Breaking News

ସରକାର ଙ୍କ ବଡ ନିଷ୍ପତି : ଓଡିଶା ରେ ଶସ୍ତା ହେଲା ବିଦେଶୀ ମଦ ,ମାତ୍ର ଏତିକି ଟଙ୍କା ରେ ପାଇବେ – ଦେଖନ୍ତୁ

ରାଜ୍ୟର ମଦ୍ୟପ୍ରୀୟ ଯୁବକ ମାନଙ୍କ ପାଇଁ ଖୁସି ଖବର। ଏଣିକି ରାଜ୍ୟରେ ଶସ୍ତା ହେବାକୁ ଯାଉଛି ମଦ। ଖୁବ୍ ଶୀଘ୍ର କମ୍ ଦାମରେ ବିଦେଶୀ ମଦ ପାଇପାରିବେ ସାଧାରଣ ଗ୍ରାହକ। ଏହାର କାରଣ ହେଉଛି, ରାଜ୍ୟ ସରକାରଙ୍କ ଦ୍ଵାରା ନିକଟରେ ନୂତନ ଅବକାରୀ ନୀତି ଘୋଷଣା କରାଯାଇଛି। ଯେଉଁଥିରେ ବିଦେଶରେ ତିଆରି ହେଉଥିବା ବିଦେଶୀ ମଦ ଉପରୁ ସରକାର ଶୁକ୍ଳ କମାଇବାକୁ ନିଷ୍ପତି ନେଇଛନ୍ତି।ଅନ୍ୟପଟେ ରାଜ୍ୟ ଭିତରେ ତିଆରି ହେଉଥିବା ବିଦେଶୀ ମଦ ଉପରେ ଶୁଳ୍କ ଅପରିବର୍ତ୍ତିତ ରହିଛି।


ତେବେ କହିରଖୁଛୁ, ପୂର୍ବରୁ ବିଦେଶରେ ତିଆରି ହେଉଥିବା ମଦ ର ମୁଲ୍ୟ ରାଜ୍ୟରେ ଅଧିକ ରହୁଥିଲା। ଯାହା ଫଳରେ କି ସାଧାରଣ ଲୋକମାନେ ଏହାକୁ କିଣିବାକୁ ସେତେ ସକ୍ଷମ ହୋଇପାରିନଥିଲେ। କିନ୍ତୁ ଚଳିତ ଥର ଅବକାରୀ ନୀତି ଅନୁଯାୟୀ, ଏହା ଉପରେ ଥିବା ଶୁକ୍ଳ କୁ କମାଇ ଦିଆଯାଇଛି। ଯାହା ଫଳରେ ସାଧାରଣ ଲୋକ ମାନେ ମଧ୍ୟ ଏହାକୁ ଉପଭୋଗ କରିପାରିବେ। ରାଜ୍ୟର ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପ୍ରତି ସଚେତନ ହୋଇ ସରକାର ଏଭଳି ନିଷ୍ପତି ଗ୍ରହଣ କରିଥିବା ସୂଚନା ମିଳିଛି।


ସେହିଭଳି ନୂତନ ଅବକାରୀ ନୀତି ଅନୁଯାୟୀ, ରାଜ୍ୟରେ ଥିବା ମହାନଗର ନିଗମ ଯେପରିକି ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା ଆଦି ସହରରେ ପ୍ରିମିୟମ ମଦ ଦୋକାନ ଖୋଲିବା ନେଇ ସୂଚନା ମିଳିଛି। ଯାହା ଫଳରେ ଲୋକମାନେ ସହଜରେ ଓ ସୁବିଧାରେ ପ୍ରିମିୟମ୍ ମଦ ପାଇପାରିବେ।

ସେହିଭଳି ଯଦି କୌଣସି ମଦ ଦୋକାନୀ ମଦ ବୋତଲ ଉପରେ ଲେଖାଥିବା ସର୍ବ ନିମ୍ନ ଦର ଠାରୁ ଅଧିକ ଦାମରେ ମଦ ବିକ୍ରି କରୁଛନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରତି ମଦ ବୋତଲ ଉପରେ ସର୍ବନିମ୍ନ ଖାଉଟି ମୂଲ୍ୟ ଲେଖାରହିବ। ଆଉ କୌଣସି ବ୍ୟବସାୟୀ ଯଦି ଅଧିକ ଦାମ ନିଅନ୍ତି, ତା ହେଲେ ଏକ ବର୍ଷ ପାଇଁ ତାଙ୍କର ଲାଇସେନ୍ସ ବାତିଲ କରିଦିଆଯିବ। ଆହୁରି ମଧ୍ୟ, ପ୍ରତି ମଦ ଦୋକାନର କର୍ମଚାରୀ ମାନେ ୟୁନିଫର୍ମ ପିନ୍ଧିବେ।ମଦ ର ହୋମ୍ ଡେଲିଭରି ମଧ୍ୟ ଜାରି ରହିବ ବୋଲି କୁହାଯାଇଛି।


ସେହିଭଳି ନୂତନ ନୀତି ଅନୁଯାୟୀ, ଠାକୁରଙ୍କ ନାଁ କିମ୍ବା କୌଣସି ବିଶିଷ୍ଟ ଲୋକଙ୍କ ନାମରେ କୌଣସି ମଦଦୋକାନ ଖୋଲିବା ପାଇଁ ଅନୁମତି ଦିଆଯିବନି । ସାଧାରଣ ଲୋକଙ୍କ ଭାବାବେଗକୁ ଆଘାତ କଲା ଭଳି କୌଣସି ନାଁ ରହିଲେ ତାହାକୁ ପଞ୍ଜୀକରଣ କରାଯିବନି । କୌଣସି ଦୋକାନୀ ସରକାରୀ ମଦ ଦୋକାନ ନୁହେଁ ବରଂ ସ୍ବୀକୃତିପ୍ରାପ୍ତ ଲେଖିବେ .

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *