Breaking News

ଏହି ବଡ କାରଣରୁ ଅଭିନୟ ଛାଡିଲେ ଅଭିନେତ୍ରୀ ସ୍ନିଗ୍ଧା ,ଜାଣନ୍ତୁ ତାଙ୍କ ଜୀବନୀ ଓ ପରିବାର – ଦେଖନ୍ତୁ

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତି ଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଅଶୀ ଦଶକର ଓଡ଼ିଆ ସିନେମା ର ସେ ଜଣେ ସଫଳ ଅଭିନେତ୍ରୀ। ଯଦିଓ ସେ ବର୍ତ୍ତମାନ ପାଇଁ ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି ହେଲେ ନିଜର ଜବରଦସ୍ତ ଅଭିନୟ ପାଇଁ ସେ ଆଜି ବି ଓଡ଼ିଶାର ଓଡ଼ିଶାର ଦର୍ଶକ ମାନେ ତାଙ୍କୁ ମନେ ରଖିଛନ୍ତି।


୧୯୮୦ ମସିହାରେ ରିଲିଜ୍ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ଅଗ୍ନି ପରିକ୍ଷା ଜରିଆରେ ସ୍ନିଗ୍ଧା ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ସମୟରେ ଏହି ସିନେମାଟି ସୁପରହିଟ ହୋଇଥିଲା। ଏହାପରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ୧୮୮୮ ମସିହାରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ଲାଲ୍‍ପାନ ବିବି ରେ ସେ ନବାଗତା ଅଭିନେତ୍ରୀ ଭାବେ ଅଭିନୟ କରି ଅନେକ ପ୍ରଶଂସା ସାଉଁଟି ଥିଲେ। କେବଳ ଓଡ଼ିଆ ନୁହେଁ ସ୍ନିଗ୍ଧା ବଙ୍ଗଳା ସିନେମାରେ ମଧ୍ୟ ନିଜର ଅଭିନୟର ଯାଦୁ ଦେଖାଇ ସାରିଛନ୍ତି।


ଓଡ଼ିଆ ସିନେମା ବ୍ୟତୀତ ସ୍ନିଗ୍ଧା ଓଡ଼ିଆ ଧାରାବାହିକ ଓ ଆଲବମ୍ ରେ ମଧ୍ୟ ନଜର ଆସିଛନ୍ତି। ତରଙ୍ଗ ଟିଭିରେ ପ୍ରସାରିତ “ସ୍ୱାଭିମାନ” ଓ “ଅମ୍ବିକାଖୁଡ଼ୀଙ୍କ ହାଣ୍ଡିଶାଳ” ତାଙ୍କ ଅଭିନୀତ ଦୁଇଟି ଲୋକପ୍ରିୟ ଧାରାବାହିକ କାର୍ଯ୍ୟକ୍ରମ। ନିଜ ୪୦ ବର୍ଷର ଅଭିନୟ ଜୀବନ ମଧ୍ୟରେ ସେ ୨୦୦ ରୁ ଅଧିକ ଓଡ଼ିଆ ଫିଲ୍ମ ଓ ୫ଟିରୁ ଅଧିକ ଓଡ଼ିଆ ଶୋ ରେ ଅଭିନୟ କରିସାରିଛନ୍ତି।

ତେବେ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସ୍ନିଗ୍ଧା ମହାନ୍ତିଙ୍କ ସ୍ବାମୀଙ୍କ ନାଆଁ ହେଉଛି ଜୟପ୍ରକାଶ ମହାନ୍ତି। ଯିଏକି ଜଣେ ଜଣାଶୁଣା ଆଲବମ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ। ସୁଟିଂ ସେଟ୍ ରୁ ଉଭୟ ପରସ୍ପରକୁ ଭଲ ପାଇ ବିବାହ କରିଥିଲେ। ଦୁହିଁଙ୍କର ଜଣେ ଝିଅ ଅଛନ୍ତି ଯାହାଙ୍କ ନାଁ ହେଉଛି ସମ୍ଭାବନା ମହାନ୍ତି। ସମ୍ଭାବନା ମଧ୍ୟ ଜଣେ ଓଡ଼ିଆ ଅଭିନେତ୍ରୀ।ହିନ୍ଦୀ ଧାରାବାହିକ ରେ ମଧ୍ୟ ସମ୍ଭାବନା ନିଜର ଅଭିନୟ ଜାରି ରଖିଛନ୍ତି।


ତେବେ ବର୍ତ୍ତମାନ ପାଇଁ ସ୍ନିଗ୍ଧା ମହାନ୍ତି ଅଭିନୟ ଦୁନିଆ ଠାରୁ ଦୂରେଇ ଯାଇଛନ୍ତି। ଏହାର ଏକ କାରଣ ହେଉଛି ତାଙ୍କ ପରିବାର। ବର୍ତ୍ତମାନ ପାଇଁ ସ୍ନିଗ୍ଧା ନିଜ ପରିବାର ଲୋକଙ୍କ ସହ ସମୟ ବିତାଉଛନ୍ତି। ଆଉ ଏହାର ଅନ୍ୟ ଏକ କାରଣ ହେଉଛି ତାଙ୍କର ସ୍ବାସ୍ଥ୍ୟ। ବର୍ତ୍ତମାନ ସମୟରେ ସ୍ବାସ୍ଥ୍ୟ ଆଉ ତାଙ୍କର ସାଥ ଦେଉନାହିଁ। ଆଉ ସେଥିପାଇଁ ସେ ଓଲିଉଡ ଜଗତରୁ ଦୂରରେ ରହିଛନ୍ତି।

ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *