ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ଆଇପିଏଲ ମହାସମର। ବିଭିନ୍ନ ଦଳ ଟ୍ରଫି ଜିତିବା ପାଇଁ ଆରମ୍ଭ କରିଦେଇଛନ୍ତି ଜୋରଦାର ପ୍ରୟାସ। ବିଭିନ୍ନ ଦଳ ନିଜ ମନ ଚାହାଁ ଖେଳାଳି ମାନଙ୍କୁ ନିଲାମି ଜରିଆରେ ନିଜ ଦଳରେ ସାମିଲ କରିଛନ୍ତି। ତେବେ ଏହାରି ମଧ୍ୟରେ ଓଡ଼ିଆ କ୍ରିକେଟ ଖେଳାଳୀ ଶୁଭ୍ରାଂଶୁ ସେନାପତି ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଆଇପିଏଲ ର ଏକ ସଫଳ ଟିମ୍ ଭାବରେ ପରିଚିତ ଚେନ୍ନାଇ ସୁପର କିଙ୍ଗ ରେ ସ୍ଥାନ ପାଇଛନ୍ତି ଓଡ଼ିଶାର ପୁଅ ଶୁଭ୍ରାଂଶୁ।
ଶୁଭ୍ରାଂଶୁ ସେନାପତି ପୂର୍ବରୁ ଓଡିଶା ରନଜି ଟିମ ର ଅଧିନାୟକ ଦାୟିତ୍ଵ ରେ ଥିବା ବେଳେ ବର୍ତ୍ତମାନ ଆଇପିଏଲ ର ସଫଳ ଟିମ୍ ରେ ସ୍ଥାନ ପାଇ ସେ ସଫଳତାର ଅନ୍ୟ ଏକ ସିଡ଼ିରେ ପାଦ ଦେଇଛନ୍ତି। ଟିମ୍ ରେ ସ୍ଥାନ ପାଇବା ପର ଠାରୁ ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା।
ନିକଟରେ ଚେନ୍ନାଇ ସୁପର କିଙ୍ଗ ଟିମ୍ ର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡଲ ଶୁଭ୍ରାଂଶୁ ଙ୍କର ଏକ ଭିଡ଼ିଓ ପୋଷ୍ଟ କରିଛି ।ଯେଉଁଥିରେ ସେ ମହେନ୍ଦ୍ର ସିଂ ଧୋନି ଙ୍କ ସହ କ୍ରିକେଟ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି।
ଭିଡିଓ ରେ ଦେଖିବାକୁ ମିଳିଛି, ଶୁଭ୍ରାଂଶୁ ନିଜେ ମ୍ୟାଚ୍ ଅଭ୍ୟାସ କରିବା ସହ ମହେନ୍ଦ୍ର ସିଂ ଧୋନି ଙ୍କ ବ୍ୟାଟିଂ ଷ୍ଟାଇଲ କୁ ଅନୁଧ୍ୟାନ କରୁଛନ୍ତି। ଧୋନିଙ୍କର ନିଆରା ଲମ୍ବା ସର୍ଟ ମାରିବା ର କୌଶଳକୁ ଶୁଭ୍ରାଂଶୁ ନିଜ କ୍ଷେତ୍ରରେ ଲଗାଇବା କୁ ମଧ୍ୟ ଚେଷ୍ଟା କରୁଛନ୍ତି।।
ତେବେ ସୂଚନାଯୋଗ୍ୟ, ଓଡ଼ିଶା ରଣଜୀ ଟିମ୍ ର ଅଧିନାୟକ ଭାବରେ ଅନେକ ମ୍ୟାଚରେ ଓଡ଼ିଶାକୁ ବିଜୟୀ କରାଇଛନ୍ତି ଶୁଭ୍ରାଂଶୁ ।
ରଣଜୀ ଏବଂ ବିଜୟ ହଜାରେ ଟ୍ରଫିରେ ତାଙ୍କ ପ୍ରଦର୍ଶନ ମଧ୍ୟ ବେଶ୍ ଭଲ ରହିଛି। ତାଙ୍କ ଉଚ୍ଚ କୋଟିର ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସିଏସକେ ଟିମ୍ ଶୁଭ୍ରାଂଶୁଙ୍କୁ ଟ୍ରାଏଲ୍ସ ପାଇଁ ଡାକିଥିଲା। ଏହା ପରେ ମେଗା ଅପ୍ସନ ଦଳ ରେ ଯୋଡି ହେଇଥିଲେ ଶୁଭ୍ରାଶୁ। ୨୦ ଲକ୍ଷ ଟଙ୍କାରେ ଟିମ୍ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା।
ତେବେ ୨୦୨୨ ରେ ଧୋନି ଙ୍କ ନେତୃତ୍ୱ ରେ ଖେଳିବା ପାଇଁ ତାଙ୍କୁ ସୁଯୋଗ ମିଳିଥିବାରୁ ସେ ଖୁବ ଉତ୍ସାହିତ ଅଛନ୍ତି। ତେବେ ଆଗକୁ ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳୁଛି ନାଁ ନାହିଁ ତାହା ଦେଖିବା ବାକି ରହିଛି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।