ଆଜିକାଲିର ଇଣ୍ଟରନେଟ ଯୁଗରେ ପ୍ରାୟତଃ ସବୁଲୋକ ସୋସିଆଲ ମିଡିଆ ସହ ଜଡ଼ିତ। ସମାଜରେ ଯେଉଁଠି କିଛି ଭିନ୍ନ ଧରଣର ଘଟଣା ଘଟୁଛି ତାହା ସଙ୍ଗେ ସଙ୍ଗେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗୁଛି। ତେବେ ନିକଟରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଦେଖିଲେ ଅବାକ୍ ହୋଇଯିବେ।ସାମାନ୍ୟ ଗାଡି ପିଟି ହୋଇଗଲା ବୋଲି ଯୁବକ ଜଣକୁ ଧରି ରାଜରାସ୍ତା ଉପରେ ପିଟି ଚାଲିଲେ ଯୁବତୀ। ନିକଟରେ ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵର ଠାରେ। ଯାହାକୁ ନେଇ ଏବେ ରାଜ୍ୟ ବ୍ୟାପି ଚର୍ଚ୍ଚା ଜୋର ଧରିଛି।
ସୁଚନା ଅନୁଯାୟୀ, ଭୁବନେଶ୍ୱର ନାଲକୋ ଛକ ଟ୍ରାଫିକ ନିକଟରେ ଦୁଇ ଜଣ ଯୁବକ ଓ ଯୁବତୀ ସ୍କୁଟି ନେଇ ଅଲଗା ଅଲଗା ଦିଗରୁ ଆସୁଥିଲେ । ଯୁବକ ଜଣଙ୍କ ଆସୁଥିବା ରାସ୍ତାରେ ଅରେଞ୍ଜ ଲାଇଟ ରହିଥିଲା। ହେଲେ ଯୁବକ ଜଣଙ୍କ ଗାଡି ସ୍ଲୋ କରିବା ପରିବର୍ତ୍ତେ ରାସ୍ତା ଅତିକ୍ରମ କରିବାକୁ ପ୍ରୟାସ କରୁଥିବା ବେଳେ ଗ୍ରୀନ ଲାଇଟ ନଥାଇ ମଧ୍ୟ ଯୁବତୀ ଜଣଙ୍କ ଗାଡି ପୁରାଇ ଦେଇଥିଲେ । ଏହାପରେ ହୋଇଥିଲା ଦୁର୍ଘଟଣା।
ଏହି ସାମାନ୍ୟ କଥାକୁ ନେଇ ଯୁବତୀ ଜଣକ ଗାଡିରୁ ଓହ୍ଲାଇ ରାସ୍ତା ଉପରେ ଡ୍ରାମା କରିବା ଆରମ୍ଭ କରିଦେଲେ। ଯୁବକ ଜଣକ ଉପରେ ସେ ଖୁବ୍ ଜୋର୍ ରେ ପାଟି କରିଥିଲେ। ହେଲେ ଏତିକିରେ ତାଙ୍କ ରାଗ ଶାନ୍ତ ପଡ଼ିନଥିଲା। ଉଭୟଙ୍କ ଭୁଲ ରହିଥିଲେ ହେଁ ଯୁବତୀ ଜଣଙ୍କ ଟ୍ରାଫିକ ପୋଲିସ ଉପସ୍ଥିତିରେ ଯୁବକ ଜଣକ ଉପରକୁ ହାତ ଉଠାଇଥିଲେ। ସେ ଗୋଟେ ପରେ ଗୋଟେ ଚାପୁଡ଼ା ମାରିଚାଲିଥିଲେ ମଧ୍ୟ କାହାର ସାହାସ ନଥିଲା ତାଙ୍କୁ ଅଟକାଇବା ପାଇଁ। ଏହି ଦୃଶ୍ୟ ଦେଖି ଟ୍ରାଫିକ ପୋଲିସ ମାନଙ୍କ ସମେତ ଘଟଣା ସ୍ଥଳରେ ଉପସ୍ଥିତ ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ତେବେ କେହି ଜଣେ ଦେଖଣାହାରୀ ଏହି ଦୃଶ୍ୟକୁ ନିଜ ମୋବାଇଲ୍ ରେ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ତାହା ଏବେ ଭାଇରାଲ୍ ହେବାରେ ଲାଗିଛି। ଯୁବତୀ ଜଣକ ଏଭଳି ବ୍ୟବହାର କୁ ଲୋକ ମାନେ ନିନ୍ଦା କରିବା ସହିତ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।