ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ତ ସମସ୍ତେ ନିଶ୍ଚୟ ଭାବରେ ଜାଣିଥିବେ। ସଦାବେଳେ କିଛି ନା କିଛି କାମ ପାଇଁ ଚର୍ଚ୍ଚାରେ ଥାଆନ୍ତି ରାନୀ। ବିବାଦ ତାଙ୍କ ସହ ସେବେଠୁ ଜଡ଼ିତ ଯେବେ ଠାରୁ ସେ ଯାତ୍ରା ଦୁନିଆରେ ପାଦ ଥାପିଛନ୍ତି। ଖଣ୍ଡଗିରି ଯାତ୍ରା ପରଠୁ ଚର୍ଚ୍ଚାରେ ଆସିଥିବା ରାନୀ ପଣ୍ଡା ସବୁବେଳେ ନିଜର କିଛି ନା କିଛି କାମ ପାଇଁ ଚର୍ଚ୍ଚାରେ ଥାଆନ୍ତି।
ବିବାଦକୁ ବାଦ୍ ଦେଲେ ରାନୀ ପଣ୍ଡା ଜଣେ ମହାନ୍ ହୃଦୟର ମଣିଷ ମଧ୍ୟ। ଆପଣମାନେ ଜାଣିଥିବେ କରୋନା ମହାମାରୀ କାଳରୁ ରାନୀ ପଣ୍ଡା ଅନେକ ଲୋକଙ୍କ ସାହାଯ୍ୟ କରିଛନ୍ତି। ନିଜର ପାରିଶ୍ରମିକ ଅର୍ଥକୁ ଦାନ କରି ସେ ଭୋକିଲା ଲୋକ ମାନଙ୍କ ପେଟରେ ଦାନା ଦେଇଛନ୍ତି। କେବଳ ଏତିକି ନୁହେଁ, ଅନେକ ଗରିବ ଲୋକଙ୍କୁ ସେ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି। ଅନେକ ସ୍ବେଛାସେବୀ ସଂଗଠନ ସହ ମିଶି ସେ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି।
ଅଭିନୟ ଜୀବନ ବିଷୟରେ କହିବାକୁ ଗଲେ, ରାନୀ ପଣ୍ଡା ପ୍ରଥମେ ଓଡ଼ିଆ ଆଲବମ୍ ଜରିଆରେ ଅଭିନୟ ଦୁନିଆରେ ପାଦ ଦେଇଥିଲେ। ଆଲବମ୍ ପରେ ସେ କିଛି ସିନେମାରେ ଆଇଟମ ସଙ୍ଗରେ ମଧ୍ୟ ନଜର ଆସିଥିଲେ। ତେବେ ସେ ପ୍ରଥମ କରି ଚର୍ଚ୍ଚାକୁ ଆସିଥିଲେ ଯାତ୍ରା ମଞ୍ଚରେ। ଖଣ୍ଡଗିରି ଯାତ୍ରା ପର ଠୁ ସବୁଆଡେ ତାଙ୍କ ବିଷୟରେ ଚର୍ଚ୍ଚା ହେବାକୁ ଲାଗିଲା।
ତାଙ୍କ ଅଭିନୟ ଜୀବନ ବିଷୟରେ ତ ସମସ୍ତେ ଜାଣିଛନ୍ତି ହେଲେ ଜଣ କେହି ଜାଣିଛନ୍ତି ତାଙ୍କୁ ଗୋଟିଏ ଅଭିନୟ କରିବାକୁ କେତେ ଟଙ୍କା ମିଳିଥାଏ? ତେବେ କହି ରଖୁଛୁ, ରାନୀ ପଣ୍ଡା ସିନେମାରେ ଅଭିନୟ କରିବାକୁ ୧ ଲକ୍ଷରୁ ୫ ଲକ୍ଷ ଟଙ୍କା ନେଇଥାନ୍ତି। ସେହିଭଳି ଯାତ୍ରାରେ ଅଭିନୟ କରିବା ପାଇଁ ତାଙ୍କୁ ଗୋଟିଏ ଦିନ ପାଇଁ ୧ ଲକ୍ଷ ଟଙ୍କା ମିଳିଥାଏ। ଏତଦବ୍ୟତୀତ, ରାନୀ ଗୋଟିଏ ଆଲବମ୍ ପାଇଁ ୫୦ ହଜାର ଓ ଗୋଟିଏ ଆଡ୍ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିଥାନ୍ତି।
ଏସବୁ ବ୍ୟତୀତ ରାନୀ ଙ୍କର ନିଜର କିଛି ବିଜନେସ ରହିଛି, ଯାହା ମାଧ୍ୟମରେ ସେ ମାସକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ତେବେ ସେ ନିଜର ଅଧିକାଂଶ ପାରିଶ୍ରମିକ ଅର୍ଥ କୁ ଗରିବ ଲୋକଙ୍କୁ ସାହାଯ୍ୟ କରିବାରେ ଦାନ ଦେଉଛନ୍ତି।ଯାହାକୁ ନେଇ ସେ ଚର୍ଚ୍ଚାରେ ରହିଆସିଛନ୍ତି।
ତେବେ ତଳେ ଥିବା ଆମ ପେଜକୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।