ଏଣିକି ଛାଡ଼ପତ୍ର ପରେ ସ୍ବାମୀ ଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବେ ସ୍ତ୍ରୀ। ନିକଟରେ ଏଭଳି କିଛି ଗୁରୁତ୍ଵପୁର୍ଣ୍ଣ ରାୟ ଶୁଣାଇଛନ୍ତି ମହାରାଷ୍ଟ୍ର ହାଇକୋର୍ଟ। ସାଧାରଣତଃ ଆମ ଦେଶରେ ଆଇନ ରହିଛି ଛାଡ଼ପତ୍ର ପରେ ଜଣେ ସ୍ବାମୀ ନିଜ ସ୍ତ୍ରୀ ଙ୍କୁ ଭରଣପୋଷଣ ଖର୍ଚ୍ଚ ଦିଅନ୍ତି। କିନ୍ତୁ ନିକଟରେ ମହାରାଷ୍ଟ୍ର ରେ ଏକ ଭିନ୍ନ ଧରଣର ଘଟଣା ସାମ୍ନାକୁ ଆସିଛି। ଯେଉଁଠି ଛାଡ଼ପତ୍ର ପରେ ଜଣେ ପତ୍ନୀ ନିଜ ସ୍ବାମୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବେ। ଏହି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। ତେବେ କେଉଁ ପରିପ୍ରେକ୍ଷୀରେ କୋର୍ଟ ଏଭଳି ରାୟ ଶୁଣାଇଛନ୍ତି ଆସନ୍ତୁ ଜାଣିବା।
ତେବେ ସମାଜରେ ଏନେକ ସମୟରେ ଏଭଳି ଘଟଣା ସାମ୍ନାକୁ ଆସୁଛି ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ସ୍ତ୍ରୀ ନିଜର ଭୁଲ ଥାଇ ମଧ୍ୟ ନିଜ ସ୍ବାର୍ଥ ହାସଲ କରିବା ପାଇଁ ଛାଡ଼ପତ୍ର ଆବେଦନ କରିବା ସହିତ ନିଜ ସ୍ବାମୀ ଙ୍କୁ ଭରଣପୋଷଣ ପାଇଁ ମାସିକ ଅର୍ଥ ଦାବି କରିଥାନ୍ତି। କିନ୍ତୁ ଏଭଳି ପରିସ୍ଥିତିରେ ଅନେକ ସମୟରେ ନିର୍ଦ୍ଦୋଷ ସ୍ବାମୀ ଟିଏ ପେଶି ହୋଇଯାଏ।
ତେଣୁକରି ଭୁଲ ଠିକ୍ ର ତଦନ୍ତ କରି ଯଦି କୋର୍ଟ ତରଫରୁ ସଠିକ୍ ରାୟ ଦିଆଯାଏ ତେବେ ଅନେକ ନିର୍ଦ୍ଦୋଷ ସ୍ବାମୀ ଏଥିରୁ ରକ୍ଷା ପାଇପାରିବେ। ତେବେ ନିକଟରେ ମହାରାଷ୍ଟ୍ର ହାଇକୋର୍ଟ ଏକ ଛାଡ଼ପତ୍ର ମାମଲାର ଶୁଣାଣି ବେଳେ ପତ୍ନୀ ଙ୍କୁ ନିଜ ପୂର୍ବ ସ୍ବାମୀଙ୍କୁ ମାସିକ ଭରଣପୋଷଣ ଖର୍ଚ୍ଚ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ମହାରାଷ୍ଟ୍ର ନାନ୍ଦେଡର ଜଣେ ଦମ୍ପତି ଗତ ୨୦୧୫ ମସିହାରେ କୋର୍ଟ ରେ ଛାଡ଼ପତ୍ର ଆବେଦନ କରିଥିଲେ। ହେଲେ ବର୍ତ୍ତମାନ ତାଙ୍କର ସ୍ବାମୀ, ସ୍ତ୍ରୀ ଙ୍କ ଠାରୁ ଭରଣପୋଷଣ ପାଇବା ପାଇଁ ସ୍ଥାନୀୟ କୋର୍ଟ ରେ ଆବେଦନ କରିଥିଲେ।
ସ୍ବାମୀଙ୍କ କହିବାନୁଯାୟୀ, ବିବାହ ପରେ ସେ ନିଜ ପତ୍ନୀ ଙ୍କ ପାଠ ପଢ଼ାରେ ଅନେକ ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହା ଫଳରେ ତାଙ୍କ ସ୍ତ୍ରୀ ଏକ ଭଲ ଚାକିରୀ ପାଇଛନ୍ତି। ଏବେ ସେ ନିଜେ ସ୍ବାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ବେଳେ ତାଙ୍କ ସ୍ତ୍ରୀ ଏବେ ମାସିକ ୩୦ ହଜାର ଟଙ୍କା ଦରମା ପାଉଛନ୍ତି । ଯେଉଁଥି ପାଇଁ ସେଥିରୁ ତାଙ୍କୁ ଭରଣ ପୋଷଣ ମିଳୁ ବୋଲି ସ୍ଵାମୀ କୋର୍ଟରେ ଆବେଦନ କରିଥିଲେ।
ଏହି ମାମଲାର ଶୁଣାଣି ବେଳେ ସ୍ଥାନୀୟ କୋର୍ଟ ମହିଳା ଜଣକୁ ତାଙ୍କ ସ୍ବାମୀଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏଁ ଭରଣପୋଷଣ ବାବଦକୁ ଦେବାକୁ ରାୟ ଶୁଣାଇଥିଲେ। ମହାରାଷ୍ଟ୍ର ହାଇକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି ବେଳେ ତଳ କୋର୍ଟର ସପକ୍ଷରେ ଯାଇ ସମାନ ରାୟ ଶୁଣାଇଛନ୍ତି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।