୭୦ ବର୍ଷୀୟା ମହିଳା ଙ୍କର ବୁଦ୍ଧିମତା, ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଟାଳି ଦେଲେ ଏକ ବଡ଼ ରେଳ ଦୁର୍ଘଟଣା। ନିଜ ଶାଢ଼ୀ ଢାଙ୍କି ବଞ୍ଚାଇଦେଲେ ହଜାର ହଜାର ଲୋକଙ୍କ ଜୀବନ। ଏହି ମହିଳା ଜଣଙ୍କ ନାଁ ହେଉଛି ଓମବତୀ। ଯାହାଙ୍କୁ ନେଇ ଏବେ ଦେଶ ବ୍ୟାପି ଚର୍ଚ୍ଚା ଜୋର୍ ଧରିଛି। ଉତ୍ତର ପ୍ରଦେଶ ଏଟାରର ଏହି ମହିଳା ଜନଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଏକ ଯାତ୍ରୀ ବାହି ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି।
ସବୁଦିନ ଭଳି ଗତ ଗୁରୁବାର ଦିନ ମଧ୍ୟ ଟ୍ରେନଟି ସ୍ଵାଭାବିକ ଭାବରେ ଚାଲିଥିଲା। ବ୍ୟସ୍ତ ବହୁଳ ଜୀବନରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ବ୍ୟସ୍ତ ଥିଲେ ସହ ସହ ଯାତ୍ରୀ। ନିର୍ଦ୍ଧାରିତ ସମୟରେ ଟ୍ରେନ ଟି ଷ୍ଟେସନ୍ ଛାଡିଥିଲା। ଅନ୍ୟପଟେ, ସବୁଦିନ ଭଳି ନିଜ କ୍ଷେତରେ କାମ କରିବାକୁ ବାହାରି ଥିଲେ ୭୦ ବର୍ଷୀୟା ମହିଳା ଓମବତୀ।
କ୍ଷେତକୁ ଯିବା ସମୟରେ ଓମବତୀ ଦେଖିବାକୁ ପାଇଥିଲେ ରେଳ ଧାରଣ ଉପରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଏହା ଦେଖି ସେ କିଭଳି ଭାବରେ ଟ୍ରେନ ଟିକୁ ଅଟକାଇବେ, କିଭଳି ଭାବରେ ଲୋକଙ୍କ ଜୀବନ ବଞ୍ଚିଇବେ ତାହା ଭାବି ପାରୁନଥିଲେ। ହେଲେ ଏମିତି ଭାବୁ ଭାବୁ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଆସିଥିଲା।
ନିଜେ ପିନ୍ଧିଥିବା ନାଲି ଶାଢ଼ୀ ଟିକୁ ଖୋଲି ସେ ଟ୍ରେନ ଲାଇନ୍ ଉପରେ ଦୁଇ ବାଡି ସାହାଯ୍ୟରେ ଟଙ୍ଗାଇ ଦେଇଥିଲେ। ଯାହା ଫଳରେ ଟ୍ରେନ ଟି ଫାଟି ଯାଇଥିବା ରେଳ ଧାରଣା ଠାରୁ ଆହୁରି କିଛି ବାଟ ପୂର୍ବରୁ ଅଟକି ଯାଇଥିଲା। ଯାହା ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ସମସ୍ତେ ବର୍ତ୍ତି ଯାଇଥିଲେ।
ତେବେ ସୂଚନା ଅନୁଯାୟୀ, ଗତ ଗୁରୁବାର ସକାଳ ୮ ଟା ସମୟରେ ଏଟାର ଜାମଶେର ଟୁଙ୍ଗଲା ଯାତ୍ରୀ ବାହି ଟ୍ରେନ ଟି ଏଟାର ଠାରୁ ଜାମଶେର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ହେଲେ କୁସୁଆ ଗ୍ରାମ ନିକଟରେ ରେଳ ଟ୍ରାକ ଟି ଭାଙ୍ଗି ଯାଇଥିଲା। ଯାହାକି ଗୁଲେରିଆ ଗ୍ରାମର ବାସିନ୍ଦା ଓମବତି ଙ୍କ ନଜରରେ ପଡ଼ିଥିଲା। ତାଙ୍କ ଯୋଗୁ ଏକ ବଡ଼ ଧରଣର ଅଘଟଣ ଟଳିଗଲା। ଏଭଳି କାମ ପାଇଁ ଓମବତୀଙ୍କୁ ରେଳବାଇ ସାବାସି ଜଣାଇଛି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।