବାହ କରିଥିଲେ। ତେବେ ନିକଟରେ ବାବୁଶାନ୍ ଙ୍କ ପତ୍ନୀ ତୃପ୍ତିଙ୍କ ଜନ୍ମଦିନ ପାଳନ ହୋଇଛି। ଏହି ଖୁସିର ଦିନରେ ବାବୁଶାନ୍ ତାଙ୍କୁ ବାହାରକୁ ବୁଲେଇ ନେଇଥିବା ଦେଖିବାକୁ ମିଳିଛି। ବାବୁଶାନ୍ ନିଜ ସୋସିଆଲ ମିଡିଆରେ ନିଜ ପତ୍ନୀ ଙ୍କ ସହ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ଦୁହେଁ ବୋଟିଙ୍ଗ କରୁଥିବା ସହ ସ୍ଵୀମିଂ ପୂଲ୍ ରେ ମଜା ମସ୍ତି କରୁଥିବା ଦେଖିବାକୁ ମିଳିଛି।
ତେବେ ବାବୁଶାନ୍ ଓ ତୃପ୍ତି ଙ୍କ ସହ ଅପରାଜିତା ଓ ଉତ୍ତମ ମହାନ୍ତି ମଧ୍ୟ ବୁଲିବାକୁ ଯାଇଥିବା ଦେଖିବାକୁ ମିଳିଛି। ଏହା ସହିତ ଦୁହିଁଙ୍କର କିଛି ଘନିଷ୍ଠ ବନ୍ଧୁ ମଧ୍ୟ ତାଙ୍କ ସହ ବୁଲିବାକୁ ଯାଇଥିଲେ।ତେବେ ତୃପ୍ତି ନିଜର ଜନ୍ମଦିନକୁ ଏଭଳି ଭାବରେ ପାଳନ କରି ଖୁବ୍ ଖୁସି ଥିବା ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାପରେ ବିଭିନ୍ନ ସୋସିଆଲ ମିଡିଆ ୟୁଜର ଓ ବାବୁଶାନ୍ ଙ୍କ ଫ୍ୟାନ୍ସ ମାନେ ତୃପ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।