Breaking News

କାଳିଆ ଦର୍ଶନ ପାଇଁ ୭୫ ବର୍ଷ ବୟସ ରେ ୨୬୦ କିମି ଚାଲି ଚାଲି ଗଲେ ଶ୍ରୀକ୍ଷେତ୍ର ,ଦେଖିଲେ ଆପଣ ଅବାକ୍ ହେବେ…..

ଲକ୍ଷ ଲକ୍ଷ ଓଡ଼ିଆ ମାନଙ୍କର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀ ଜଗନ୍ନାଥ। ଭାରତ ବର୍ଷ ଓ ହିନ୍ଦୁ ମାନଙ୍କର ଗର୍ବ ଓ ଗୌରବର ପ୍ରତୀକ। ପ୍ରଭୁ ଜଗନ୍ନାଥଙ୍କୁ କଳି ଯୁଗର ଚଳନ୍ତି ଠାକୁର ବୋଲି ବିଶ୍ୱାସ କରାଯାଏ। କାହିଁ କେଉଁ କାଳରୁ ପ୍ରଭୁ ଶ୍ରୀକ୍ଷେତ୍ର ପୁରୀରେ ପୂଜା ପାଇ ଆସୁଛନ୍ତି। ଖୁବ୍ ପ୍ରାଚୀନ ଜଗନ୍ନାଥ ସଂସ୍କୃତି ଓ ପରମ୍ପରା। ଜୀବନରେ ଥରୁଟିଏ ମହାପ୍ରଭୁଙ୍କ ଦର୍ଶନ ପାଇଲେ ପାପ କ୍ଷୟ ହେବା ସହିତ ଜୀବନର ମୂଲ୍ୟ ସାର୍ଥକ ହୁଏ। ସେଥିପାଇଁ ବର୍ଷ ତମାମ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମିଥାଏ।

କାହିଁ କେଉଁ ଦୂରରୁ ଭକ୍ତ ମାନେ ଆସିଥାନ୍ତି ମହାପ୍ରଭୁଙ୍କ ଦର୍ଶନ ପାଇଁ। ନିକଟରେ ସେହିଭଳି ଜଣେ ଭକ୍ତ ଶ୍ରୀକ୍ଷେତ୍ର ଆସିଛନ୍ତି କାଳିଆର ଦର୍ଶନ ପାଇଁ। ଏ ଏଭଳି ଜଣେ ଭକ୍ତ ଯାହାଙ୍କ ଭକ୍ତି ବିଷୟରେ ଶୁଣିଲେ ଆପଣ ଅବାକ୍ ହୋଇଯିବେ। ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶକ ପାଇଁ ସୁଦୂର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରୁ ଖାଲି ପାଦରେ ଚାଲି ଚାଲି ଶ୍ରୀକ୍ଷେତ୍ର ପହଞ୍ଚିଛନ୍ତି ଜଣେ ଭକ୍ତ।

ମହାପ୍ରଭୁଙ୍କ ଏହି ଅନନ୍ୟ ଭକ୍ତ ଜଣକ ନାଁ ହେଉଛି ଭକ୍ତହରି ଲେଙ୍କା। ବୟସ ୭୫ ଛୁଁଇଥିଲେ ମଧ୍ୟ ମନୋବଳ ତାଙ୍କର ଭାଙ୍ଗିନାହିଁ। ମନରେ ତାଙ୍କର ଭଗବାନଙ୍କ ପାଇଁ ଥିବା ଭକ୍ତି ଆଜି ତାଙ୍କୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଟାଣି ଆଣିଛି। ଏ ବୟସରେ ମଧ୍ୟ ସେ ଚାଲି ଚାଲି ଆସି ମଙ୍ଗଳାପୀଠରେ ପହଞ୍ଚି ସେଠାରେ ମା ଙ୍କ ଦର୍ଶନ କରି ବଡ଼ ଦେଉଳ ଅଭିମୁଖେ ଯାତ୍ରା ଚଲେଇଛନ୍ତି।

୨୦୧୧ ମସିହାରେ ପ୍ରଥମ କରି ସେ ଚାଲି ଚାଲି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶକ କରିଥିଲେ। ଏହି ସମୟରେ ସେ ମହାପ୍ରଭୁଙ୍କୁ କିଛି ମାଗିଥିଲେ। ଯଦି ତାଙ୍କର ମନୋସ୍କାମନା ପୂର୍ଣ୍ଣ ହୁଏ ତେବେ ସେ ପୁଣିଥରେ ଶ୍ରୀକ୍ଷେତ୍ର ଚାଲି ଚାଲି ଯିବେ ବୋଲି ମନସ୍ଥ କରିଥିଲେ। ମହାପ୍ରଭୁଙ୍କ କୃପାରୁ ତାଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଥିଲା। ଯାହା ପରେ ସେ ଏବେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ।


ଗତ ୧୧ ଦିନ ପୂର୍ବରୁ ସେ ପ୍ରଭୁଙ୍କୁ ସୁମାରଣା କରି ଘରୁ ବାହାରିଥିଲେ। ୧୧ ଦିନ ପରେ ସେ କାକଟପୁରରେ ପହଞ୍ଚି ମା ମଙ୍ଗଳ ଙ୍କ ଦର୍ଶନ ସରି ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲେ। ଏ ବୟସରେ ବି ତାଙ୍କୁ ଚାଲି ଚାଲି ୨୬୦ କିଲୋମିଟର ବାଟ ଅତିକ୍ରମ କରିବା ପାଇଁ ମହାପ୍ରଭୁ ବଳ ଓ ସାହାସ ଦେଉଥିବା ସେ କହିଛନ୍ତି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

ବାନ୍ଧବୀଙ୍କ ସତ ଧରିବାକୁ ଡିଜେ ଆଜେକ୍ସ କରିଥିଲେ ଭିଡିଓ ସୁଟିଂ। ଦେଖନ୍ତୁ ଭିଡିଓ…

ଡିଜେ ଆଜେକ୍ସ୍ ଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ୍ ର କିଛି ଭିଡ଼ିଓ ଏବେ ଚର୍ଚ୍ଚାରେ । ଭିଡ଼ିଓ ନିଜେ …

Leave a Reply

Your email address will not be published. Required fields are marked *