Breaking News

ଅପରାଜିତା (Aparajita Mohanty) ଙ୍କ ଲେଖିଥିବା ଗୀତାକୁ ଗାଈ ଚର୍ଚ୍ଚାରେ ଅଭିନେତା ବାବୁସାନ୍ (Babushan) , ମାତ୍ର 4 ଘଣ୍ଟା ରେ 1 ମିଲିୟନ ରୁ ଅଧିକ … – ଦେଖନ୍ତୁ ଭିଡିଓ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏଭଳି କିଛି କଳାକାର ଅଛନ୍ତି ଯେଉଁମାନେ ନିଜର ଅଭିନୟ ଓ ଦକ୍ଷତା ବଳରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଆମ ଓଡ଼ିଆ ସିନେ ଜଗତର ସେହିଭଳି ଜଣେ ଲୋକପ୍ରିୟ କଳାକାର ହେଉଛନ୍ତି ବାବୁଶାନ୍ ମହାନ୍ତି।ବର୍ତ୍ତମାନ ଓଡ଼ିଆ ସିନେମା ଜଗତର ସେ ଜଣେ ଆଗଧାଡିର ଅଭିନେତା। ନିଜର ଜବରଦସ୍ତ ଅଭିନୟ ପାଇଁ ଆଜି ସେ ଓଡ଼ିଶାର ଘରେ ଘରେ ପରିଚିତ।

ନିଜର ଜବରଦସ୍ତ ଅଭିନୟ ମାଧ୍ୟମରେ ସେ ହଜାର ହଜାର ସିନେ ପ୍ରେମୀ ମାନଙ୍କ ହୃଦୟରେ ରାଜ୍ କରୁଛନ୍ତି। ୨୦୦୪ ମସିହାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବାବୁଶାନ୍ ଓଡ଼ିଆ ଦର୍ଶକ ମାନଙ୍କୁ ଅନେକ ନୂଆ ଧରଣର ସିନେମା ଭେଟି ଦେଇଛନ୍ତି। ତାଙ୍କ ଅଭିନୀତ ସବୁ ଫିଲ୍ମ ସୁପରହିଟ ହୋଇଛି।

ଯେପରିକି ସମସ୍ତେ ଜାଣିଥିବେ ବାବୁଶାନ୍ ହେଉଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ଯୋଡ଼ି ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ଙ୍କ ପୁଅ। ଅପରାଜିତା ଓ ଉତ୍ତମ ମହାନ୍ତି ତେବେ ବାବୁଶାନ୍ ମଧ୍ୟ ନିଜ ବାପା ମା ଙ୍କ ଭଳି ନିଜକୁ ସୁପ୍ରତିଷ୍ଠିତ କରିପାରିଛନ୍ତି। ନିଜର ନିଆରା ଅଭିନୟ ଶୈଳୀ ପାଇଁ ଆଜି ସେ ଓଡ଼ିଆ ସିନେମା ଜଗତର ଜଣେ ସଫଳ ଅଭିନେତା।

ତାଙ୍କ ଅଭିନୟର ଢାଞ୍ଚା ସଂପୂର୍ଣ୍ଣ ନିଆରା। ତାଙ୍କୁ ଦିଆଯାଇଥିବା ପ୍ରତିଟି ଚରିତ୍ରକୁ ସେ ଅତି ଜୀବନ୍ତ ଭାବରେ ପରଦା ଉପରେ ପରିବେଷଣ କରନ୍ତି। ଯେଉଁଥି ପାଇଁ ସାରା ଓଡ଼ିଶାର ଲୋକ ତାଙ୍କୁ ଦେଖିବାକୁ ଭଲ ପାଆନ୍ତି। ବାବୁଶାନ୍ ଜଣେ ଭଲ ଅଭିନେତା ସହିତ ଜଣେ ଭଲ ଗାୟକ ମଧ୍ୟ। ନିଜ ଅଭିନୀତ ଅନେକ ସିନେମା ଗୀତରେ ସେ ନିଜେ କଣ୍ଠଦାନ କରିଛନ୍ତି।

ତେବେ ନିକଟରେ ଏକ ଗୀତ ଗାଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ରେ ବାବୁଶାନ୍। ଚର୍ଚ୍ଚାକୁ ଆସିବାର କାରଣ ମଧ୍ୟ ସେହିଭଳି କିଛି ଖାସ୍। କାରଣ ଚଳିତ ବର୍ଷ ତରଙ୍ଗ ଚ୍ୟାନେଲ ତରଫରୁ ଆୟୋଜିତ ହୋଇଥିବା ଆୱାର୍ଡ଼ ଶୋ ବାବୁଶାନ୍ ନିଜ ମା ଅପରାଜିତା ଙ୍କ ଲିଖିତ ଏକ ଗୀତ ଗାଇଥିଲେ। ଯେଉଁ ଗୀତର ସ୍ୱର ସଂଯୋଜନା ମଧ୍ୟ ଅପରାଜିତା ହିଁ କରିଥିଲେ।

ଏହି ଗୀତ ଟିର ନାଁ ଥିଲା “ତୁମେ ଉଚ୍ଛୁଳା ନଦୀର ଜହ୍ନ”। ବାବୁଶାନ୍ ଙ୍କ କଣ୍ଠରୁ ଅପରାଜିତା ଙ୍କ ଲିଖିତ ଗୀତଟି ସେଠାରେ ଉପସ୍ଥିତ ଲୋକ ମାନଙ୍କ ମନକୁ ଖୁବ୍ ଛୁଇଁଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *